ଅର୍ଥ ଅଭାବ ରୁ କ୍ୟାନ୍ସର ପୀଡିତା ଵୃଦ୍ଧା ମହିଳା ଚିକିତ୍ସା ରୁ ବଞ୍ଚିତ! ସରକାରୀ ସହାୟତା ପାଇଁ ଆକୁଳ ନିବେଦନ
Cancer affected woman in Nabarangpur begs for govt assistance
ସୁଶାନ୍ତ କୁମାର ବେହେରା
ନବରଙ୍ଗପୁର,21/7: – ନବରଙ୍ଗପୁର ଜିଲ୍ଲା ପାପଡlହାଣ୍ଡି ବ୍ଲକ୍ ଅନ୍ତର୍ଗତ କଣ୍ଟାମାଳ ପଞ୍ଚାୟତ ର ସଦର ମହକୁମା ର ଜଣେ ଗରୀବ ମହିଳା କ୍ୟାନ୍ସର ରୋଗରେ ପୀଡିତ ହୋଇ ଅର୍ଥଅଭାବ ଯୋଗୁଁ ଅଧାରେ ଚିକିତ୍ସା ଛାଡି ଘରକୁ ଫେରିଆସିଛନ୍ତି ଏବଂ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି |
ସୂଚନା ଅନୁଯାଇ କଣ୍ଟାମାଳ ଗ୍ରାମର ମଂଗଳୁ ଜାନି ଙ୍କ ସ୍ତ୍ରୀ ଗୋମତୀ ଜlନୀ (୫୫) ତାଙ୍କର 3ଗୋଟି ପୁଅ ଥିବାବେଳେ କୁଲି କାମ କରି ପରିବାର ପୋଷଣ କରୁଥିଲେ | କିଛିଦିନ ହେବ ଗୋମତୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କ ମଝିଆ ପୁଅ ତୁଳା ଜାନି 108 ଆମ୍ବୁଲାନ୍ସ ଯୋଗେ ମା ର ଚିକିତ୍ସା ପାଇଁ ଡାବୁଗାଁ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ଓ ସେଠାରୁ ମାଆ ଙ୍କ ଦେହ ଭଲ ନ ହେବାରୁ ତାଙ୍କୁ ନବରଙ୍ଗପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ, ନବରଙ୍ଗପୁର ଡାକ୍ତର ତାଙ୍କ ମା ଙ୍କୁ କ୍ୟାନ୍ସର ହୋଇଥିବା କହି ସେଠାରୁ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ |
କୋରାପୁଟ ମେଡିକାଲ ରେ କରୋନା ମହାମାରୀ ଯୋଗୁଁ ସେଠାରେ ଉପଯୁକ୍ତ ଚିକିତ୍ସା ହୋଇନପରିବା ଏବଂ ପାଖରେ ଅର୍ଥ ଅଭାବ ଯୋଗୁଁ ନିରାଶ ହୋଇ ନିଜର ରୁଗଣ ମା କୁ ଧରି ତୁଳା ଜାନି ନିଜ ଗ୍ରାମକୁ ଚାଲିଆସିଲା | ହାତରେ ପଇସା ନଥିବା ଯୋଗୁଁ ଭଗବାନ ଭରସାରେ ଘରେ ପଡିରହି ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି କ୍ୟାନ୍ସର ପୀଡିତା ଙ୍କ ପରିବାର ଲୋକେ | ଏପଟେ ଯନ୍ତ୍ରଣା ରେ ଘରେ ପଡି ରହିଛି ପୀଡିତା ଗୋମତୀ ଜାନି | ସରକାରୀ ସହାୟତା ରେ ତୁଳା ଜାନି ର ଚିକିତ୍ସା କରାଯିବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |