ବୃତି ହରାଉଛନ୍ତି ବୁଣାକାର, ଲୁଟ ହେଉଛି ଯୋଜନା
Traditional weavers losing occupation in Kendrapara
Siba Prasad Parija
ପାଟକୁରା ୦୫/୧୧ : ଜୀବନ ଜୀଇଁବା ସଂଘର୍ଷ । ବୃତି ମୋ ପୋଷେ କୁଟୁମ୍ବ ନ୍ୟାୟ ରେ ପେଟ ପାଇଁ ସିନା ଖଟି ଚାଲିଛନ୍ତି । ହେଲେ ବୟନ ଶିଳ୍ପ ବିଭାଗର ବୌମାତୃକ ଗୁଣ ଓ ସ୍ଥାନୀୟ ବୁଣାକର ସମିତି ଓ ଦଲାର ମାନଙ୍କର ଶୋଷଣ ନିତୀ ଯୋଗୁଁ ବୃତି ହରାଇବାକୁ ବସିଛନ୍ତି ବୁଣାକାର । ସରକାର ବୁଣାକାର ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ଯୋଜନାର ସୁଫଳ ଓ ସବସଡି ଓ କଲ୍ୟାଣକାରୀ ସ୍କିମ୍ କୁ ହଡପ ହେଉଥିବାରୁ ଯୋଜନା ରହିଛି ଯୋଜନ ଯୋଜନ ଦୂରରେ । ଖାଲି ସେତିକି ନୁହେଁ ବିଭିନ୍ନ ସମବାୟ ସମିତି ମାଧ୍ୟମରେ ବୁଣାକାର ଙ୍କ ପାଇଁ ଆସୁଥିବା ସହୟତା ବି ବାଟମାରଣା ହେଉଥିବା ନେଇ ଅଭିଯୋଗ ହେଉଛି । ତଥାପି ଏହାରି ଭିତରେ ମହାବାତ୍ୟା ଓ ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ବୁଣାକାରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ବି ଏବେ ବି ପରିବାର ଓ ପେଟ ଚାଖଣ୍ଡ ପାଇଁ ଅହରହ କାମ ଚାଲିଛି ।
ଏହାରି ଭିତରେ ନା ହୋଇ ପାରିଛି ତନ୍ତଶାଳ ନା ମୁଣ୍ଡ ଗୁଚିଂବାକୁ ପକ୍କାଘର । ତେଲ ଲୁଣ ସଂସାର ନେଇ ବୃତିକୁ ନିଜର କରି ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଡିହସାହି, ହରିପୁର,କଳାବୁଦା, କଉଡିଆବରାଇ,ଅଟାବୁହା,କୋରୁଆ ଭଳି ଗ୍ରାମର ୪(ଚାରି) ଶହରୁ ଉର୍ଦ୍ଧ୍ୱ ବୁଣାକାର ପରିବାର । ପୀଢି ପରେ ପୀଢି ତନ୍ତ ସହିତ ଜୁଝି ଜୁଝି ପରିବାର ଗୁଜୁରାଣ ମେଟଂଉଛନ୍ତି । ଆଧୁନିକ ଛାପ ଆଗରେ ହାତ ବୁଣା ମାଣିଆବନ୍ଧ ,ପଟିବନ୍ଧ ,ସମ୍ବଳପୁରୀ ଡିଜାଇନ ଭଳି ରଙ୍ଗ ବେରଙ୍ଗର ଶାଢୀ ବୁଣି ସୂଦୁର କଲିକତା,ମୁମ୍ପାଇ ସହ ବାଲେଶ୍ୱର ,ସମ୍ବଳପୁର, ରାଉଲକେଲା ,ପାରାଦ୍ୱୀପ ଓ ପୁରୀ ଭଳି ସହରରେ ଏମାନଙ୍କ ହାତ ର ଯାଦୁଗରୀ ବେଶ ପ୍ରଭାବ ରହିଛି । ଏମାନଙ୍କ ଆର୍ଥକ ଉନ୍ନତି ପାଇଁ ସରକାର ଯୋଜନା କରୁଛନ୍ତି । ଗଢା ଯାଇଛି ସମବାୟ ସମିତି । ସର୍ବୋପରି ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ବା ସରକାର ଯେଉଁ ଅର୍ଥ ଓ ଯୋଜନା ବାଟମାରଣା ଓ ଅନମିୟତା ହେଉଛି ।
