ହୋଟେଲ ଇନ୍ଦୁମତୀ ଉଦଘାଟନ କଲେ ମନ୍ତ୍ରୀ ଅରୁଣ ସାହୁ
November 08
17:51
2020
By Kishore Mohapatra
ନୟାଗଡ : ନୟାଗଡ ମୁଖ୍ୟାଳୟରେ ତ୍ରିନାଥ ଛକ ନିକଟ କଲେଜ ରୋଡ଼ରେ ହୋଟେଲ ଇନ୍ଦୁମତୀ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟଏବଂ ପଶୁ ସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷ୍ୟା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି ।
ଏଠାରେ ସମସ୍ତ ପ୍ରକାର ଉଚ୍ଚକୋଟିର ଖାଦ୍ୟ ପରିବେଷଣ କରାଯିବା ସହ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଆପ୍ୟାୟିତ କରାଯିବ ବୋଲି ଏହାର ପ୍ରୋପାଇଟର ରମେଶ ଚନ୍ଦ୍ର ସାହୁ ଏବଂ ଟୁଟୁ ସାହୁ ଜଣାଇଛନ୍ତି ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ,ବଣିକସଘଂ ସଭାପତି ଜାନକୀ ବଲ୍ଲଭ ଯେନା,ପୂର୍ବ ଅଧ୍ୟକ୍ଷ ଗୁରୁପ୍ରସାଦ ଯେନା,ଯୁବନେତା ସାରଦା ପ୍ରସାଦ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ କୋଭିଡ ନିୟମାନୁଯାୟୀ ଅନୁଷ୍ଠିତ ହୋଇଥିଲା