Indus Valley Times

ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଡିସିପି ପଦରେ ଯୋଗଦେଲେ

 Breaking News

ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଡିସିପି ପଦରେ ଯୋଗଦେଲେ

ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଡିସିପି ପଦରେ ଯୋଗଦେଲେ
February 17
20:04 2022

ଭୁବନେଶ୍ୱର,୧୭/୨: ଗୁରୁବାର ଦିନ ଓଡ଼ିଶା ପୋଲିସର ଡିସିପ ପଦରେ ଯୋଗ ଦେଲେ ବରିଷ୍ଠ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା । ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିଲେ ବୀରେନ୍ଦ୍ର ଲାକ୍ରା ।ତାଙ୍କୁ ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ ପୋଲିସ୍ ଡିସିପ ପଦରେ ନିଯୁକ୍ତି ଦେବେ କହିଥିଲେ ।
ଆଜି ବିଧିବଦ୍ଧ ଭାବେ ବୀରେନ୍ଦ୍ରଙ୍କୁ ପୋଲିସ୍ ଡିଏସ୍ପି ଭାବେ ନିଯୁକ୍ତ କରାଯାଇଛି । ବୀରେନ୍ଦ୍ର ଯୁବ ହକି ଖେଳାଳିଙ୍କ ମଧ୍ୟରେ ବେଶ ପରିଚିତ । ହକି କ୍ଷେତ୍ରରେ ସାରା ବିଶ୍ୱରେ ଓଡ଼ିଶା ତଥା ଦେଶରେ ନିଜ ନାଁକୁ ପରିଚିତ କରାଇଛନ୍ତି ।
ପୂର୍ବରୁ ଅଲମ୍ପିକର ବ୍ରୋଞ୍ଜପଦକ ବିଜେତା ଭାରତ ଦଳର ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତିତ ଦେଶର ସର୍ବ ଶ୍ରେଷ୍ଠ ଓ ଉତ୍ତମ ଖେଳାଳୀଙ୍କୁ ଜାତୀୟ କ୍ରିଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930