Indus Valley Times

ସଲମାନ୍ ଖାନ ନିଶା ନିଅନ୍ତି, ଆମୀର ଖାନଙ୍କ କଥା ଭଗବାନ ଜାଣନ୍ତି: ରାମଦେବ

 Breaking News

ସଲମାନ୍ ଖାନ ନିଶା ନିଅନ୍ତି, ଆମୀର ଖାନଙ୍କ କଥା ଭଗବାନ ଜାଣନ୍ତି: ରାମଦେବ

ସଲମାନ୍ ଖାନ ନିଶା ନିଅନ୍ତି, ଆମୀର ଖାନଙ୍କ  କଥା ଭଗବାନ ଜାଣନ୍ତି: ରାମଦେବ
October 17
19:40 2022

ମୁମ୍ବାଇ, ୧୭/୧୦: ଡ୍ରଗ୍ସ ସେବନ ନେଇ ପୂର୍ବରୁ ବଦନାମ ଥିବା ବଲିଉଡ୍ ଉପରେ ଖପ୍ପା ଯୋଗ ଗୁରୁ ରାମ ଦେବ ଷ୍ଟାର୍ମାନଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି।
ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶା ମୁକ୍ତ ଭାରତ ବିଷୟରେ ଲୋକଙ୍କୁ ଜାଗ୍ରତ କରିବା ସହ ସଲମାନ ଓ ଶାହରୁଖଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବାବା।
ତା ସହିତ ଇସ୍ଲାମ୍ରେ ମଦ ହରାମ ବୋଲି କହି ଏହାକୁ ପିଉଥିବା ଲୋକଙ୍କୁ ଅପବିତ୍ର କହିବା ସହ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ଟାର୍ଗେଟ୍ କରିଥିଲେ ରାମଦେବ। ସେ କହିଥିଲେ ଯେ ନିଶା ନିବାରଣ ଉପରେ ଆର‌୍ୟ୍ୟ ସମାଜ ଅନେକ କାମ କରିଛି।
ଯେଉଁଦିନ ଦେଶ ନିଶାମୁକ୍ତ ହେବେ ସେହିଦିନ ମହର୍ଷି ଦୟାନନ୍ଦଙ୍କ ସ୍ୱପ୍ନ ସାକାର ହେବ। ସରକାର ଆଇନ ଆଣି ନିଶା ବନ୍ଦ କରିପାରିବେ ନାହିଁ ଏଥିପାଇଁ ଲୋକ ଜାଗ୍ରତ ହେବା ଉଚିତ ବୋଲି ରାମ ଦେବ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ଇସ୍ଲାମରେ ଯଦି ଲୋକ ମଦ ଛାଡ଼ି ଦେଉଛନ୍ତି ତେବେ ସେମାନେ ବିଡି ସିଗାରେଟ୍, ତମ୍ବାକୁ ଓ ଗୁଟଖା ଏମିତିକି ଡ୍ରଗ୍ସ ଖାଇବା ଆରମ୍ଭ କରିଦେଉଛନ୍ତି। ଆଜି ଏକମାତ୍ର ଆର‌୍ୟ୍ୟ ସମାଜ ହିଁ ପବିତ୍ର ରହିଛି।

ଏହାପରେ ବଲିଉଡ୍ ଷ୍ଟାର୍ମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାମଦେବ। ସେ କହିଥିଲେ ଯେ ନିକଟରେ ଶାହାରୁଖ ଖାନ୍ଙ୍କ ପୁଅ ଡ୍ରଗ୍ସ ନେବା ଅଭିଯୋଗରେ ଜେଲ୍ର ପବନ ଖାଇକି ଆସିଛି। । ସଲମାନ୍ ଖାନ୍ ମଧ୍ୟ ଜଣେ ନିଶାଖୋର ବ୍ୟକ୍ତି। କିନ୍ତୁ ଅମୀର ଖାନ୍ଙ୍କ କଥା କହି ପାରିବିନି। ତାଙ୍କ କଥା ଭଗବାନ ନିଜେ ଜାଣିଥିବେ ବୋଲି କଟାକ୍ଷ କରି କହିଛନ୍ତି ରାମଦେବ।
ସଲମାନ ଖାନ୍, ଶାହାରୁଖ ଖାନ ଓ ଅମିର ଖାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ କେଜାଣେ କେତେ ଲୋକ ଡ୍ରଗ୍ସ ନେଉଛନ୍ତି। ନିର୍ବାଚନ ସମୟରେ ବି ମଦ ବଣ୍ଟାଯାଉଛି। ସେ ନିଶାମୁକ୍ତ ନେଇ ଆନ୍ଦୋଳନ ଚଳାଇବେ ବୋଲି କାର୍ଯ୍ୟକ୍ରମରେ କହିଥିଲେ ରାମଦେବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031