Indus Valley Times

ଝୁମ୍ପୁରାରେ ରାସ୍ତା ଉପରେ ପରିବା ଓ ଅନ୍ୟାନ୍ୟ ଦୋକାନ, ଯାତାୟାତ ବ୍ୟବସ୍ଥା ନେଇ ବଢ଼ୁଛି ଚିନ୍ତା

 Breaking News

ଝୁମ୍ପୁରାରେ ରାସ୍ତା ଉପରେ ପରିବା ଓ ଅନ୍ୟାନ୍ୟ ଦୋକାନ, ଯାତାୟାତ ବ୍ୟବସ୍ଥା ନେଇ ବଢ଼ୁଛି ଚିନ୍ତା

ଝୁମ୍ପୁରାରେ ରାସ୍ତା ଉପରେ ପରିବା ଓ ଅନ୍ୟାନ୍ୟ ଦୋକାନ, ଯାତାୟାତ ବ୍ୟବସ୍ଥା ନେଇ ବଢ଼ୁଛି ଚିନ୍ତା
June 03
11:02 2026

Vegetable Vendors Encroaching on Roadside Raise Traffic Concerns in Jhumpara

ଅରେନ୍ଦ୍ର କୁମାର ଗିରି

ଝୁମ୍ପୁରା, ଜୁନ୍ ୨: କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟଠାରୁ ଦୁର୍ଗା ମଣ୍ଡପ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତିଦିନ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପନିପରିବା ଏବଂ ଅନ୍ୟାନ୍ୟ ଅସ୍ଥାୟୀ ଦୋକାନ ବସୁଥିବା ଦେଖିବାକୁ ମିଳୁଛି। ଏହି ଦୋକାନଗୁଡ଼ିକ ରାସ୍ତା ଉପରେ ଏବଂ ରାସ୍ତା କଡ଼ରେ ବ୍ୟାପକ ଭାବେ ପସରା ମେଲାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦିନକୁ ଦିନ ଏହି ରାସ୍ତାରେ ଲୋକ ଏବଂ ଯାନବାହନର ଚଳାଚଳ ବଢ଼ୁଥିବା ବେଳେ ରାସ୍ତା ଉପରେ ଦୋକାନ ବସୁଥିବାରୁ ପଥଚାରୀ ଓ ଯାନଚାଳକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ଅଧିକ ଭିଡ଼ ହେଉଥିବାରୁ ଯାତାୟାତ ଜନିତ ଅବ୍ୟବସ୍ଥା ଦେଖାଦେଉଛି।

ରାସ୍ତାଟି ଅଧିକ ଓସାରିଆ ନ ଥିବାରୁ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ବଜାରକୁ ଆସୁଥିବା ଗ୍ରାହକମାନେ ରାସ୍ତା ଉପରେ ଗାଡ଼ି ରଖି କିଣାକାଟା କରୁଥିବାରୁ ପରିସ୍ଥିତି ଆହୁରି ଜଟିଳ ହେଉଛି।

ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଜୀବିକା ନିର୍ବାହ କରୁଥିବା ଏହି ଦୋକାନୀମାନଙ୍କୁ ଉଚିତ ବିକଳ୍ପ ସ୍ଥାନ ଚିହ୍ନଟ କରି ସେଠାକୁ ସ୍ଥାନାନ୍ତର କରାଗଲେ ଉଭୟ ଦୋକାନୀ ଏବଂ ସାଧାରଣ ଲୋକ ଉପକୃତ ହେବେ। ଏହାଦ୍ୱାରା ଯାତାୟାତ ସମସ୍ୟା ଦୂର ହେବା ସହ ସମ୍ଭାବ୍ୟ ଦୁର୍ଘଟଣାକୁ ମଧ୍ୟ ଏଡ଼ାଯାଇପାରିବ।

ଏନେଇ ସ୍ଥାନୀୟ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

(Image used in this story is a representative one, not original)

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930