ଭୁବନଶ୍ୱରରେ ଆଳୁଗଦି ପାଲଟିଲା ସୁପରସ୍ପ୍ରେଡର,ଜଣଙ୍କ ଠାରୁ ୪୧ ଜଣ ହେଲେ କରୋନା ସଂକ୍ରମିତ
![ଭୁବନଶ୍ୱରରେ ଆଳୁଗଦି ପାଲଟିଲା ସୁପରସ୍ପ୍ରେଡର,ଜଣଙ୍କ ଠାରୁ ୪୧ ଜଣ ହେଲେ କରୋନା ସଂକ୍ରମିତ](http://indusvalleytimes.com/news/wp-content/uploads/2020/05/download-680x365_c.jpg)
August 02
12:44
2020
ଭୁବନେଶ୍ୱର ୨।୮: ରାଜଧାନୀ ଭୁବନଶ୍ୱରରେ ଦିନକୁ ଦିନ ସ୍ଥିିତି ସଙ୍ଗିନୀ ହେବାରେ ଲାଗିଛି । ଏବେ ଭୁବନେଶ୍ୱରରେ ଆଳୁଗଦିରୁ ସୁପରସ୍ପ୍ରେଡର ହୋଇଛି ।
ୟୁନିଟ୍-୧ରେ କରୋନା ପରୀକ୍ଷା ବେଳେ ଜଣେ ବ୍ୟବସାୟୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ମୁଖ୍ୟ ଦୋକାନ ଥିଲା ଆଳୁ ଗଦିର ହୋଲସେଲ୍ ମାର୍କେଟରେ । ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ପରୀକ୍ଷା ହେଲା । ପ୍ରଥମେ ତାଙ୍କ ପରିବାରରୁ ବହୁ ଆକ୍ରାନ୍ତ ଚିହ୍ନଟ ହେଲେ । ତାଙ୍କ ଦୋକାନର କର୍ମଚାରୀମାନେ ବି ପଜିଟିଭ୍ ଚିହ୍ନଟ ହେଲେ । ଏଭଳି ଭାବେ ମୋଟ ୪୧ଜଣ ସଂକ୍ରମିତ ହୋଇଛନ୍ତି ।