Indus Valley Times

ଏସସିବିରେ ଭୁଲ୍ କ୍ୟାନ୍‌ସର୍ ରିପୋର୍ଟ: ଅଙ୍ଗ ହରାଇଲେ ରୋଗୀ

 Breaking News

ଏସସିବିରେ ଭୁଲ୍ କ୍ୟାନ୍‌ସର୍ ରିପୋର୍ଟ: ଅଙ୍ଗ ହରାଇଲେ ରୋଗୀ

ଏସସିବିରେ ଭୁଲ୍ କ୍ୟାନ୍‌ସର୍ ରିପୋର୍ଟ: ଅଙ୍ଗ ହରାଇଲେ ରୋଗୀ
July 29
19:52 2022

ଭୁବନେଶ୍ୱର, ୨୯/୭: ଭୁଲ କ୍ୟାନ୍‌ସର୍ ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ। ଖାଲି ଅଙ୍ଗ ହରାଇଲେନି ଏବେ ଅବସ୍ଥା ଗୁରୁତର। ଏସସିବି ମେଡିକାଲ କଲେଜ ପାଥୋଲୋଜି ବିଭାଗ ବିରୋଧରେ ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି। ଏନେଇ ମେଡିକାଲ ଅଧିକ୍ଷକଙ୍କ ପାଖରେ ରୋଗୀଙ୍କ ସମ୍ପର୍କୀୟ ଲିଖିତ ଅଭିଯୋଗ କରିଛନ୍ତି।
ଢେଙ୍କାନାଳ ଅଞ୍ଚଳର ଜଣେ ମହିଳାଙ୍କ ଛାତିରେ ମାଂସ ବଢିବା ପରେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସର୍ଜରୀ ବିଭାଗରେ ଅପରେସନ ପରେ ମାଂସ ପରୀକ୍ଷା ପାଇଁ ପାଥୋଲୋଜିକୁ ପଠା ଯାଇଥିଲା। ରିପୋର୍ଟରେ କ୍ୟାନ୍ସର ଥିବା ଜଣାପଡ଼ିଥିଲା।
ଏହା ପରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଆଉଥରେ ଅପରେସନ କରାଯାଇ ଗୋଟିଏ ଅଙ୍ଗ କଟାଯିବା ସହ କେମୋ ମଧ୍ୟ ଦିଆଯାଇଥିଲା।
ତେବେ ସନ୍ଦେହ ହେବାରୁ ଉକ୍ତ ନମୁନାକୁ ଆଉ ଥରେ ପରୀକ୍ଷା ପାଇଁ ଡାକ୍ତର କହିଥିଲେ। ରିପୋର୍ଟ ଆଣିବା ପରେ ପରବର୍ତ୍ତି ଚିକିତ୍ସା କରାଯିବ ବୋଲି କହିଥିଲେ। ଯାହା ପରେ ରୋଗୀଙ୍କ ସମ୍ପର୍କିୟ ଯାଇ ଏସସିବି ମେଡିକାଲ କଲେଜ ପାଥୋଲୋଜି ବିଭାଗରୁ ପୂର୍ବ ସଂଗୃହିତ ନମୁନା ମାଗିଥିଲେ। ଏହାକୁ ନେଇ ବାହାରେ ପରୀକ୍ଷା କରିଥିଲେ।
ଏହି ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ସେତେବେଳକୁ ମହିଳାଙ୍କ ଅଙ୍ଗ କଟାଯାଇସାରିଥିଲା। ଡାକ୍ତରଙ୍କୁ ଏହା ଜଣାଇବା ପରେ ଏସସିବି ଯାଇ ପୁନଃ ପରୀକ୍ଷା ରିପୋର୍ଟ ଆଣିବାକୁ କହିଥିଲେ। ଏଠାକୁ ଯାଇ ପୁନଃ ପରୀକ୍ଷା ଯାଞ୍ଚ ରିପୋର୍ଟ ମାଗିବାରୁ ଏହା କ୍ୟାନ୍ସର ନେଗେଟିଭ୍ ଆସିଥିଲା।
ଯାହା ପାଇବା ପରେ ରୋଗୀ ଓ ରୋଗୀଙ୍କ ସମ୍ପର୍କିୟଙ୍କ ହୋଇ ଉଡ଼ିଯାଇଛି। ପାଥୋଲୋଜି ବିଭାଗ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ପ୍ରଥମେ ତାଙ୍କ ରିପୋର୍ଟ ପଜିଟିଭ ହୋଇଯାଇଥିଲା ବୋଲି ରୋଗୀଙ୍କ ସମ୍ପର୍କିୟ ସନ୍ଦିପ ତ୍ରିପାଠୀ ଅଭିଯୋଗ କରିଛନ୍ତି।
