Indus Valley Times

ବିଜେପି ଓବିସି ମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅରୁଣ ନାୟକଙ୍କ ନେତୃତ୍ୱରେ ଜନ୍ମମାଟି ଯମୁନାକୋଟରେ “ମା’ପାଇଁ ଗଛଟିଏ” କାର୍ଯ୍ୟକ୍ରମ ସମ୍ପାଦିତ

 Breaking News

ବିଜେପି ଓବିସି ମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅରୁଣ ନାୟକଙ୍କ ନେତୃତ୍ୱରେ ଜନ୍ମମାଟି ଯମୁନାକୋଟରେ “ମା’ପାଇଁ ଗଛଟିଏ” କାର୍ଯ୍ୟକ୍ରମ ସମ୍ପାଦିତ

ବିଜେପି ଓବିସି ମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅରୁଣ ନାୟକଙ୍କ ନେତୃତ୍ୱରେ ଜନ୍ମମାଟି ଯମୁନାକୋଟରେ “ମା’ପାଇଁ ଗଛଟିଏ” କାର୍ଯ୍ୟକ୍ରମ ସମ୍ପାଦିତ
July 06
22:10 2024

Noted playwright and BJP OBC Morcha leader Arun Nayak plants tree at Jamunakot village


ଢେଙ୍କାନାଳ, ୬/ ୭: ଡଃ ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ ୧୨୩ତମ ଜୟନ୍ତି ପାଳନ ଅବସରରେ, ବିଜେପି ଓବିସି ମୋର୍ଚ୍ଚା,ଓଡିଶାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତଥା ପ୍ରତିଷ୍ଠିତ ନାଟ୍ୟକାର ଓ ସ୍ତମ୍ଭକାର ଶ୍ରୀ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ତାଙ୍କ ଜନ୍ମମାଟି, ଭୁବନ ବ୍ଲକ୍ ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ “ମା’ପାଇଁ ଗଛଟିଏ” କାର୍ଯ୍ୟକ୍ରମ ସମ୍ପାଦିତ ହେଇଛି ।

ଏଇ କାର୍ଯ୍ୟକ୍ରମରେ ଯମୁନାକୋଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଆମ୍ବ ସପେଟା ବୃକ୍ଷ ରୋପଣ କରା ଯାଇଥିଲା ।ଏଥିରେ ସାମିଲ୍ ହେଇଥିଲେ, ଯମୁନାକୋଟ ସରପଞ୍ଚ ଶ୍ରୀ ରଞ୍ଜନ ବାରିକ, ମାର୍ଥାପୁର ସରପଞ୍ଚ ଶ୍ରୀ ରାଜେନ୍ଦ୍ର ମଲ୍ଲିକ, ଶତାଧିକ ମହିଳା, ଗୁରୁଜନ ଏବଂ ଗ୍ରାମବାସୀ । ଏଇ ଅବସରରେ ଶ୍ରୀ ଅରୁଣ କୁମାର ନାୟକ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ତଥା ଆହ୍ୱାନ “ମା’ପାଇଁ ଗଛଟିଏ” ପଛରେ ରହିଥିବା ଉଦ୍ଦେଶ୍ୟ ସମ୍ପର୍କରେ ବୁଝେଇଥିଲେ ।

ନାୟକ ଏକଥା ବି’ କହିଥିଲେ, ଯେମିତି ଆମେ କେବେ ବି’ ଚିନ୍ତା କରିନ’ଥିଲେ ଯେ’ ଦିନେ ଗୋଟିଏ ଲିଟର୍ ପାଣି ଆମକୁ ୨୦ ଟଙ୍କାରେ କିଣି ପିଇବାକୁ ପଡିବ, ଅଥଚ ଏବେର ପରିସ୍ଥିତି ଅନୁଯାୟୀ ଆମକୁ ପାଣି କିଣି ପିଇବାକୁ ପଡୁଚି । ଠିକ୍ ସେମିତି ଆମେ ବେଳଥାଉଁ ଯଦି ବନ୍ଧ ନ’ବାନ୍ଧିବା ତାହାଲେ, ଦିନ ଆସିବ ଯୋଉଦିନ ଆମକୁ ଅମ୍ଳଜାନ ଡବା କିଣି ଅଣ୍ଟାରେ ଖୋସି, ସେଥିରେ ପାଇପ୍ ସଂଲଗ୍ନ ମାସ୍କକୁ ନାକରେ ଲଗେଇ ଚଳପ୍ରଚଳ କରିବାକୁ ପଡିବ ।ସୁତରାଂ ସଚେତନ ହେବା, ଗଛ ଲଗେଇବା, ତା’ର ଯତ୍ନ ନେବା ଓ ପୃଥିବୀର ଆୟୁଷ ବଢେଇବାରେ ସହାୟକ ହେବା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930