Indus Valley Times

କୋଭିଡ୍ ଗାଇଡ ଲାଇନ୍ : ସୋମବାରଠୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ

 Breaking News

କୋଭିଡ୍ ଗାଇଡ ଲାଇନ୍ : ସୋମବାରଠୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ

କୋଭିଡ୍ ଗାଇଡ ଲାଇନ୍ : ସୋମବାରଠୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ
January 10
08:27 2022

ଭୁବନେଶ୍ୱର, ୧୦/୧: ସୋମବାରଠୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ । ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ କଲେଜ ବନ୍ଦ ରହିବ। କ୍ଲାସରୁମ୍ ପାଠପଢ଼ା ସହ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି।
ଗତ ୭ ତାରିଖରେ ଏନେଇ ଘୋଷଣା କରାଯିବା ପରେ ଛାତ୍ରଛାତ୍ରୀ ରବିବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିଛନ୍ତି। ମାତ୍ର ସ୍କଲାର, ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗବେଷଣା, ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାକୁ କର୍ତୃପକ୍ଷ ଅନୁମତି ଦେଇପାରବେ ।
କର୍ମଚାରୀଙ୍କ ପାଇଁ ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଓ କଲେଜର ଶିକ୍ଷକ, କର୍ମଚାରୀମାନେ କାର୍ଯ୍ୟ କରିବେ। ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ। ତେବେ ଭର୍ଚୁଆଲ ତଥା ଅନ୍ ଲାଇନ୍ ପାଠପଢ଼ା ଜାରି ରଖିପାରିବେ।
ଶିକ୍ଷାନୁଷ୍ଠାନରେ ଜାରି ରହିଥିବା ସମସ୍ତ ଅଫ୍ ଲାଇନ୍ ପରୀକ୍ଷା ନିର୍ଧାରିତ ସୂଚୀ ଅନୁଯାୟୀ କୋଭିଡ୍ କଟକଣା ମଧ୍ୟରେ ଚାଲିବ। ଜାନୁଆରୀ ୩୧ ପର୍ଯ୍ୟନ୍ତ କ୍ଲାସରୁମ୍ ଥିଓରି କିମ୍ବା ପ୍ରାକ୍ଟିକାଲ ପାଠପଢ଼ା ବନ୍ଦ ରହିବ।
ଅନ୍ ଲାଇନ୍ ପାଠପଢ଼ା ଚାଲିବ। ୫୦% କର୍ମଚାରୀଙ୍କୁ ନେଇ ଦୈନିକ କାର୍ଯ୍ୟ ଚାଲିବ। ତେବେ ଏହି ସମୟରେ ମେଡିକାଲ କଲେଜ ଓ ନର୍ସିଂ କଲେଜ ଗୁଡିକ ଖୋଲା ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30