Indus Valley Times

ଦୁଇ ଟ୍ରେଲର ମଧ୍ୟରେ ଧକ୍କା ପରେ ଲାଗିଗଲା ନିଆଁ, ଟ୍ରକ ସହ ଜଳିଗଲେ ୨ ଚାଳକ

 Breaking News

ଦୁଇ ଟ୍ରେଲର ମଧ୍ୟରେ ଧକ୍କା ପରେ ଲାଗିଗଲା ନିଆଁ, ଟ୍ରକ ସହ ଜଳିଗଲେ ୨ ଚାଳକ

ଦୁଇ ଟ୍ରେଲର ମଧ୍ୟରେ ଧକ୍କା ପରେ ଲାଗିଗଲା ନିଆଁ, ଟ୍ରକ ସହ ଜଳିଗଲେ ୨ ଚାଳକ
June 16
10:24 2026

ସୁନ୍ଦରଗଡ଼, ୧୬/୬ : ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ‘ବିଜୁ ଏକ୍ସପ୍ରେସ୍‌ୱେ’ରେ ସୋମବାର ସକାଳୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରେଲର ମଧ୍ୟରେ ଶକ୍ତ ଧକ୍କା ପରେ ଏଥିରେ ନିଆଁ ଲାଗିଯାଇଛି। ଫଳରେ ଉଭୟ ଗାଡ଼ି ସହ ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମୃତ ୨ଜଣ ଡ୍ରାଇଭରଙ୍କର ପରିଚୟ ମିଳିପାରି ନାହିଁ।
ଭଷ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲା କାଇନ୍ତରା ଛକ ନିକଟରେ ଆଜି ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା।
ସୁନ୍ଦରଗଡ଼ ପଟୁ ଯାଉଥିବା ଏକ ଟ୍ରକ୍‌କୁ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ଡିଭାଇଡର ଡେଇଁବା ପରେ ଶକ୍ତ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଅଳ୍ପ ସମୟ ମଧ୍ୟରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା।
ଖବର ପାଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଏହା ପୂର୍ବରୁ ୨ଜଣ ଡ୍ରାଇଭର ଆଖିବୁଜି ସାରିଥିଲେ। ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରୁଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି, ଯେଉଁଥି ପାଇଁ ଯାତାୟତ ପ୍ରଭାବିତ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031