Indus Valley Times

ସମ୍ବଲପୁର : ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

 Breaking News

ସମ୍ବଲପୁର : ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

April 14
11:45 2022

ସମ୍ବଲପୁର, ୧୪/୪ : ଓଡିଆ ନବବର୍ଷରେ ଅଘଟଣ । ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ । ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଠାବ ହୋଇଛି ମୃତଦେହ । ଜିଆର୍ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ବୁର୍ଲା ଆ.କଟାପାଲି ନିକଟସ୍ଥ ରେଲଓ୍ୱେ ଓଭରବ୍ରିଜ୍ ନିକଟରେ ପ୍ରେମୀଯୁଗଳଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି ।
ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମଧ୍ୟ ମିଳିଛି । ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ନିକଟରେ ଗୋଟିଏ ହେଲ୍ମେଟ୍ ଓ ବାଇକ୍ ପଡିଥିବାର ଦେଖିବାକୁ ମିଳିଛି ।
ସେପଟେ ଘଟଣା ସଂପର୍କରେ ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ତେବେ କଣ ପାଇଁ ଉଭୟ ଆତ୍ମହତ୍ୟା କଲେ, ନା ତା ପଛରେ ଆଉ କଣ କାରଣ । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031