Indus Valley Times

ଦାରିଙ୍ଗବାଡି ସରପଞ୍ଚ ପଦବୀ : ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ

 Breaking News

ଦାରିଙ୍ଗବାଡି ସରପଞ୍ଚ ପଦବୀ : ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ

ଦାରିଙ୍ଗବାଡି ସରପଞ୍ଚ ପଦବୀ : ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ
August 25
13:18 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୫/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପଞ୍ଚାୟତ ର ସରପଞ୍ଚ ଚନ୍ଦ୍ରିକା ମଲିକ ଙ୍କୁ ସରପଞ୍ଚ ପଦବୀ ଦେଇଥିବା ପଞ୍ଚାୟତ ବାସୀଙ୍କ ତାଙ୍କର ଅସନ୍ତୁଷ୍ଟ କାର୍ଯ୍ୟ କଳାପ କୁ ଦେଖି ତାଙ୍କୁ ପଦଚ୍ୟୁତ କରି ନାଏବ ସରପଞ୍ଚ ପଦବୀ ରେ ଥିସବା ଦୀପକ ପ୍ରଧାନଙ୍କୁ ସରପଞ୍ଚ ପଦବୀ ଦେବା ପାଇଁ ଅନାସ୍ଥା ପ୍ରସ୍ତାବ କରିଥିଲେ ତାହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅନାସ୍ଥା ପ୍ରସ୍ତାବ ପରେ ଦୀପକ ପ୍ରଧାନଙ୍କୁ ଲୋକେ ପସନ୍ଦ କରି ଭୋଟ ଦେଇ ଜିତେଇ ଥିଧବାବେଳେ ତାଙ୍କୁ ଦାୟିତ୍ବ ମିଳିନଥଥିଲା । ଦିର୍ଘ କିଛି ଦିନ ପରେ କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇଥିଲେ । ତାଙ୍କ ସ୍ଥାନରେ ସୋମ‌ବାର ନାଏବ ସରପଞ୍ଚ ଦୀପକ ପ୍ରଧାନ ସରପଞ୍ଚ ଦାୟିତ୍ବ ଗ୍ରହଣ କରିଛନ୍ତି।
ସେ ନିଜ ପଞ୍ଚାୟତ କାର୍ଯ୍ୟାଳୟକୁ ଦାୟିତ୍ବ ନେବାକୁ ଆସିଥିେବା ବେଳେ ତାଙ୍କ ସମର୍ଥକ ମାନେ ଦୀପକଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବଦ୍ଧନା କରିଥିଲେ । ଦୀପକ ପ୍ରଧାନ ସରପଞ୍ଚ ଦାୟିତ୍ବ ଗ୍ରହଣ କରିବା ପରେ ସେ ଦାରିଙ୍ଗବାଡି ବାସୀଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ଗୁରୁତ୍ବ ଦେବା ସହ ଲୋକଙ୍କ ପାଇଁ କାର‌୍ୟ୍ୟ କରିବି ବୋଲି କହିଛନ୍ତି।
ତାଙ୍କ ସମର୍ଥକଙ୍କ ମଧ୍ୟରେ ଅମନ ପ୍ରଧାନ, ବିଳାସିନି ନାୟକଙ୍କ ସମେତ ଅନାସ୍ଥା ବୈଠକରେ ନାଏବ ସରପଞ୍ଚ ଦୀପକଙ୍କୁ ସମର୍ଥନ ଜଣାଇଥିବା ସମସ୍ତ ୱାର୍ଡ ମେମ୍ବର ୱାର୍ଡ ସଭ୍ୟ ସଭ୍ୟା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଅନୁଯାୟୀ, ଚଳିତ ଅଗଷ୍ଟ ମାସ ୧୪ରେ ଦାରିଙ୍ଗବାଡି ପଞ୍ଚାୟତ ସଭାଗୃହଠାରେ ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ଗୁପ୍ତ ମତଦାନ ହୋଇଥିଲା, ଯାହାକି ଚନ୍ଦ୍ରିକାଙ୍କ ବିପକ୍ଷରେ ୧୫ଟି ମତଦାନ ହୋଇଥିକବା ବେଳେ ନିଜ ମତଦାନ ସ‌ହ ସପକ୍ଷରେ ମାତ୍ର ୫ ଟି ମତଦାନ ଚନ୍ଦ୍ରିକାଙ୍କୁ ମିଳିଥିଲା ଅନ୍ୟ ୨ ୱାର୍ଡ ସଭ୍ୟ ଅନୁପସ୍ଥିତ ରହିଥିଲେ।
ଏହି ରିପୋର୍ଟ ଆଧାରରେ କନ୍ଧମାଳ ଜିଲାପାଳ ୧୯ ରେ ସରପଞ୍ଚ ପଦବୀରୁ ଚନ୍ଦ୍ରିକା ମଲିକଙ୍କୁ ପଦାଚ୍ୟୁତ କରିବା ସହ ନାଏବ ସରପଞ୍ଚ ଦୀପକ ପ୍ରଧାନଙ୍କୁ ଏହି ଦାୟିତ୍ଵ ହସ୍ତାନ୍ତର କରିବାକୁ ଚିଠିରେ ନିର୍ଦ୍ଦେଶ ରହିଥିଲା ଓ ଏହି ନିର୍ଦେଶ କ୍ରମେ ସୋମବାର ଦୀପକ ପ୍ରଧାନ ସରପଞ୍ଚ ପଦ ଦାୟିତ୍ବ ଗ୍ରହଣ କରିଛନ୍ତି ।

ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରଦ୍ଧାବର୍ଷିକ ପାଳିତ : ଅଞ୍ଚଳର ବିକାଶ ପୁରୁଷ ଥିଲେ : ସାଂସଦ
ବାଲିଗୁଡା , ୨୫/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ପ୍ରଥମ ବାର୍ଷିକୀ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସଭାଗୃହ ପର୍ଯ୍ୟନ୍ତ ଆସିଥିଲା । ସଭାଗୃହ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ ତାଙ୍କର କରେନ୍ଦ୍ର ମାଝି ଜଣେ ଟାଣୁଆ ଆଦିବାସୀ ନେତା ଥିଲେ ଏହି ଅଞ୍ଚଳ ର ସଂସ୍କୃତି ,ପରମ୍ପରା ର ରକ୍ଷା କରିବା ସହ ବିକାଶ ରେ ମାଇଲ ଖୁଣ୍ଟ ରହିଥିଲେ ବୋଲି କହିଛନ୍ତି ।
ତାଙ୍କ ସହ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ , ବାଲିଗୁଡା ବିଧାୟକ ଚକ୍ରମଣି କହଁର , ବିଧାୟକଙ୍କ ପ୍ରତିନିଧି ଟୁନା ଦାସ ,ଜି.ଉଦୟଗିରୀ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ,ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ମାନ ଗୋବିନ୍ଦ ପ୍ରଧାନ , ଟ୍ରାଇଫେଡ ଅଧକ୍ଷ ପବିତ୍ର କହଁର , ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ , ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି , ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଉପାଧକ୍ଷା କଲ୍ପନା କହଁର , ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି , ବୌଦ୍ଧ ସ୍ଵାମିଜି ଅଯୋଧ୍ୟା ଦାସ , ଜଗନ୍ନାଥ ସାହୁ , ନେତ୍ର ମାନସେଠ , ଲିଙ୍ଗରାଜ ଦଳବେହେରା , ଜିଲ୍ଲା ପରିଷଦ ଉର୍ବଶୀ ନାୟକ , ଜୁଲିମା ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଫୋଟ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ଦେବେନ୍ଦ୍ର କୁଦେଇ ମଞ୍ଚ ପରିଚାଳନା କରିଥିବା ବେଳେ ବନବାସୀ ସେବା ସମିତି ର କୁନି କୁନି କଳାକାର ସଙ୍ଗୀତ ଗାନ କରିଥିଲେ ଶେଷ ରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ପୁଅ ଚିରଞ୍ଜିବୀ ମାଝି ଧନ୍ୟବାଦ ପ୍ରଦାନ କରିଥିଲେ ।
ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ଜାଲେଶପଟ୍ଟାର ଜଳେଶ୍ୱରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼
ବାଲିଗୁଡା, ୨୫/୮: ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଥିବା ବିଭିନ୍ନ ଶୈବପୀଠ ରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି।
ବିଶେଷ କରି କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ଶିବ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ ନିକଟସ୍ଥ ଖଡ଼ଗ ନଦୀ ବାଲିରେ ଶିବଲିଙ୍ଗ ସ୍ଥାପନ କରି ପରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି କଳସରେ ନଦୀଜଳକୁ ଶ୍ରାବାଣୀ ଭାର କାନ୍ଧରେ ଧାରଣ କରି ଶହ ଶହ ସଂଖ୍ୟାରେ ଲମ୍ବା ଧାଡ଼ିରେ ବିଭିନ୍ନ ଶୈବପୀଠ ଅଭିମୁଖେ ବୋଲବମ ହର ହର ବମ ନାରା ଦେଇ ଯାଉଥିବା ଦେଖିବାକୁ ମିଳିଥିଲା ।
