Legatus

ପୂର୍ବତନ ସରପଞ୍ଚ ଯଶୋବନ୍ତ ଜେନା ଆଉ ଇହଜଗତରେ ନାହାଁନ୍ତି

 Breaking News

ପୂର୍ବତନ ସରପଞ୍ଚ ଯଶୋବନ୍ତ ଜେନା ଆଉ ଇହଜଗତରେ ନାହାଁନ୍ତି

September 15
13:14 2023

Ex-Sarapanch of Talakusuma Joshabant Jena passes away

କୋରୁଆ (ପାଟକୁରା), ୧୫/୯: ତଳକୁସୁମା ଗ୍ରାମପଞ୍ଚାୟତ ର ଚତୁର୍ଥ ନିର୍ବାଚିତ ସରପଞ୍ଚ, ଯଶୋବନ୍ତ ଜେନା ଆଉ ଇହଜଗତରେ ନାହାଁନ୍ତି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଗତ ପନ୍ଦର ଦିନ ହେଲା, ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।
ସ୍ବର୍ଗତ ଜେନା,ଗତ ତା୧୫ -୦୫ ୧୯୭୫ ମସିହାରୁ ତା୨୨-୦୨-୧୯୮୧ମସିହା ପର୍ଯ୍ୟନ୍ତ ତଳକୁସୁମା ଗ୍ରାମପଞ୍ଚାୟତ ର ସରପଞ୍ଚ ଦାୟିତ୍ୱ ନିଷ୍ଠାର ସହ ତୁଲାଇଥିଲେ।
ସେ ଥିଲେ ସ୍ୱର୍ଗତ ବିଜୁବାବୁଙ୍କ ର ଜଣେ ଘନିଷ୍ଠ ସହଯୋଗୀ ଓ ତତ୍କାଳୀନ ସମୟର ଜଣେ ବିଚକ୍ଷଣ ରାଜନେତା। ପାଟକୁରା ନିର୍ବାଚନମଣ୍ଡଳୀ ମଧ୍ୟରେ ଥିବା ଅନେକ ପଞ୍ଚାୟତ ଓ ବ୍ଲକ ସ୍ତରରେ ଅନେକ ଙ୍କୁ ରାଜନୀତି ର ପାଠ ପଢ଼ାଇ ନେତା ତିଆରି କରିବାରେ ତାଙ୍କର ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ।
ଓଡିଶା ରାଜ୍ୟ ସ୍ତରରେ ଅନେକ ନେତା ସୃଷ୍ଟି କରିବାରେ ତାଙ୍କର ଅବଦାନ ଉଲ୍ଲେଖନୀୟ।
ସ୍ୱର୍ଗତ ନେତା ରବି ରାୟ ହୁଅନ୍ତୁ କିମ୍ବା ଶ୍ରୀକାନ୍ତ ଜେନା ହୁଅନ୍ତୁ, ସମସ୍ତେ ତାଙ୍କୁ ସମ୍ମାନ କରନ୍ତି ଓ ରାଜନୀତିର ଘଡିସନ୍ଧି ମୂହୁର୍ତ୍ତ ରେ ତାଙ୍କ ଠାରୁ ପରାମର୍ଶ ଲୋଡୁଥିଲେ।
ସାରା ପାଟକୁରା ଅଞ୍ଚଳ ତାଙ୍କୁ ଶ୍ରଦ୍ଧା ରେ ମହାରାଜ ବୋଲି ସମ୍ବୋଧନ କରୁଥିଲେ।
ସେ ତାଙ୍କର ରାଜନୈତିକ ଜୀବନ ଅଣକଂଗ୍ରେସ ହିସାବରେ ଆରମ୍ଭ କରି,ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲେ ଆଜି ତାଙ୍କର ଅନ୍ତିମ ବିଦାୟରେ ଏ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ଏକ ଯୁଗର ଅବସାନ ଘଟିଛି। ତଳକୁସୁମା ଗ୍ରାମପଞ୍ଚାୟତ ତଥା ପାଟକୁରା ରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା
। ସ୍ବର୍ଗତ ଜେନାଙ୍କ ମୃତ୍ୟରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି.

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31