Indus Valley Times

ଅର୍ଥ ଅଭାବ ରୁ କ୍ୟାନ୍ସର ପୀଡିତା ଵୃଦ୍ଧା ମହିଳା ଚିକିତ୍ସା ରୁ ବଞ୍ଚିତ! ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

 Breaking News

ଅର୍ଥ ଅଭାବ ରୁ କ୍ୟାନ୍ସର ପୀଡିତା ଵୃଦ୍ଧା ମହିଳା ଚିକିତ୍ସା ରୁ ବଞ୍ଚିତ! ସରକାରୀ ସହାୟତା ପାଇଁ ଆକୁଳ ନିବେଦନ

July 20
23:30 2021

Cancer affected woman in Nabarangpur begs for govt assistance

ସୁଶାନ୍ତ କୁମାର ବେହେରା

ନବରଙ୍ଗପୁର,21/7: – ନବରଙ୍ଗପୁର ଜିଲ୍ଲା  ପାପଡlହାଣ୍ଡି ବ୍ଲକ୍ ଅନ୍ତର୍ଗତ କଣ୍ଟାମାଳ ପଞ୍ଚାୟତ ର ସଦର ମହକୁମା ର ଜଣେ ଗରୀବ ମହିଳା କ୍ୟାନ୍ସର ରୋଗରେ ପୀଡିତ ହୋଇ ଅର୍ଥଅଭାବ ଯୋଗୁଁ ଅଧାରେ ଚିକିତ୍ସା ଛାଡି ଘରକୁ ଫେରିଆସିଛନ୍ତି ଏବଂ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି |

 ସୂଚନା ଅନୁଯାଇ କଣ୍ଟାମାଳ ଗ୍ରାମର ମଂଗଳୁ ଜାନି ଙ୍କ ସ୍ତ୍ରୀ ଗୋମତୀ ଜlନୀ (୫୫) ତାଙ୍କର 3ଗୋଟି ପୁଅ ଥିବାବେଳେ କୁଲି କାମ କରି ପରିବାର ପୋଷଣ କରୁଥିଲେ |  କିଛିଦିନ ହେବ ଗୋମତୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କ ମଝିଆ ପୁଅ ତୁଳା ଜାନି 108 ଆମ୍ବୁଲାନ୍ସ ଯୋଗେ ମା ର ଚିକିତ୍ସା ପାଇଁ  ଡାବୁଗାଁ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ଓ ସେଠାରୁ ମାଆ ଙ୍କ ଦେହ ଭଲ ନ ହେବାରୁ ତାଙ୍କୁ ନବରଙ୍ଗପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ, ନବରଙ୍ଗପୁର ଡାକ୍ତର ତାଙ୍କ ମା ଙ୍କୁ କ୍ୟାନ୍ସର ହୋଇଥିବା କହି ସେଠାରୁ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ |

କୋରାପୁଟ ମେଡିକାଲ ରେ କରୋନା ମହାମାରୀ ଯୋଗୁଁ ସେଠାରେ ଉପଯୁକ୍ତ ଚିକିତ୍ସା ହୋଇନପରିବା ଏବଂ ପାଖରେ ଅର୍ଥ ଅଭାବ ଯୋଗୁଁ ନିରାଶ ହୋଇ ନିଜର ରୁଗଣ ମା କୁ ଧରି ତୁଳା ଜାନି  ନିଜ ଗ୍ରାମକୁ ଚାଲିଆସିଲା | ହାତରେ ପଇସା ନଥିବା ଯୋଗୁଁ ଭଗବାନ ଭରସାରେ ଘରେ ପଡିରହି ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି କ୍ୟାନ୍ସର ପୀଡିତା ଙ୍କ ପରିବାର ଲୋକେ | ଏପଟେ ଯନ୍ତ୍ରଣା ରେ ଘରେ ପଡି ରହିଛି ପୀଡିତା ଗୋମତୀ ଜାନି | ସରକାରୀ ସହାୟତା ରେ ତୁଳା ଜାନି ର ଚିକିତ୍ସା କରାଯିବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031