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଚକାପାଦ ର ବିରୁପାକ୍ଷ ମନ୍ଦିର, ଟିକାବାଲି ନିକଟସ୍ଥ ଡୁଙ୍ଗୀ ର ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଭଳି ବିଭିନ୍ନ ଶୈବ ପୀଠ କୁ ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଜଳାଭିଷେକ କରିଥିଲେ।
ଶ୍ରାବଣ ମାସର ଏହି ଶେଷ ସୋମବାର ଯୋଗୁଁ ରବିବାର ଠାରୁ ଜାଲେଶପଟ୍ଟା ର ଜଳେଶ୍ୱର ଶୈବ ପୀଠରେ ଶହ ଶହ କାଉଡିଆ ଜଳାଭିଷେକ କରିବା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।
ନଦୀ ଘାଟ ଠାରୁ ପ୍ରତ୍ୟେକ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ ପକ୍ଷରୁ କାଉଡ଼ିଆ ମାନଙ୍କ ଖାଇବା ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।
ଲଗାଣ ବର୍ଷାରେ ରାସ୍ତା କେନାଲ ଧୋଇଗଲା : ମାତି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ
ବାଲିଗୁଡା, ୨୫/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦିଗିପଡି ଗାଁ ରେ ରାସ୍ତା କୁ ଲାଗି ଏକ କେନାଲ ରହିଛି ।
ପ୍ରତି ବର୍ଷ ବର୍ଷା ଦିନରେ ଏହି କେନାଲ ରେ ପ୍ରବଳ ମାତ୍ରା ରେ ପାଣି ଯିବା ଦ୍ୱାରା ମାଟି ଅତଡ଼ା ଖସି ଖସି ରାସ୍ତା ଧୋଇ ହୋଇ ଯାଉଛି, ଯାହାକି, ଚଳିତ ବର୍ଷ ଲଗାଣ ବର୍ଷା ଦ୍ୱାରା ମଧ୍ୟ ମାଟି ଧୋଇ ହୋଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ।
ଯାହାଫଳରେ ଜନସାଧାରଣ ଙ୍କ ଚଲାପଥ ରାସ୍ତା ବିପଦ ସଂକୁଳ ଅବସ୍ଥା ରେ ରହିଛି, ଏହି ରାସ୍ତା ଦେଇ ପ୍ରାୟ ତିନଟି ରାଜସ୍ବ ଗ୍ରାମ ଦିଗିପଡି, ଗପକେତା, ଓ ଟକଲା ପଦର ଗ୍ରାମର ପ୍ରାୟ ୩୦୦ ରୁ ଉର୍ଦ୍ଧ ଜନସାଧାରଣ ପ୍ରତିଦିନ ଯାତାୟାତ କରିଥାନ୍ତି । ରାସ୍ତାରେ ମାଟି ଧୋଇ ଘାଇ ସୃଷ୍ଟି ହୋଇ ବଡ଼ ଖାଲ ହୋଇ ଥିବାରୁ ଅନେକ ଗୃହ ପାଳିତ ପଶୁ ମାନଙ୍କ ଜୀବନ ମଧ୍ୟ ଚାଲି ଯାଇଛି, ଏହି ରାସ୍ତା ରେ ସ୍କୁଲ ପିଲାଠୁ ଆରମ୍ଭ କରି ସମସ୍ତ ଗ୍ରାମବାସୀ ମାନେ ଜୀବନ କୁ ବାଜି ଲଗାଇ ବିପଦ ସଂଙ୍କୁଳ ଅବସ୍ଥାରେ ଯାତାୟାତ କରିଥାନ୍ତି ।
ଏ ସମ୍ପର୍କ ରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗ୍ରାମବାସି ମାନେ ଅଭିଯୋଗ ଜଣାଇଥିଲେ ସୁଦ୍ଧା ଏପର‌୍ୟ୍ୟନ୍ତ କୌଣସି ସୁଫଳ ମିଳି ନାହିଁ ।
ଏହି ସମସ୍ୟା ସମ୍ପର୍କ ରେ ଅବଗତ ହେବା ପରେ ବାରଖମା ପଞ୍ଚାୟତ ଜନପ୍ରତିନିଧି ପରମାନନ୍ଦ ନାୟକ ନିଜେ ଦିଗିପଡି ଗାଁ କୁ ଯାଇ ବିପଦ ସଂକୁଳ ଅବସ୍ଥାରେ ଥିବା ରାସ୍ତା, କେନାଲ ର ବିଭିନ୍ନ ସମସ୍ୟା ଦେଖି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଇ ରାସ୍ତା ଓ କେନାଲ ନିର୍ମାଣ ଯେପରି ଶିଘ୍ର ହୋଇ ପାରିବ, ସେ ସମ୍ପର୍କ ରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31