Indus Valley Times

ସିଏସ୍ଏମ୍ଟେକ୍ନୋଲୋଜିଜିତିଲାବିଡବ୍ଲ୍ୟୁବେଷ୍ଟଏମର୍ଜିଂବିଜିନେସ୍ ଆୱାର୍ଡ

 Breaking News

ସିଏସ୍ଏମ୍ଟେକ୍ନୋଲୋଜିଜିତିଲାବିଡବ୍ଲ୍ୟୁବେଷ୍ଟଏମର୍ଜିଂବିଜିନେସ୍ ଆୱାର୍ଡ

ସିଏସ୍ଏମ୍ଟେକ୍ନୋଲୋଜିଜିତିଲାବିଡବ୍ଲ୍ୟୁବେଷ୍ଟଏମର୍ଜିଂବିଜିନେସ୍ ଆୱାର୍ଡ
August 27
06:53 2023

 ସିଏସ୍ଏମ୍ ଟେକ୍ନୋଲୋଜି ଜିତିଲା ବିଡବ୍ଲ୍ୟୁ ବେଷ୍ଟ ଏମର୍ଜିଂ ବିଜିନେସ୍ ଆୱାର୍ଡ

CSM Technologies wins BW Best Emerging Business Award

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ 27: ଆଫ୍ରିକା, ଦୁବାଲ, ୟୁଏସଏ ଓ କାନାଡାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ଵରଭିତ୍ତିକ ସିଏସ୍ଏମ୍ ଟେକ୍ନୋଲୋଜି, ଏସ୍ଏମ୍ଇ ୱାର୍ଲ୍ଡ ସହଯୋଗରେ ବିଜିନେସ୍ ୱାର୍ଲ୍ସ ଦ୍ୱାରା ଆୟୋଜିତ ପଂଚମ ସଂସ୍କରଣ ବିଡବ୍ଲ୍ୟୁ ଏମର୍ଜିଂ ବିଜନେସେସ୍ ଆୱାର୍ଡ ବିଜୟୀ ହୋଇଛି ।

ବିକାଶଶୀଳ ଉଦ୍ୟୋଗ ଦ୍ଵାରା ସର୍ବୋତମ ଉତ୍ପାଦ ଓ ସେବା ବର୍ଗରେ ସିଏସ୍ଏମ୍ ଟେକ୍ନୋଲୋଜି ବେଷ୍ଟ ଏମର୍ଜିଂ ବିଜିନେସ୍ ଇନ୍ ଲଣ୍ଠିଆ ପୁରସ୍କାର ବିଜୟୀ ହୋଇଛି । ନୂଆଦିଲ୍ଲୀରେ ଆୟୋଜିତ ଉତ୍ସବରେ ବିଡବ୍ଲ୍ୟୁ ବିଜିନେସ୍ ୱାର୍ଲ୍ଡ ଗ୍ରୁପର ଅଧ୍ୟକ୍ଷ ତଥା ଏଡିଟର-ଇନ-ଚିଫ୍ ଏବଂ exchange4media ଗ୍ରୁପର ପ୍ରତିଷ୍ଠାତା ତଥା ଏଡିଟର-ଇନ୍-ଚିଫ୍ ଡକ୍ଟର ଅନୁରାଗ ବାତ୍ରାଙ୍କଠାରୁ ସିଏସ୍ଏମ୍ ଟେକ୍ନୋଲୋଜିର ମାର୍କେଟିଂ କମ୍ୟୁନିକେସନ ସ୍ପେସାଲିଷ୍ଟ ତପସ୍ବିନୀ ସ୍ଵାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ସଫଳତା ସମ୍ପର୍କରେ ମତପୋଷଣ କରି ସିଏସ୍ଏମ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଓ ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, “ସିଏସ୍ଏମ୍ ଟେକ୍ନୋଲୋଜିର ସମସ୍ତ ସଦସ୍ୟଙ୍କ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ । ଡିଜିଟାଲ ଗଭର୍ଣ୍ଣନ୍ସ କ୍ଷେତ୍ରରେ କମ୍ପାନି ଏକ ଅଗ୍ରଦୂତ ସାଜିଛି । ଆମର ସଲ୍ୟୁସନଗୁଡ଼ିକ ନାଗରିକ କୈନ୍ଦ୍ରୀକ ଡେଲିଭରୀ, ଗ୍ରାହକ ବିଶ୍ଵାସ ଓ ବ୍ୟବସାୟ ପ୍ରକ୍ରିୟା ରିଇଞ୍ଜିନିୟରିଂରେ ନୂଆ ଉଦାହରଣ ସୃଷ୍ଟି କରିଛି। ବିଜିନେସ ୱାର୍ଲ୍ଡ ଭଳି ଏକ ଜାତୀୟସ୍ତରର ସମ୍ମାନଜନକ ମିଡିଆ ହାଉସ୍ ପକ୍ଷରୁ ମିଳିଥିବା ଏ ହିଁ ସ୍ବୀକୃତି ଆଗାମୀ ଦିନରେ ଆମକୁ ବ୍ୟାପକରୁ ବ୍ୟାପକ ସୃଜନଶୀଳତା ଆଣିବା ଦିଗରେ ପ୍ରୋତ୍ସାହିତ କରିବ ।”

