Indus Valley Times

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ

 Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ
July 14
10:29 2026

By Mahendra Kumar Darjee

ବଲାଙ୍ଗିର: ଓଡ଼ିଶାରେ ଦ୍ରୁତଗତିରେ ବେସରକାରୀ ନର୍ସିଂ କଲେଜର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନେକ ଅନୁଷ୍ଠାନ ଭାରତୀୟ ନର୍ସିଂ ପରିଷଦ (INC)ର ନିର୍ଦ୍ଦେଶାବଳୀ ଅନୁସରଣ କରୁନଥିବା ଅଭିଯୋଗ ଦୀର୍ଘଦିନ ଧରି ଉଠିଆସୁଛି।ବଲାଙ୍ଗିର ଜିଲ୍ଲାରେ ମଧ୍ୟ କିଛି ବେସରକାରୀ ନର୍ସିଂ କଲେଜ INC ଗାଇଡ ଲାଇନ୍ ଉଲ୍ଲଂଘନ କରି ପରିଚାଳିତ ହେଉଥିବା ଅଭିଯୋଗ ରହିଛି।

ଗତ ୨ ଏପ୍ରିଲ ୨୦୨୬ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ର ସଂଖ୍ୟା ୯୭୪୨ ଜାରି କରି ଜିଲ୍ଲାଗୁଡ଼ିକରେ ଥିବା ବେସରକାରୀ ନର୍ସିଂ କଲେଜଗୁଡ଼ିକ INC ନିୟମାବଳୀ ଅନୁଯାୟୀ ପରିଚାଳିତ ହେଉଛି କି ନାହିଁ,ତାହାର ତଦାରଖ ପାଇଁ ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅଭିଯୋଗ ଅନୁସାରେ,ସରକାରୀ ନିର୍ଦ୍ଦେଶ ଜାରି ହେବା ପରେ ମଧ୍ୟ ଦୀର୍ଘ ସମୟ ଧରି ଜିଲ୍ଲାସ୍ତରରେ ଯାଞ୍ଚକାର୍ଯ୍ୟ ଆରମ୍ଭ ହୋଇନଥିଲା। ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ଏକାଧିକ ଖବର ପ୍ରକାଶ ପାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ଉଠିଥିଲା।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀଙ୍କ ସହ ଫୋନରେ ଯୋଗାଯୋଗ କରାଯିବା ସମୟରେ ସେ “As When Required” ଶବ୍ଦ ପ୍ରୟୋଗ କରିଥିବା କଥା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏପରି ସ୍ଥିତିରେ କିଛିଦିନ ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମସ୍ତ ବେସରକାରୀ ନର୍ସିଂ କଲେଜର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଳରେ ସ୍ୱାଗତ କରାଯାଇଛି।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାସ୍ତରରେ ଯାଞ୍ଚ କମିଟି ଗଠନ କରାଯାଇ ବେସରକାରୀ ନର୍ସିଂ କଲେଜଗୁଡ଼ିକର ତଦନ୍ତ ଆରମ୍ଭ ହୋଇଛି।ତେବେ ବଲାଙ୍ଗିରରେ ଚାଲିଥିବା ଯାଞ୍ଚ ପ୍ରକ୍ରିୟାକୁ ନେଇ ପୁଣି ପ୍ରଶ୍ନ ଉଠିଛି।କେତେକ ସ୍ଥାନରେ କମିଟି କେବଳ କାର୍ଯ୍ୟାଳୟ ରେ ବସି ଦସ୍ତାବେଜ ଯାଞ୍ଚ ଓ ମୌଖିକ ପଚରାଉଚରା କରି ଫେରି ଆସୁଥିବା ଅଭିଯୋଗ ହେଉଛି।ଏହା ଫଳରେ ପ୍ରକୃତ ଭିତ୍ତିଭୂମି ଓ ସୁବିଧାର ସଠିକ୍ ମୂଲ୍ୟାଙ୍କନ ହେଉଛି କି ନାହିଁ,ସେନେଇ ସନ୍ଦେହ ପ୍ରକାଶ ପାଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031