Indus Valley Times

ଆଟଲାଣ୍ଟିକ୍ ସମୁଦ୍ରରେ ପ୍ରଳୟଙ୍କରୀ ଝଡ଼, ୯ ଜଣଙ୍କ ଜୀବନ ଗଲା

 Breaking News

ଆଟଲାଣ୍ଟିକ୍ ସମୁଦ୍ରରେ ପ୍ରଳୟଙ୍କରୀ ଝଡ଼, ୯ ଜଣଙ୍କ ଜୀବନ ଗଲା

February 19
10:23 2022

ଲଣ୍ଡନ୍,୧୯/୨: ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କ ଜୀବନ ନେଇ, ବିଜୁଳି ଯୋଗାଣ ବିଭ୍ରାଟ କରି ଅସଂଖ୍ୟ ଲୋକଙ୍କୁ ଅନ୍ଧକାରରେ ରଖିବା ସହ ଲଣ୍ଡନ୍ର ‘ଓ-ଟୁ ରଙ୍ଗମଞ୍ଚ’ର ଛାତ ଉଡ଼ାଇ ଶୁକ୍ରବାର ଦିନ ଆଟ୍ଲାଣ୍ଟିକ୍ ସାମୁଦ୍ରିକ ବାତ୍ୟା ‘ୟୁନିସ୍’ ଉତ୍ତରପଶ୍ଚିମ ୟୁରୋପ୍ ଉପରେ ଘଣ୍ଟାପ୍ରତି ୧୯୬ କିଲୋମିଟର୍ ବେଗର ପବନ ଝୁଙ୍କ ସହ ପ୍ରବାହିତ ହୋଇଛି।
ବ୍ରିଟେନ୍ର ପାଣିପାଗ କାର୍ଯ୍ୟାଳୟ କହିଛି, କେନ୍ଦ୍ରୀୟ ଆଟ୍ଲାଣ୍ଟିକ୍ ସମୁଦ୍ରରେ ସୃଷ୍ଟ ଏବଂ ଆଜୋରେଜ୍ ଆଡୁ ଭୀଷଣ ବେଗରେ ୟୁରୋପ୍ ଆଡ଼କୁ ପ୍ରବାହିତ ବାତ୍ୟା ‘ୟୁନିସ୍’ ଜନଜୀବନ ପ୍ରତି ବିପଦର କାରଣ ହୋଇଥିଲା।
କର୍ଣ୍ଣୱାଲ୍ରେ ଲ୍ୟାଣ୍ଡ୍ଫଲ୍ କରି ବାତ୍ୟା ‘ୟୁନିସ୍’ ପଶ୍ଚିମ ଇଂଲଣ୍ଡ୍କୁ ଧ୍ବଂସ୍ତବିଧ୍ବସ୍ତ କରିପକାଇଛି। ଲ୍ୟାଣ୍ଡ୍ଫଲ୍ ସ୍ଥାନରେ ସମୁଦ୍ର ଢେଉ କୂଳରେ ମଥା ପିଟି ସେଠାରେ ଥିବା କୁଟୀରଗୁଡ଼ିକର ଛାତ ଉପରକୁ ଛିଟିକି ଯାଇଥିଲା।
କାର୍ ଉପରେ ଗଛପଡ଼ି, ଉପୁଡ଼ି ପଡ଼ିଥିବା ଗଛରେ ଗାଡ଼ି ଧକ୍କା ଖାଇବା, ବତାସରେ ଉଡ଼ିଆସୁଥିବା ଭଙ୍ଗାରୁଜା ସାମଗ୍ରୀ ଆଘାତ ପାଇ, ଗଛ ପଡ଼ି ଏବଂ ଡଙ୍ଗାରୁ ଉଡ଼ିଯାଇ ପାଣିରେ ପଡ଼ିବାରୁ ଇଂଲଣ୍ଡ୍ର ବିଭିନ୍ନ ଅଞ୍ଚଳରେ ପ୍ରାୟ ୯ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ଭୀଷଣ ବେଗରେ ବତାସ ପ୍ରବାହିତ ହେବା କାରଣରୁ ସମଗ୍ର ଇଂଲଣ୍ଡ୍ରେ ସମୁଦାୟ ୪୩୬ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ଡଙ୍ଗା ଏବଂ ଟ୍ରେନ୍ ଚଳାଚଳ ମଧ୍ୟ ବାତିଲ୍ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30