Indus Valley Times

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି: ରାଉରକେଲା ଓ ଭୁବନେଶ୍ୱର ସମେତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ

 Breaking News

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି: ରାଉରକେଲା ଓ ଭୁବନେଶ୍ୱର ସମେତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ

January 10
11:28 2023

ଭୁବନେଶ୍ୱର,୧୦/୧: ଭିଜିଲାନ୍ସ ଜାଲରେ ପଡ଼ିଗଲେ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କିରାଣି ନନ୍ଦୀ କିଶୋର ନାଥଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ । ନନ୍ଦୀ କିଶୋର ରାଉରକେଲା ଜଡ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ରେ କାର‌୍ୟ୍ୟରତ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ନନ୍ଦୀ କିଶୋର ନାଥଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି।
ଆଜି ସକାଳୁ ସକାଳୁ ରାଉରକେଲା ପାନପୋଷ ନିକଟରେ ଥିବା ନନ୍ଦୀ କିଶୋରଙ୍କ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥିବା ଫ୍ଲାଟ, ବରଗଡ଼ରେ ଥିବା ପୈତୃକ ଘର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଇଁଠାପଲ୍ଲୀରେ ଥିବା ଘର, ସମ୍ବଲପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଛି।
ଏହି ଚଢ଼ାଉରେ ୩ ଡିଏସ୍ପି, ୯ ଇନ୍ସପେକ୍ଟର, ଜଣେ ଏସ୍ଆଇ, ୨ ଜଣ ଏଏସ୍ଆଇ ପ୍ରମୁଖ ସାମିଲ ହୋଇଛନ୍ତି। ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଏହି ଚଢ଼ାଉ ହେଉଛି। ତେବେ ଚଢ଼ାଉ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ କ’ଣ କ’ଣ ଜବତ ହୋଇଛି ସେ ନେଇ ସବିଶେଷ ସୂଚନା ମିଳିପାରିନି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031