Indus Valley Times

Give Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ

 Breaking News

Give Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ

Give Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ
April 12
21:42 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୨/୪ : ଅପ୍ରେଲ ୧୧ ଶୁକ୍ରବାର ଦିନ ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ Give Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ତୃତୀୟ ଥର ପାଇଁ ପାଳିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଉର୍ଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବା ସହିତ ୨୦ କି.ଗ୍ରା. ରୁ ଉର୍ଦ୍ଧ ଛେନାପୋଡ଼ କଟାଯାଇଥିଲା ।
ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଭାଗିରଥି ବାଇ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ନିକୁଲ୍ ର ନିର୍ଦେଶକ ଦିଲ୍ଲୀପ କୁମାର ସାହୁ ଏହା କୁ ପରିଚାଳନା କରିଥିଲେ ।
ଇଟାମାଟି ର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ମାନେ ଯଥା ଶ୍ରବଣ କୁମାର ରାମ , ବିଶ୍ୱନାଥ ମହାପାତ୍ର ,କ୍ରିଷ୍ଣା କୁମାର ଅଗ୍ରୱାଲ ,ପ୍ରଶାନ୍ତ କୁମାର ପ୍ରଧାନ, ସଚ୍ଚିଦା ନନ୍ଦ ସାଥୁଆ, ଜଗନ୍ନାଥ ଦାଶ,ସୁକାନ୍ତ ମହାନ୍ତି, ପତାକା ସାହୁ , ସରୋଜ କୁମାର ସାହୁ, ସୀତୁ ପ୍ରକାଶ ରଥ , ସଞ୍ଜୟ କୁମାର ସାହୁ , ପ୍ରଭୁଦତ୍ତ ପ୍ରଧାନ, ବବୁଲ ଦାଶ, ଦେବାଶିଷ ରାଉତ , ସାଇ ଶୁଭମ, ସନ୍ତୋଷ ପ୍ରଧାନ , ରମେଶ ମଲ୍ଲ ।
ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦ କେଜି ରୁ ଉର୍ଦ୍ଧ ଛେନା ପୋଡ଼ ବଣ୍ଟନ କରାଯିବା ସହିତ ଛେନା ପୋଡ଼ କୁ ନେଇ ସମସ୍ତ ଙ୍କ ର ସ୍ମୃତି ଅନୁଭୂତି ଓ ଅନୁଭବ ବର୍ଣ୍ଣନା କରିଥିଲେ ।
ଛେନାପୋଡ଼ କୁ କିପରି ଜିଆଇ ଟ୍ୟାଗ ମିଳିବ ସେହି ଉପରେ ଏକ ଆଲୋଚନା ଚକ୍ର ମଧ୍ୟ କରାଯାଇଥିଲା । ଛେନାପୋଡ଼ କିପରି ସାରା ବିଶ୍ୱରେ ପ୍ରଚାରିତ ହେବ ସେ ସମ୍ପର୍କରେ ବହୁ ମତାମତ ପ୍ରକାଶ ପାଇଥିଲା। ଛେନାପୋଡ଼କୁ ବିବାଦ ଭିତର କୁ ନଟାଣି କେବଳ ନୟାଗଡ ର ଦରବ ଭାବରେ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିଵା ପାଇଁ ସମସ୍ତଙ୍କର ଆହ୍ୱାନ ଥିଲା ।
ଇଟାମାଟିର ବହୁ ମିଠା କାରିଗର ସୁସ୍ବାଦୁ ଛେନାପୋଡ଼ ତିଆରି କରନ୍ତି । ସେମାନଙ୍କ ଅସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ପ୍ରଶାନ୍ତ କୁମାର ସାହୁ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031