Indus Valley Times

ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଛାତ୍ରମାନଙ୍କର ପଞ୍ଜୀକରଣ

 Breaking News

ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଛାତ୍ରମାନଙ୍କର ପଞ୍ଜୀକରଣ

ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଛାତ୍ରମାନଙ୍କର ପଞ୍ଜୀକରଣ
January 19
08:50 2023

ଭୁବନେଶ୍ବର, ୧୯/୧: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ପଞ୍ଜୀକରଣ ଓ ତଥ୍ୟ ସଂଶୋଧନ ଲାଗି ସମୟ ସୀମା ୨୦୨୩ ଜାନୁଆରି ୨୦ରୁ ଫେବ୍ରୁଆରି ୫ ତାରିଖ ପର‌୍ୟ୍ୟନ୍ତ ଧାର‌୍ୟ୍ୟ କରାଯାଇଛି।
ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ପଞ୍ଜୀକୃତ ହୋଇଥିବା ସ୍କୁଲଗୁଡ଼ିକୁ ଫେବ୍ରୁଆରି ୧୦ ସୁଦ୍ଧା ଯାଞ୍ଚ କରିବେ। ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୧୬ ପର‌୍ୟ୍ୟନ୍ତ ପ୍ରଥମ ପର‌୍ୟ୍ୟାୟ ଛାତ୍ରମାନଙ୍କର ପଞ୍ଜୀକରଣ କରାଯିବ।
ଏଥିସହ ମାର୍ଚ୍ଚ ୨୦ ମଧ୍ୟରେ ବିଇଓ ଦରଖାସ୍ତ ଯାଞ୍ଚ କରିବେ। ମାର୍ଚ୍ଚ ୨୩ ଓ ୨୪ରେ ପ୍ରଥମ ପର‌୍ୟ୍ୟାୟ ଅନ୍ଲାଇନ୍ ଲଟେରି ମାଧ୍ୟମରେ ସ୍କୁଲଗୁଡ଼ିକ ମଧ୍ୟରେ ଆବଣ୍ଟନ କରାଯିବ।
ଛାତ୍ରମାନଙ୍କ ପ୍ରଥମ ପର‌୍ୟ୍ୟାୟ ନାମଲେଖା ମାର୍ଚ୍ଚ ୨୭ରୁ ଏପ୍ରିଲ ୨୪ ମଧ୍ୟରେ ଶେଷ ହେବ। ଦ୍ବିତୀୟ ପର‌୍ୟ୍ୟାୟ ପଞ୍ଜୀକରଣ ଏପ୍ରିଲ ୧୦ରୁ ୨୪ ମଧ୍ୟରେ ହେବାକୁ ଥିବା ବେଳେ ଏହି ପର‌୍ୟ୍ୟାୟ ଦସ୍ତଖତଗୁଡ଼ିକ ଏପ୍ରିଲ ୨୬ ସୁଦ୍ଧା ଯାଞ୍ଚ କରାଯିବ। ଏପ୍ରିଲ ୨୮ରୁ ମେ’ ୬ ମଧ୍ୟରେ ଦ୍ବିତୀୟ ପର‌୍ୟ୍ୟାୟ ନାମଲେଖା ଶେଷ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କ୍ୟାଲେଣ୍ଡରରେ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031