Indus Valley Times

ଶ୍ୱେତା ଅତ୍ମହତ୍ୟା ମାମଲା: ପୁଲିସ ହେପାଜତରେ ସୌମ୍ୟ! ବୟେଫ୍ରେଣ୍ଡଙ୍କ ବିରୁଧରେ ଲାଗିଲା ଆଇପିସି ଦଫା

 Breaking News

ଶ୍ୱେତା ଅତ୍ମହତ୍ୟା ମାମଲା: ପୁଲିସ ହେପାଜତରେ ସୌମ୍ୟ! ବୟେଫ୍ରେଣ୍ଡଙ୍କ ବିରୁଧରେ ଲାଗିଲା ଆଇପିସି ଦଫା

August 24
11:26 2022

ଭୁବନେଶ୍ୱର,୨୪/୮: ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ସଫ୍ଟୱେୟାର ଇଂଜିନିୟର ବୟେଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଲାଗିଲା ଆଇପିସି ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା । ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ ହୋଇଛି । ସୌମ୍ୟଜିତ ପୁଲିସ ହେପାଜତରେ ଥିବା ସୂଚନା ମିଳିଛି । ସୌମ୍ୟଜିତ ଚନ୍ଦ୍ରଶେଖରପୁର ପୋଲିସ ହେପାଜତରେ ଥିବା ନେଇ ଖୋଦ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ୨୫ବର୍ଷିୟା ଉଚ୍ଚ ଶିକ୍ଷିତା ଝିଅକୁ ନ୍ୟାୟ ପାଇଁ ରାଜ୍ୟ ସରକାରଙ୍କୁ ଗୁହାରି କରୁଛନ୍ତି ଶ୍ୱେତାଙ୍କ ମାଆ ।
ଝିଅ ଯିବାର ୬ ଦିନ ପରେ ଭିଡିଓ ମାଧ୍ୟମରେ ମଙ୍ଗଳବାର ଦିନ ଶ୍ୱେତାଙ୍କ ମାଆ ଦାବି କରିଛନ୍ତି, ସୌମ୍ୟଜିତ୍ଙ୍କ ବିରୋଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯାଉ।
ଘଟଣାର ତଦନ୍ତ ବେଳେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ୧୮ ତାରିଖ ରାତିରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିଲେ ଶ୍ୱେତା। ରାତି ସାଢ଼େ ଗୋଟାଏ ପର‌୍ୟ୍ୟନ୍ତ ସୌମ୍ୟଙ୍କୁ ଲଗାତର କଲ୍ କରିଚାଲିଥିଲେ ଶ୍ୱେତା। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ। ପୁଲିସ କହିଛି, ଶ୍ୱେତାଙ୍କ କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉଛି। ଘଟଣା ବାବଦରେ ଖୁବଶୀଘ୍ର ସୌମ୍ୟଜିତଙ୍କୁ ପଚରାଉଚରା କରାଯିବ।
ସେପଟେ ସନ୍ଦେହ ବଢ଼ାଇଛି ସୌମ୍ୟଜିତଙ୍କ ସମ୍ବଲପୁରସ୍ଥିତ ଘର ଆଗର ସିସିଟିଭି ଫୁଟେଜ। ଯେଉଁଥିରେ ଗତକାଲି ରାତି ପ୍ରାୟ ୧୦ ଟା ୬ ମିନିଟରେ ସୌମ୍ୟଜିତଙ୍କ ଘରୁ ଜଣେ ମଟର ସାଇକେଲରେ ବାହାରୁଥିବାର ଦୃଶ୍ୟ ରହିଛି। ପରେ ଆଉ ଜଣେ ମାସ୍କ ପିନ୍ଧା ଯୁବକ ଘରୁ ବାହାରି ସେହି ମଟର ସାଇକେଲ ପଛରେ ବସୁଛନ୍ତି। ପରେ ଉଭୟ କେଉଁ ଆଡ଼େ ଚାଲିଯାଉଛନ୍ତି। ପ୍ରାୟ ୧୦ ମିନିଟ ପରେ ସେହି ମଟର ସାଇକେଲ ଫେରୁଛି, ହେଲେ ପଛରେ ବସିଥିବା ଯୁବକ ଜଣଙ୍କ ଆଉ ବାଇକରେ ନଥିବା ସିସିଟିଭିରେ ଦେଖାଯାଉଛି। ତେବେ ବାଇକ୍ରେ ଯାଇଥିବା ଯୁବକ କିଏ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ପାଖ ପଡ଼ୋଶୀ ଲୋକ ବି ସୌମ୍ୟଜିତଙ୍କ ସଂପର୍କରେ କୌଣସି ସୂଚନା ଦେଇପାରିନାହାନ୍ତି।
କୁହାଯାଉଛି, ଉଭୟ ଶ୍ୱେତା ଏବଂ ସୌମ୍ୟଜିତ୍ ପରସ୍ପରକୁ ଭଲ ପାଉଥିଲେ। ଏପରିକି କଥା ବିବାହ ଯାଏଁ ଯାଇଥିଲା। ତେବେ ମୃତ୍ୟୁ ପୂର୍ବରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହେଉଥିବାର ଏକ ଅଡିଓ କଲ୍ ସାମ୍ନାକୁ ଆସିଛି। ଯେଉଁଥିରେ ସୌମ୍ୟଜିତ ନିଜ ଜୀବନରୁ ଶ୍ୱେତାଙ୍କୁ ବାହାରିଯିବାକୁ କହୁଛନ୍ତି। ଏପରିକି ତାଙ୍କ ଘର ଲୋକଙ୍କୁ କଲ୍ ନକରିବାକୁ ବି ଶ୍ୱେତାଙ୍କୁ ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ।
ଶ୍ୱେତାଙ୍କ ମୃତ୍ୟୁକୁ ୬ ଦିନ ବିତିଲାଣି ତଥାପି ସସପେନ୍ସରେ ରହିଛି ପୁରା ଘଟଣା। ଗୋଟିଏ ପଟେ ଶ୍ୱେତାଙ୍କ ପରିବାର ଝିଅର ମୃତ୍ୟୁ ପାଇଁ ସିଧାସଳଖ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ରଙ୍କୁ ଦାୟୀ କରୁଛନ୍ତି।
ଅନ୍ୟପଟେ ଏଯାଏଁ ମୁହଁ ଖୋଲୁନାହାଁନ୍ତି ନିଜେ ସୌମ୍ୟଜିତ୍ କି ତାଙ୍କ ପରିବାର।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031