Indus Valley Times

ଉପାନ୍ତ କମେଇମୁଣ୍ଡା ପଂଚାୟତର ଅବହେଳିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

 Breaking News

ଉପାନ୍ତ କମେଇମୁଣ୍ଡା ପଂଚାୟତର ଅବହେଳିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

ଉପାନ୍ତ କମେଇମୁଣ୍ଡା ପଂଚାୟତର ଅବହେଳିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ
November 08
20:01 2025


Government Upgraded High School-Kameimunda suffers for myriad problems

BY GURUDAYAL HANS

 ୧୦ଟି ଶ୍ରେଣୀ ପାଇଁ ୪ଟି କୋଠରୀରେ ଚାଲିଛି ୧୦ଜଣ ଶିକ୍ଷକଙ୍କ ଶିକ୍ଷାଦାନ
 ବିଦ୍ୟାଳୟର ଅଧପନ୍ତରୀଆ ଖେଲପଡିଆ ପାଚେରୀ,ଗାଈଗୋରୁ ଙ୍କ ପାଲିଟିଛି ଚରାଭୁଇଁ
 ସରକାରୀ ଅନୁଦାନର ବାଟମାରଣା ଯୋଗୁଁ ବିଦ୍ୟାଳୟର ଉନ୍ନତି ସାଜିଛି ସ୍ୱପ୍ନ

କଣ୍ଟାବାଞ୍ଜି, 8/11(ଗୁରୁଦୟାଲ ହଂସ)- ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର କମେଇମୁଣ୍ଡା ପଂଚାୟତ । ଏହି ପଂଚାୟତରେ କମେଇମୁଣ୍ଡା, ରହେନଭଟା, କୁଆବାହାଲି, ଝରନିପଦର,ମାନ୍ଦଲା ,ପଖନମୁଣ୍ଡା,ପୁଟାପଡା ଗ୍ରାମ ଗୁଡିକ ରହିଛି । ସମସ୍ତ ଗ୍ରାମ ଗୁଡିକ ଘଂଚ ଜଙ୍ଗଲ ପରିବେଷ୍ଟିତ । ଏହା ଛତରଦାଣ୍ଡି ସଂରକ୍ଷିତ ଜଂଙ୍ଗଲର ପାହାଡ ଘେରି ରହିଛି । ଏକଦା ଏହି ପଂଚାୟତର ସମସ୍ତ ଗ୍ରାମ ମାଓ ପ୍ରଭାବିତ ଥିଲା । ଫଳରେ ପଂଚାୟତର କୌଣସି ଗ୍ରାମ ଉନ୍ନତି ହେଉ ନ ଥିଲା । ପଂଚାୟତ ସଦର ମହକୁମାରେ ୧୯୭୧ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ଗଢି ଉଠିଛି । ବିଦ୍ୟାଳୟଟି ଗତ ୪/୫ ବର୍ଷ ହେବ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁପେ ମାନ୍ୟତା ପାଇଥିବା ବେଳେ ବିଗତ ସରକାରଙ୍କ ସମୟରେ ