Indus Valley Times

ନିୟମର ଖୋଲା ଉଲଂଘନ: ମେସିନ୍ ଦ୍ୱାରା ଶୀଘ୍ର କାମ ବନ୍ଦ ନକଲେ ଆଇନର ଆଶ୍ରୟ ନେବାକୁ କଡା ଚେତାବନି

 Breaking News

ନିୟମର ଖୋଲା ଉଲଂଘନ: ମେସିନ୍ ଦ୍ୱାରା ଶୀଘ୍ର କାମ ବନ୍ଦ ନକଲେ ଆଇନର ଆଶ୍ରୟ ନେବାକୁ କଡା ଚେତାବନି

November 23
20:47 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୩/୧୧: ମହାମାରୀ କରୋନା ପାଇଁ ରାଜ୍ୟରେ ବହୁ ଲୋକ ରୋଜଗାର ହରାଇ ବସିଛନ୍ତି। ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଖୋଦ ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମପଞ୍ଚାୟତରେ। ଦିନ ଦ୍ବିପହରରେ ଆଖିରେ ଆଙ୍ଗୁଳି ମାରି ହରିଲୁଟ ହେଉଛି ଲକ୍ଷ ଲକ୍ଷ ଟଙ୍କା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଇଟାମାଟି ଏମ୍ ଇ ସ୍କୁଲ୍ ଠାରେ ଏକ ମିନି ଷ୍ଟାଡିୟମ କାର‌୍ୟ୍ୟ ହେଉଅଛି। ଏହି କାର‌୍ୟ କୁ ଲୋକମାନେ କରିବାର ନିୟମ ଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲଂଘନ କରି ମେସିନ ଦ୍ବାରା କାର‌୍ୟ୍ୟ କରାଯାଉଛି। ନୟାଗଡ଼ ଜିଲ୍ଲା ରେ ଲୋକମାନେ କାମ ନପାଇ ଭୋକ ଉପବାସରେ ରହୁଥିବା ବେଳେ ସେମାନଙ୍କ ପେଟକୁ ଲାତ ମାରୀ ମାଲା ମାଲ ହେଉଛନ୍ତି ଠିକାଦାର ଓ ବିଭାଗୀୟ କର୍ମଚାରୀ। ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ। ନୟାଗଡ଼ ନିର୍ବାଚନ ମଣ୍ଡଳୀ ରେ ଦୁର୍ନୀତି କୁ ପ୍ରସୟ ଦିଆଯିବ ନାହିଁ ବୋଲି ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଡିଣ୍ଡିମ ପିଟୁଥିବା ବେଳେ ସଦର ମହକୁମା ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ସୁଶାସନ ର ଉଦାହରଣ ଦେଖିବାକୁ ମିଳୁଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ମେସିନ ଦ୍ବାରା ଶିଘ୍ର କାର‌୍ୟ୍ୟ ବନ୍ଦ କରି ଲୋକମାନଙ୍କ ଦ୍ବାରା କାର‌୍ୟ୍ୟ କରିବାକୁ ଚେତାବନୀ ଦେଇଛନ୍ତି ଆଇନଜୀବି ତଥା କଂଗ୍ରେସ ନେତା ମନୋଜ କୁମାର ସାହୁ ନଚେତ୍ କଂଗ୍ରେସ ଏହାର ଦୃଢ ପ୍ରତିବାଦ କରିବାସହ ଆଇନ ର ସହାୟତା ନେବ ବୋଲି ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031