Indus Valley Times

ବୌଦ୍ଧରେ ଲୋକକଳା ମାଧ୍ୟମରେ (SIR )ଏସଆଇ ଆର ସଚେତନତା ଅଭିଯାନ

 Breaking News

ବୌଦ୍ଧରେ ଲୋକକଳା ମାଧ୍ୟମରେ (SIR )ଏସଆଇ ଆର ସଚେତନତା ଅଭିଯାନ

ବୌଦ୍ଧରେ ଲୋକକଳା ମାଧ୍ୟମରେ (SIR )ଏସଆଇ ଆର ସଚେତନତା ଅଭିଯାନ
June 11
09:14 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୬ : ସମଗ୍ର ଦେଶରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପ୍ରକ୍ରିୟାକୁ ସମ୍ପୂର୍ଣ ସଫଳ କରିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।
ଏହି ଅବସରରେ ବୁଧବାର ଦିନ ପ୍ରାତ ସମୟରେ ବୌଦ୍ଧ ଜିଲ୍ଲା ଆଦର୍ଶ କୃଷି ବଜାର ଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଏବଂ ଜିଲ୍ଲା ପ୍ରଶାସନ ବୌଦ୍ଧର ମିଳିତ ସହଯୋଗରେ ଜିଲ୍ଲାବ୍ୟାପୀ SIR ସଚେତନତା କାର୍ଯ୍ୟକ୍ରମ ଲୋକକଳା ମାଧ୍ୟମରେ ଆରମ୍ଭ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇଥିଲେ।
ସମ୍ମାନୀତ ଅତିଥି ଭାବରେ ମନସୀତ ସ୍ୱରୂପ, ଡେପୁଟି କଲେକଟର , ନିର୍ବାଚନ ଉପସ୍ଥିତ ଥିଲେ। ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ମହାବୀର ଦାସକାଠିଆ ଦଳ, ବୌଦ୍ଧର ଗୁରୁ କରୁଣାକର ବଗର୍ତ୍ତୀ ଓ ସାଥି କଳାକାର ସ୍ୱାଧୀନ କୁମାର ପରିଡା ଦାସକାଠିଆ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ।
ଉକ୍ତ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ନିର୍ବାଚକଙ୍କ ନାମକୁ ଭୋଟର ତାଲିକାରେ ଯୋଗ କରିବା ଏବଂ ଅଯୋଗ୍ୟ ନାମକୁ ଭୋଟର ତାଲିକାରୁ ବାଦଦେବାଏବଂ ଭୋଟର ତାଲିକାକୁ ସ୍ୱଚ୍ଛ, ସୁଦୃଢ, ଅଦ୍ୟତନ ସତ୍ୟାପନ କରିବା।
ଆଗାମୀ ଦିନରେ ଏହି ଜନ ସଚେତନତା କାର୍ଯ୍ୟକ୍ରମକୁ ସମଗ୍ର ଜିଲ୍ଲାରେ ଆହୁରି ବ୍ୟାପକ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031