ଏବେ ଅର୍ଥଭାବରୁ ଭଲ ଦୁଇ ପଇସା ରୋଜଗାର କରି ପାରୁ ନାହାନ୍ତି । ସେପଟେ ଏମାନଙ୍କ ଆର୍ଥିକ ଦୁବଳତା କୁ ନେଇ ବେପାରୀ ମାନେ ଏମାନଙ୍କୁ ଶୋଷଣ କରି ଚାଳିଛନ୍ତି । ସୂଦୁର ବରଗଡ, ଠାରୁ ଆରମ୍ଭ କରି ବଡମ୍ବା, ନରସିଂହପୁର , ଏପରିକି ସମ୍ବଲପୁର ,ବାଲେଶ୍ୱର ସୂତା ମହାଜନି ଆସି ସୂତା ଦେଇ ଲୁଗା ନେଇଥାନ୍ତି । ହେଲେ ବୁଣାକାର ପ୍ରକୃତ ମୂଲ ମିଳେ ନାହିଁ । ମହାଜନି ସୂତା ଦେଇ ଲୁଗା ନେଇଯାଉଛନ୍ତି । କିନ୍ତୁ ବୁଣାକାର ପରିବାର ସମସ୍ତ ସଦସ୍ୟ ଦିନରାତି ଲାଗି ଗୋଟିଏ ଲୁଗା ବୁଣିବା ପାଇଁ ୧ରୁ ୨ ଦିନ ଲାଗିଥାଏ । ।
ଏହା ବଦଳରେ ବୁଣାକାର ପରିବାର ଟି ମାତ୍ର ୪ ଶହ ଟଙ୍କା ପାଇଥାଆନ୍ତି । ବର୍ତ୍ତାମା କୋରେନା ମାହାମାରୀ ଯେବେଠାରୁ ଦେଖାଦେଲାଣି ବୁଣାକାର ପରିବାରମାନଙ୍କୁ ଗୋଟିଏ ଶାଢିପିଛା ୧ ରୁ ୨ଶହ ଟଙ୍କା ପାଉଛନ୍ତି । । କିନ୍ତୁ ସୂତା ମହାଜନ ଟି ଲୁଗା ନେଇ ବିଭିନ୍ନ ବଡ ବଡ ସୋରୁମରେ ବା ବଜାରରେ ଏକହଜାରରୁ ଶହରୁ ୧୨ ଶହ ଟଙ୍କା ବିକ୍ରୀ କରି ମୁନାଫା ଉଠାଇଥାଏ ।
ଏପଟେ କିଛି ଅସାଧୁ ବ୍ୟକ୍ତି ବୁଣାକାର ସମିତି ଗଠନ କରି ବୁଣାକାର ମାନଙ୍କୁ ଶୋଷଣ କରିବାରେ ବ୍ୟସ୍ତ ଅଛନ୍ତି । ସମିତି ଅଛି କିନ୍ତୁ ହସ୍ତତନ୍ତ ବିଭାଗରୁ ସବସିଡ ପାଇବା ପାଇଁ ତାଙ୍କର ମୁନଫା ଖୋର ମନବୃତି । କେତେବେଳେ ବୟନଶିଳ୍ପ ବିଭାଗୀୟ ଅଧିକାରୀ ମାନଙ୍କୁ ଡାକି ବିଭିନ୍ନ ସଭା ସମତି କରି ବିଭିନ୍ନ ଗଣମାଧ୍ୟମରେ ଫଟୋ ଛାପି ସହୟତାକୁ ଲୁଟ କରନ୍ତି । ସଭାସମିତିରେ ସୋଲାର ଲାଇଟ ଖଣ୍ଡେ ଦେଇ ଦେଇ ବୁଣାକାର ମାନଙ୍କର ଅର୍ଥ ଲୁଟ କରନ୍ତି ।
ଏବେ ବୁଣାକାର ମାନେ ଯେଉଁ ଗରିବ କୁ ସେହି ଗରିବ ହୋଇ ପଡି ରହିଛନ୍ତି । ଗତ ୧୯୯୯ ମହାବାତ୍ୟାରେ ତନ୍ତ ଓ ତନ୍ତଶାଳ ନଷ୍ଟ ହୋଇ ଯାଇଥିଲା । ଏପର୍ଯ୍ୟନ୍ତ ସମସ୍ତ ବୁଣାକାର ମାନଙ୍କୁ ବିଭାଗ କି ସମିତି ପକ୍ଷରୁ ତନ୍ତଶାଳ ଗଠନ ନିମନ୍ତେ ପକ୍କାଘର ମିଳିନାହିଁ । ହେଲେ ସେମାନଙ୍କ ଭଙ୍ଗାଘର ଫଟୋ ଉଠାଇ ବହୁ କାଗଜ କଲମରେ ଚାଲୁଥିବା ବୁଣାକାର ସମିତି ଟଙ୍କା ଲୁଟ କରିଛନ୍ତି ବୋଲି ଅଭିଯୋଗ ହୁଏ । ସେହିପରି ତନ୍ତ ସହିତ ଲଢି ଲଢି ରୋଗକ୍ରାନ୍ତ ହୋଇ କେତକ ବୁଣାକାରଙ୍କ ମଧ୍ୟ ଅକାଳ ବିୟୋଗ ଘଟିଛି । ହେଲେ ସ୍ୱାସ୍ଥ୍ୟ ପାଇଁ କିଛି ସରକାର କି ବିଭାଗ ଅବା ବୁଣାକାର ସମିତି ପଦକ୍ଷେପ ନେଇ ନାହାନ୍ତି । ସ୍ୱାସ୍ଥ୍ୟ ବୀମା ତ ଦୂରର କଥା ଏମାନଙ୍କ ପିଲାଙ୍କ ଶିକ୍ଷା କଥା ପଚାରେ କିଏ ।
ଲୁଗା ବିକ୍ରୀ କରି ଯେଉଁ ଅର୍ଥ ମିଳେ ,ସେ ପୁଣି ସମୁଦ୍ର କୁ ଶଖେଂ ।ବର୍ତ୍ତମାନ କରୋନା ମହାମାରୀ ଦେଖାଦେଇଥିବାରୁ ସେମାନଙ୍କ ଉପରେ ବେଡା ଉପରେ ଲଳିତା ବିଡା ସଦୃଶ ହେଇଛି । ସେମାନଙ୍କ ତେଲ ଲୁଣ ସଂସାର ଗୁଜରାଣ ମେଟାଂଇବା ପାଇଁ ବହୁତ କଷ୍ଟକର ହେଇପଡୁଛି ।
ଏବେ କିପରି ଭାବରେ ରୋଜଗାର କରିବେ ଆଉ ସେମାନଙ୍କ ପିଲାମାନଙ୍କୁ ପଠପଢାଇ ବଡ ମଣିଷ କରିବେ ସେ ଚିନ୍ତାରେ ରହିଛନ୍ତି । ତେବେ ଏହିଭଳି ଦୁଦ୍ଦର୍ଶା ଜୀବନ ଜୀଇବା ଭିତରେ ବୟସାଧିକ ବେଳେ ବୁଣାକାର ଭତା ପାଇଁ ସରକାର କୌଣସି ଯୋଜନା କରି ନାହାନ୍ତି । ଅଦ୍ୟାବଧି ଗଠନ ହୋଇଥିବା ବୁଣାକାର ସମିତି କି ସରକାର ବୁଣାକାର କିପରି ଉଚିତ ମୂଲରେ ସୂତା ପାଇବ ଓ ତହାର ଲୁଗାକୁ ସଠିକ ମୂଲରେ ବିକ୍ରୀ କରିବ ତାହା ପାଇଁ ପର୍ଯ୍ୟାପ୍ତ ସୁଯୋଗ ନାହିଁ । ବୁଣାକାର ମାନେ ବିଭିନ୍ନ ବ୍ୟାଙ୍କରୁ ଋଣ ପ୍ରଦାନ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓ ବୟନଶିଳ୍ପ ବିଭାଗ ର ବୁଣାକାର ମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା କିପରି ପହଚିଂ ପାରିବ ସେନେଇ ପଦକ୍ଷେପ ନିଆଯିବ ସହ କାଗଜ କଲମରେ ଚାଲୁଥିବା ବୁଣାକାର ସମବାୟ ସମିତିକୁ ସରକାରଙ୍କ ପାଖରେ ଅଭିଯୋଗ କରାଯାଇ ଏହାକୁ କଳା ତାଲିକା ଭୁକ୍ତ କରାଯିବକୁ ବହୁ ବୁଦ୍ଦୀଜିବ ମତପ୍ରକାଶ ଦେଇଛନ୍ତି ।