ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଗିରଫ
December 22
14:17
2020
କଟକ,୨୨/୧୨: କଟକ ଜଗତପୁର ଏକ୍ସିସ୍ ବ୍ୟାଙ୍କ ସାମ୍ନାରେ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଜଗତପୁର ଥାନା ପୁଲିସ୍ ମଙ୍ଗଳବାର ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ମେସିନ୍ ବିପୁଳ ପରିମାଣର ସିମେଣ୍ଟ ନାମଦାମୀ କମ୍ପାନୀର ପ୍ୟାକିଂଗ୍ ବ୍ୟାଗ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇଛି। ଏହି କାରଖାନାରେ ୪ ରୁ ୫ ବର୍ଷ ଧରି ଏଠାରେ ଏଭଳି କାରବାର କରାଯାଉଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତ ରହିଛି। ଏହାସହ ଦିନ ୧୧ଟା ୩୦ ମିନିଟ୍ ସମୟରେ ଚଢ଼ାଉକୁ ବ୍ୟାପକ କରାଯିବାର ସୂଚନା ମିଳିଛି।