Indus Valley Times

ନାବାଳିକା ଦୁଷ୍କର୍ମ ମାମଲାରେ ଜଣକୁ ୧୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା

 Breaking News

ନାବାଳିକା ଦୁଷ୍କର୍ମ ମାମଲାରେ ଜଣକୁ ୧୦ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା

January 21
21:48 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୧/୧: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଵତନ୍ତ୍ର କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି କନ୍ଧମାଳ ଜିଲ୍ଲା କୋଟଗଡ ଥାନା କେସ ନମ୍ବର ୪୯/୧୬ ଅଭିଯୁକ୍ତ ମୁକୁନ୍ଦ ମଲ୍ଲିକକୁ(୨୫) ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଆଦାୟ ହେଲେ ନାବାଳିକା ପିଡିତାଙ୍କୁ କ୍ଷତି ପୁରଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୂସାରେ ଗତ ତା ୧୬/୧୧/୨୦୧୬ରିଖ ଦିନ ସକାଳ ସମୟରେ ନାବାଳିକା ଆଧାରକାର୍ଡ ଆଣିବାକୁ ଘରକୁ ଯାଇଥିଲା ।
ଆସିବା ବାଟରେ ପାହାଡିଆ ଜଙ୍ଗଲ ରାସ୍ତାରେ ମୁଦଲା ନାବାଳିକାକୁ ରାସ୍ତାରୁ ଅପହରଣ କରି ପୋଷାକ ପତ୍ର ଚିରିଦେଇ ଦୁଷ୍କର୍ମ କରିଥିଲା । ଏଥି ସହିତ ମୁଦାଲା ଏହି ଘଟଣା କହା ଆଗରେ ପ୍ରକାଶ କଲେ ଜେଲରୁ ଫେରି ଜିବନରେ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲା ।
ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଷ୍କର୍ମ କରିବା ନେଇ ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ କୋଟଗଡ଼ ଥାନା ପୋଲିସ ଏକ ମାମଲା ୪୯/୧୬ ରୁଜୁ କରି ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା ।୧୪ଜଣ ସାକ୍ଷୀଙ୍କ ବୟାନକୁ ବିଚାରଣା କରି ମାନ୍ୟବର ଅଦାଲତ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ପିଡୀତାଙ୍କ ପକ୍ଷରୁ ମାମଲାକୁ ସ୍ଵତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30