Indus Valley Times

ଧାମନଗର ଉପନିର୍ବାଚନ ପାଇଁ ଭୋଟରଙ୍କ ପରିଚୟପତ୍ର

 Breaking News

ଧାମନଗର ଉପନିର୍ବାଚନ ପାଇଁ ଭୋଟରଙ୍କ ପରିଚୟପତ୍ର

October 23
13:31 2022

Election Commission prescribes substitute IDs for voter id cards

By Amar Barik

ଧାମନଗର/ଭୁବନେଶ୍ୱର, ତା.୨୩/ ୧୦: ଆସନ୍ତା ନଭେମ୍ବର ୩ ତାରିଖରେ ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଭୋଟରଙ୍କ ପରିଚୟ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଭୋଟର ଫଟୋ ପରିଚୟପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ କେତେଗୁଡ଼ିଏ ବିକଳ୍ପ ପରିଚୟପତ୍ର ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି ।
ମତଦାନବେଳେ ଯଦି କୌଣସି ଭୋଟରଙ୍କ ନିକଟରେ ଭୋଟର ଫଟୋ ପରିଚୟପତ୍ର ନଥିବା ତାହେଲେ ସେମାନେ ଅନ୍ୟ ବିକଳ୍ପ ପରିଚୟପତ୍ରକୁ ବ୍ୟବହାର କରି ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟ ବିକଳ୍ପ ପରିଚୟପତ୍ର ଗୁଡ଼ିକ ହେଉଛି ୧) ଆଧାର କାର୍ଡ, ୨) ଏମ୍‌ଏନ୍‌ଆର୍‌ଇଜିଏ ଜବ୍‌ କାର୍ଡ, ୩) ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସର ଫଟୋ ଲାଗିଥିବା ପାସ୍‌ବୁକ୍‌, ୪) ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ୫) ଡ୍ରାଇଭିଂ ଲାଇସେନ୍ସ, ୬) ପ୍ୟାନ୍‌ କାର୍ଡ, ୭) ପାସ୍‌ପୋର୍ଟ, ୮) ଫଟୋ ଲାଗିଥିବା ପେନ୍‌ସନ୍‌ ବୁକ୍‌, ୯) ରାଜ୍ୟ ବା କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଫଟୋ ଥିବା ଚାକିରି ପରିଚୟ ପତ୍ର, ୧୦) ସରକାରୀ ଭାବେ ସାଂସଦ/ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଏବଂ ୧୧) ଭାରତ ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ୟୁଡିଆଇଡ଼ି କାର୍ଡ । ଧାମନଗର ଉପନିର୍ବାଚନରେ ଭୋଟରମାନେ ମତଦାନବେଳେ ଉପରୋକ୍ତ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031