Indus Valley Times

ଗଞ୍ଜାମ :ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

 Breaking News

ଗଞ୍ଜାମ :ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

December 06
17:07 2022

ଖଲ୍ଲିକୋଟ,୬/୧୨: ଗଞ୍ଜାମ ପୋଲିସ ଜିଲ୍ଲା ଛତ୍ରପୁର ପୋଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।
ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠିତ ପରେଡ୍ରେ ଅଭିଭାଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସାର ପାତ୍ର ହେବାକୁ ଗୃହରକ୍ଷୀ ମାନଙ୍କୁ ଏସପି ଆହ୍ୱାନ ଦେଇଥିଲେ ।
ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା , ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦକ କରିଆସୁଛନ୍ତି । ଏସପି ଆହୁରି କହିଥିଲେ ଯେ ବିଭିନ୍ନ ସମୟରେ ଗୃହରକ୍ଷୀ ମାନେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କର ସେବା କରିଆସିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥବା ସନ୍ଦେଶବାର୍ତ୍ତା ପଢିଥିଲେ ଏସ୍ପି । କାର୍ଯ୍ୟକ୍ରମ ଶେଷରେ ଉଲ୍ୟେଖନୀୟ କାର୍ଯ୍ୟ କରିଥିବା ଗଞ୍ଜାମ ପୋଲିସ ଜିଲାର ୫୧ ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବିଜୟ କୁମାର ମଲ୍ଲିକ,ପି. କେ. ଦଲେଇ, ଡ଼ିଏସପି ଶ୍ରାବଣୀ ନାୟକଙ୍କ ସେମତ ଅନେକ ଅଧିକାରୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30