ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋ ସର୍ଭେ : ବିଏମସି
August 31
09:55
2021
ଭୁବନେଶ୍ବର, ୩୧/୮ : ଆଇସିଏମଆର ଅନୁରୋଧ କ୍ରମେ ଵିଏମସି ପକ୍ଷରୁ ଆଜିଠୁ ଭୁବନେଶ୍ୱର ରେ ଆରମ୍ଭ ହୋଇଛି ସେରୋ ସର୍ଭେ ।ବିଏମ୍ସି ପକ୍ଷରୁ ୫ଟି ଓ୍ୱାର୍ଡରେ ମଙ୍ଗଳବାର ଓ ବୁଧବାର ଜାରି ରହିବ ସେରୋ ସର୍ଭେ ।
ବିଏମସି ଅନ୍ତର୍ଗତ ୩ଟି ଜୋନର ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ହେବ ସର୍ଭେ। ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି।
ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ଏନେଇ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।