ବିଜେତାମାନଙ୍କୁ ଡିଜିଟାଲ ଇଣ୍ଡିଆ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ଡକ୍ଟର ଅରବିନ୍ଦ ଗୁପ୍ତା, ଇଣ୍ଡିଆ ଏସ୍ଏମ୍ଇ ଫୋରମର ମହାନିର୍ଦ୍ଦେଶକ ସୁଷମା ମୋର୍ଥାନିଆ, ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ପୋରେଟ ଆକାଉଂଟସ ଗ୍ରୁପ୍‌ର ଉପ ପରିଚାଳନା ନିର୍ଦ୍ଦେଶକ ସୁନିଲ ଶ୍ରୀବାସ୍ତବଙ୍କ ଭଳି ଜଣାଶୁଣା ଶିଳ୍ପ ବିଶେଷଜ୍ଞ ଓ ବ୍ୟବସାୟିକ ନେତୃବୃନ୍ଦ ଚୟନ କରିଛନ୍ତି |

ବିଡବ୍ଲ୍ୟୁ ବିଜନେସ ୱାର୍ଲ୍ଡ ଗ୍ରୁପର ଅଧ୍ୟକ୍ଷ ତଥା ଏଡିଟର-ଇନ୍-ଚିଫ୍ ଏବଂ exchange4media ଗ୍ରୁପର ପ୍ରତିଷ୍ଠାତା ତଥା ଏଡିଟର-ଇନ୍-ଚିଫ୍ ଡକ୍ଟର ଅନୁରାଗ ବାତ୍ରା କହିଛନ୍ତି, “ମହାମାରୀ ପରବର୍ତୀ ସମୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ସର୍ବୋତମ ଅଭିବୃଦ୍ଧି ଇଞ୍ଜିନରେ ପରିଣତ ହୋଇଥିଲା, ଯାହାକି ନିକଟ ଅତୀତରେ ବେଶ ଉନ୍ନତି ପରିଲକ୍ଷିତ କରିଛି ଏବଂ ନିଜର ପାରମ୍ପରିକ ପଦ୍ଧତିରୁ ଟେକ୍ନୋଲୋଜି ପରିଚାଳିତ ହୋଇଛି । ବର୍ତମାନ ଏମ୍ଏସ୍ଏମଇ କ୍ଷେତ୍ର ଦେଶର କ୍ଷମତା ବୃଦ୍ଧି ସହ ଭାରତକୁ ନିଜର ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଲକ୍ଷ୍ୟ ଦିଗରେ ନେବାରେ ଏକ ପ୍ରମୁଖ ଚାଳକ ଭାବେ କାମ କରିବ ବୋଲି ଆଶା କରାଯାଉଛି । ଏହି ପୁରସ୍କାର ହେଉଛି ଭାରତର ଏସ୍ଏମଇଗୁଡ଼ିକର କଠିନ ପରିଶ୍ରମ ଓ ନିଷ୍ଠାପରତାର ସମ୍ମାନଜନକ ସ୍ବୀକୃତି । ଏମାନେ ଭାରତୀୟ ଅର୍ଥନୀତିର ସୁଦୃଢ଼ତା ଓ ପୁନଃଉତଥାନର ପ୍ରତୀକ ।”

ଏହି ପୁରସ୍କାର ସମାରୋହରେ ବିଜିନେସ ଲିଡର, ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ୫୦୦ରୁ ଅଧିକ ଅତିଥି ଯୋଗଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031