ଶ୍ରୀ ତ୍ରିପାଠୀ କହିଛନ୍ତି, ଦୁଇ ପ୍ରକାର ରିପୋର୍ଟ ଦେଖିବା ପରେ ଡାକ୍ତର ରୋଗୀଙ୍କ ପରବର୍ତ୍ତି ଚିକିତ୍ସା କରିବାକୁ ମନା କରିଦେଇଛନ୍ତି। ଠିକ୍ ରିପୋର୍ଟ ନେଇ ଆସିବାକୁ କହୁଛନ୍ତି। ଏମିତିରେ ରୋଗୀ ଏବେ କ’ଣ କରିବ ? ସରକାରୀ ଡାକ୍ତରଖାନାରେ ଜାଣିଶୁଣି ଡାକ୍ତର ଓ କର୍ମଚାରୀମାନେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ମେଡିକାଲ କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ଖୋଳତାଡ ଆରମ୍ଭ ହୋଇଛି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସସିବି ମେଡିକାଲ ଅଧିକ୍ଷକ।
ତେବେ ପାଥୋଲୋଜି ବିଭାଗୀୟ ମୁଖ୍ୟ ଡ. ଲିଟି ମହାନ୍ତି କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ରୋଗୀଙ୍କ ଠାରୁ ସଂଗୃହିତ ଟ୍ୟୁମର ଟିସୁକୁ ତିନୋଟି ଭାଗ କରି ପରୀକ୍ଷା କରାଯାଇଥିଲା। ଏହା ଭିତରେ ପ୍ରଥମ ଭାଗ ବାୟପସି ସ୍ଲାଇଡ୍ ରିପୋର୍ଟ କ୍ୟାନ୍ସର ପଜିଟିଭ ରହିଛି। ଏହା ପରେ ରୋଗୀ ଚିକିତ୍ସା କରାଇଛନ୍ତି। ଅନ୍ୟ ଦୁଇଟି ଭାଗ ରୋଗୀର ସମ୍ପର୍କିୟ ପୁନଃ ପରୀକ୍ଷା ନିମନ୍ତେ ନେଇଥିଲେ। ମାତ୍ର ଏହି ଦୁଇ ଭାଗ ହିଁ ନେଗେଟିଭ୍ ଆସିଛି। ଆମେ ମଧ୍ୟ ସଂଗୃହିତ ଗୋଟିଏ ଭାଗ ବାୟପସି ସ୍ଲାଇଡ୍ର ଏକ ସ୍ୱତନ୍ତ୍ର ପରୀକ୍ଷା କରିଥିଲୁ।
ଏହି ପରୀକ୍ଷାରେ କ୍ୟାନ୍ସର ପଜେଟିଭ ଆସିଥିଲା। ମାତ୍ର ଦ୍ୱିତୀୟ ପରୀକ୍ଷାରେ ଏହି ସ୍ଲାଇଡ୍ର ଫୋକାଲ ଏରିଆରେ ନନ୍କ୍ୟାନ୍ସର ଥିଲା। କିନ୍ତୁ ଚୂଡ଼ାନ୍ତ ରିପୋର୍ଟ କହୁଛି କ୍ୟାନ୍ସର। ତେଣୁ ରୋଗୀ ଠିକ୍ ଚିକିତ୍ସା ନେଇଛନ୍ତି। ଏହା କେବଳ କମ୍ୟୁନିକେସନ ଗ୍ୟାପ। ରୋଗୀଙ୍କ ସମ୍ପର୍କିୟ ଏ ବାବଦରେ ଆସି ପଚାରିଥିଲେ ଭତ୍ତର ପାଇପାରିଥାନ୍ତେ ବୋଲି କହିଛନ୍ତି ସେ।
ତେଣୁ ବିଭାଗୀୟ ଅଧିକାରୀ ଏଭଳି କଥାକୁ ଗୁଡ଼ାଇ ତୁଡ଼ାଇ କହିବା ସନ୍ଦେହକୁ ବଢ଼ାଇଛି। ପ୍ରକୃତରେ ସମ୍ପୃକ୍ତ ମହିଳାଙ୍କର ଏବେ କ୍ୟାନ୍ସର ପଜିଟିଭ ରହିଛି ନାଁ ନେଗେଟିଭ ତାହା ସାମ୍ନାକୁ ଆସିବା ନିହାତି ଆବଶ୍ୟକ ହୋଇ ପଡ଼ିଛି। ଯାହା ଏଠାରେ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗର ସତ୍ୟାସତ୍ୟ ପଦାକୁ ଆଣିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031