Indus Valley Times

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, କହିଲେ- ରାଜନୀତିରେ ହିଂସାର ସ୍ଥାନ ନାହିଁ

 Breaking News

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, କହିଲେ- ରାଜନୀତିରେ ହିଂସାର ସ୍ଥାନ ନାହିଁ

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, କହିଲେ- ରାଜନୀତିରେ ହିଂସାର ସ୍ଥାନ ନାହିଁ
February 05
11:23 2023

ଭୁବନେଶ୍ୱର,୫/୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ରାଜନୀତିରେ ହିଂସାର ସ୍ଥାନ ନାହିଁ।
କେବଳ ସାଧାରଣ ଲୋକ ନୁହନ୍ତି, ରାଜ୍ୟରେ ମନ୍ତ୍ରୀ ଓ ଅଫିସରଙ୍କ ଉପରେ ଆକ୍ରମଣ ହେଉଛି। ବାଲେଶ୍ୱରରେ ବାଲି ମାଫିଆ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ କର୍ମୀ ହତ୍ୟା କଲେ। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡ଼େ? କିଏ ଏଠି ଶାସନ ଚଳାଉଛି? ରାଜ୍ୟ ସରକାର ମନେ ରଖିବା ଉଚିତ ଯେ ଦାୟିତ୍ବ ମିଳିଛି, ଜାଗିର ନୁହେଁ।
ଏଣେ ତଦନ୍ତ ଉପରେ ହାଇକୋର୍ଟର ତଦାରଖ ନେଇ ପ୍ରଶ୍ନ ଉଠାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, କମିସନ ଆକ୍ଟରେ ନ୍ୟାୟାଧୀଶ ନିଯୁକ୍ତ ହୋଇନାହାନ୍ତି, ତଦାରଖ କରୁଥିବା ଅବସରପ୍ରାପ୍ତ ନ୍ୟାୟାଧୀଶଙ୍କ ଅଧିକାର କ’ଣ, ସେଥିରେ ସ୍ପଷ୍ଟତା ନାହିଁ। ପ୍ରତ୍ୟେକ ଅଭିଯୋଗ ପାଇଁଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୂୁ ପଡ଼ୁଛି। ତଦନ୍ତର ମୂଳଦୁଆ ଯେଉଁଠି ଠିକ୍ ନାହିଁ, ସେଠି ସ୍ପଷ୍ଟତା ଆସିବନି।କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ୱସନୀୟ ନୁହେଁ।
ଏଣୁ ନୈତିକତା ଦୃଷ୍ଟିରୁ ଥାର୍ଡପାର୍ଟିକୁ ତଦନ୍ତ ଭାର ଦିଅନ୍ତୁ ରାଜ୍ୟ ସରକର।
ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଭାବେ ନିରବତା ଅବଲମ୍ବନ କରିବା ନିନ୍ଦନୀୟ। ତେଣେ ପୁଲିସ ଡିଜି ମହାପ୍ରଭୁଙ୍କ ନାଁରେ ଖସିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031