Indus Valley Times

ନୟାଗଡ଼ ଜିଲ୍ଳାରେ ଅଘୋଷିତ ବିଦ୍ୟୁତକାଟ ପାଇଁ ମାନସିକ ଯନ୍ତ୍ରଣାରେ ଅଛନ୍ତି ଲୋକେ: କଂଗ୍ରେସ ସଭାପତି ରଣଜିତ ଦାଶ

 Breaking News

ନୟାଗଡ଼ ଜିଲ୍ଳାରେ ଅଘୋଷିତ ବିଦ୍ୟୁତକାଟ ପାଇଁ ମାନସିକ ଯନ୍ତ୍ରଣାରେ ଅଛନ୍ତି ଲୋକେ: କଂଗ୍ରେସ ସଭାପତି ରଣଜିତ ଦାଶ

ନୟାଗଡ଼ ଜିଲ୍ଳାରେ ଅଘୋଷିତ ବିଦ୍ୟୁତକାଟ ପାଇଁ ମାନସିକ ଯନ୍ତ୍ରଣାରେ ଅଛନ୍ତି ଲୋକେ: କଂଗ୍ରେସ ସଭାପତି ରଣଜିତ ଦାଶ
June 10
11:35 2022

କିଶୋର କୁମାର ମହାପାତ୍ରଙ୍କ ରିପୋଟ
ନୟାଗଡ଼,୧୦ ।୬: ଓଡିଶା ରାଜ୍ୟରେ ବିଦ୍ୟୁତ କାଟ ହେବନାହିଁ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଥିବା ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶିତ ହେବା ପରେ ନୟାଗଡ ଟାଟାପାୱାର ମନମାନି କରି ଦିନ ରାତି ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଛି ।
ନିୟମିତ ଭାବେ ବିଦ୍ୟତ ବିଲ ପୈଠ କରୁଥିବା ଲକ୍ଷାଧିକ ବିଦ୍ୟୁତ ଉପୋଭୋକ୍ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଛି । ଏଥିପାଇଁ ନୟାଗଡ ବିଧାୟକ ଅରୁଣ ସାହୁଙ୍କୁ ଦାୟୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ।
ବିଧାୟକ ଶ୍ରୀ ସାହୁ ନୟାଗଡ ରେ ବିକାଶ ପରେ ବିକାଶ ହେଉଥିବା ଡିଣ୍ଡିମ ପିଟି ତାର ଶ୍ରେୟ ଯଦି ନିଯେ ନେଉଛନ୍ତି ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଟାଟାପାୱାର କର୍ତୃପକ୍ଷ ଅବମାନନା କରି ନୟାଗଡ ସହର ସମେତ ଜିଲ୍ଲାର ଗ୍ରାମାଞ୍ଚଳରେ ଦିନ ରାତି ବାରମ୍ବାର ଅଘୋଷିତ ବିଦ୍ୟୁତକାଟ କରାଇ ଜନଜୀବନ ଅସ୍ତବ୍ୟସ୍ତ କରାଇବା ମଧ୍ୟ ବିଧାୟକଙ୍କ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ରାଜ୍ୟର ପ୍ରମୁଖ ଉତ୍ତପ୍ତ ସହର ନୟାଗଡରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ସମୟରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତକାତ ଜାରି ରହିଥିବା ବେଳେ ଆମ ବିଧାୟକ ଅରୁଣ ସାହୁ ଏବଂ ବିଜୁ ଜନତା ଦଳ ଚୁପ ବସିଵା ପଛରେ କି ରହସ୍ୟ ରହିଛି ତାହା ନୟାଗଡ ବାସୀଙ୍କ ସାମ୍ନାରେ ସ୍ପଷ୍ଟ ହେବା ଆବଶ୍ୟକ ।
କାହାର ବଳ ପାଇ ଟାଟାପାୱାର ବିନା ଭୟରେ ବେଆଇନ ବିଦ୍ୟୁତକାଟ କରି ଚାଲିଛି ତାହା ଆମ ବିଧାୟକଙ୍କ ପରିବାପାଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଶ୍ରୀ ଦାଶ ପ୍ରେସ ବାର୍ତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।
ଯଦି ବିଧାୟକ ମହାଶୟ ଆଗକୁ ବିଦ୍ୟୁତକାଟ ବନ୍ଦ କରିବା ପାଇଁ ଟାଟାପାୱାର କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାରେ ବିଳମ୍ବ କରନ୍ତି ତେବେ ଟାଟାପାୱାର ଜିଲ୍ଲା ମୁଖ୍ୟାଳୟକୁ ସିଲ କରାଯିବ ବୋଲି ନୟାଗଡ କଂଗ୍ରେସ ପକ୍ଷରୁ ପ୍ରେସ ବାର୍ତ୍ତା ରେ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30