ନୂଆଗାଁ ବ୍ଲକ୍ ରେ ପଞ୍ଚମ ଓ ତୃତୀୟ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷା ସୁଚାରୁରୂପେ ସମ୍ପାଦନ
ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୧୭/୧୨: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଙ୍କ ପ୍ରଚେଷ୍ଟା ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୂଆଗାଁ ବ୍ଲକ୍ ରେ ସୁଚାରୁରୂପେ ପଞ୍ଚମ ଓ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ସମ୍ପାଦନ ହୋଇଛି। ଛାତ୍ର ଛାତ୍ରୀ ମାନେ ମେଧାବୃତ୍ତି ପରୀକ୍ଷା ଦେବା ପାଇଁ ୩ ଟି ସେଣ୍ଟର୍ ଯଥାକ୍ରମେ ନୂଆଗାଁ ଉଚ୍ଚ ବିଦ୍ୟାଳୟ, ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ,ଏବଂ ବାହାଡ ଝୋଲା ଉଚ୍ଚ ବିଦ୍ୟାଳୟ ରେ ବ୍ୟବସ୍ଥା କରାଯାଇଥିଲା।ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ୫୩ ଜଣ , ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ୪୭ ଜଣ , ବାହାଡ ଝୋଲା ଉଚ୍ଚ ବିଦ୍ୟାଳୟରେ ୪୪ ଜଣ ଏହିପରିଭାବେ ୧୪୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ।ସେହିପରି ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ୫୧ ଜଣ, ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫୫ ଜଣ, ବାହାଡ ଝୋଲା ଉଚ୍ଚ ବିଦ୍ୟାଳୟରେ ୪୫ ଜଣ ଏହିପରିଭବେ ୧୫୧ ଜଣ ଛାତ୍ର ପରୀକ୍ଷା ଦେଇଥିଲେ।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ପରୀକ୍ଷା କେନ୍ଦ୍ର ଗୁଡିକ ପରିଦର୍ଶନ କରିଥିବା ବେଳେ ସୁଚାରୁରୂପେ ପରୀକ୍ଷା ପରିଚାଳନା ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଜ୍,ଜ୍ୟୋତ୍ସ୍ନା ରାଣୀ ସେଠୀ, ସମ୍ବାରୀ ସାହୁ ସହଯୋଗ କରିଥିଲେ।