Indus Valley Times

କୋରାପୁଟକୁ ଖୋଳ କରି ରାଜଧାନୀରେ ସମ୍ପତିର ସୌଧ ଗଢୁଥିବା ପରିଡା ବାବୁଙ୍କ ଖେଳ ଖତମ

 Breaking News

କୋରାପୁଟକୁ ଖୋଳ କରି ରାଜଧାନୀରେ ସମ୍ପତିର ସୌଧ ଗଢୁଥିବା ପରିଡା ବାବୁଙ୍କ ଖେଳ ଖତମ

କୋରାପୁଟକୁ ଖୋଳ କରି ରାଜଧାନୀରେ ସମ୍ପତିର ସୌଧ ଗଢୁଥିବା ପରିଡା ବାବୁଙ୍କ ଖେଳ ଖତମ
August 27
14:18 2023

Corrupt Rayagada DFO arrested by vigilance officials; huge properties seized

ଚନ୍ଦ୍ରଭାନୁ ସିଂହଙ୍କ ରିପୋର୍ଟ

ରାୟଗଡା, ୨୭/୮: କୋରାପୁଟକୁ ବଡ ଗାତୁଆ ମୂଷା ଭାବେ ଖୋଳ କରୁଥିଲେ ପରିଡା ବାବୁ । ହେଲେ ଦୁର୍ନୀତି ନିବାରଣ ନିବାର ତାଙ୍କର ବହୁ ଦିନର ଏହି ଖେଳକୁ ଖତମ କରି ଦେଇଛି । ଦ ଏହି ମୂଷା ତଥା ରାୟଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ବିଜୟ କୁମାର ପରିଡ଼ାଙ୍କ ବିପୁଳ ପରିମାଣର ଅର୍ଥ ସ୍ଥାବର ଆସ୍ଥାବର ଆରବହିର୍ଭୁତ ସମ୍ପତ୍ତି ଦୁର୍ନୀତି ବିଭାଗ ପକ୍ଷରୁ ଠାବ କରାଯାଇଛି। ଯାହା କି ପ୍ରକୃତ ଆୟ ଠାରୁ ୨୦୬ ପ୍ରତିଶତ ଅଧିକ ବୋଲି ଦୁର୍ନୀତି ବିଭାଗ ଦ୍ଵାରା ପ୍ରକାଶ ପାଇଛି ।

ତେବେ ବନଖଣ୍ଡ ଅଧିକାରୀ ଙ୍କୁ ନିକଟରୁ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ମିଳିନଥିବାରୁ ଭୁବନେଶ୍ୱର ସ୍ଥିତ ଦୁର୍ନୀତି ବିଭାଗ ଥାନାରେ ବିଜୟ ଓ ତାଙ୍କ ଧର୍ମପତ୍ନୀ ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି (କେସ ନଂ ୨୦/୨୦୨୩) । ଏଥିସହ ବିଜୟଙ୍କୁ ଗିରଫ କରାଯାଇ ଭୁବନେଶ୍ୱର ସ୍ୱତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ କୁ ଚାଲାଣ କରାଯାଇଥିଲା, ଜାମିନି ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ପଠାଯାଇଛି।

ଦୁର୍ନୀତି ନିବାରଣ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ସେଥରୁ କଟକ ସଦର ମହକୁମା ଠାରୁ ଅଳ୍ପ ଦୂରରେ ଥିବା ଶ୍ରୀ କରୁଣ ଅଞ୍ଚଳରୁ ପ୍ରାୟ ୧.୮କୋଟି ଟଙ୍କାର ନିର୍ମାଣଧୀନ ଅଟାଳିକା, ଭୁବନେଶ୍ବର ସ୍ଥିତ ପଳାଶୁଣି ଅଞ୍ଚଳରେ ୫୧୦୦ ବର୍ଗ ଫୁଟର ୩ମହଲା କୋଠା, ପଟିଆ ଆଶ୍ରିବାଦ ପ୍ଲାଜ଼ାରେ ଫ୍ଲାଟ, କଟକ ପୁରୀ ରୋଡ ରେ ୧୭ଟି ପ୍ଲଟ, ନଗଦ ୧ଲକ୍ଷ୍ ୪ହଜାର ଟଙ୍କା, ୬୫୦ ଗ୍ରାମ ସୁନା ଅଳଙ୍କାର ସହ ୧୭ ଲକ୍ଷ ୮୭ ହଜାର ଟଙ୍କାର ଏକ କାର, ଦୁଇଟା ଦୁଇ ଚକିଆ ଯାନ, ଏହାସହିତ ଅନ୍ୟ ଏକ ଚାଞ୍ଚଲ୍ୟ ତଥ୍ୟ ସଂଗ୍ରହ କରାଯାଇଛି ଦୁର୍ନୀତି ବିଭାଗ ଦ୍ଵାରା ଅଫିସ ଚାମ୍ବର ପାଇଁ ବିନା ଟେଣ୍ଡେର ରେ୨୫ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ନିବେଶ କରାଯାଇଛି, ତେବେ ଏତେ ବିଳାସ ପୂର୍ଣ୍ଣ ସରକାରୀ କାର‌୍ୟ୍ୟାଳୟ ପ୍ରକୋଷ୍ଠ ପାଇଁ ଏତେ ପରିମାଣରେ ଯେଉଁ ଟଙ୍କା ବ୍ୟୟ କରାଯାଇଛି ତାହାର ସ୍ୱୀକୃତି ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ପ୍ରତିଶତ ।

ଅଭିଭକ୍ତ କୋରାପୁଟ ଜିଲ୍ଲାର ବନୀକରଣ ନାଁରେ ଏହିପରି ଲାଞ୍ଚୁଆ ଅଧିକାରୀ ମାନେ ପଛୁଆ ଜିଲ୍ଲାରେ ବିକାଶ କରିବା ନାଁରେ ନିଜ ନିଜ ସମ୍ପତ୍ତି ଠୁଳ କରିବା ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031