Indus Valley Times

‘ଦୁଷ୍କର୍ମର ରାଜଧାନୀ ପାଲଟିଛି ଭାରତ’

 Breaking News

‘ଦୁଷ୍କର୍ମର ରାଜଧାନୀ ପାଲଟିଛି ଭାରତ’

December 07
20:56 2019

ୱେନାଡ଼,୭ ।୧୨: ମହିଳାଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ବିଶ୍ୱରେ ଭାରତ ଦୁଷ୍କର୍ମର ରାଜଧାନୀ ପାଲଟିଛି ବୋଲି ସେ କହିଛନ୍ତି। ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ୱେନାଡ଼ର ଏକ କାର‌୍ୟ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ରାହୁଳ।
‘ଭାରତ ନିଜର ଝିଅ-ମହିଳାକୁ ସୁରକ୍ଷା ଦେଇପାରୁନି। ସାରା ବିଶ୍ୱରେ ଭାରତ ଦୁଷ୍କର୍ମର ରାଜଧାନୀ ପାଲଟିଛି। ଅନ୍ୟ ଦେଶର ଲୋକମାନେ ଏଭଳି କହୁଛନ୍ତି। ଜଣେ ବିଜେପି ବିଧାୟକ ଦୁଷ୍କର୍ମ ଘଟଣାରେ ସଂପୃକ୍ତି ଥିବା ବେଳେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍’ ବୋଲି ରାହୁଳ କହିଛନ୍ତି।
ଏଭଳି ମତ ରଖିବା ପୂର୍ବରୁ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଥିଲେ ରାହୁଳ। ଏଭଳି ଘଟଣା ନିନ୍ଦନୀୟ, ଅମାନବୀୟ ବୋଲି ସେ କହିଥିଲେ।
ଦେଶରେ ବଢ଼ୁଥିବା ଅପରାଧ ଏବଂ ହିଂସା ଘଟଣାକୁ ନେଇ ମୋଦି ସରକାରଙ୍କ ବିରୋଧରେ ରାହୁଳ ଗାନ୍ଧି ବର୍ଷିଛନ୍ତି। ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ଘଟଣାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେନଗେରଙ୍କ ବାବଦରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ନନେଇ ସେ ପରୋକ୍ଷରେ କହିଛନ୍ତି, ଦେଶର ଯିଏ ନେତୃତ୍ୱ ନେଉଛନ୍ତି ସେ ହିଂସା ଉପରେ ବିଶ୍ୱାସ ରଖନ୍ତି। ସେଥିପାଇଁ ଲୋକମାନେ ଆଇନ ବ୍ୟବସ୍ଥାକୁ ହାତକୁ ନେଉଛନ୍ତି ବୋଲି ସେ କହିଛନ୍ତି।

-Odisha Reporter

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031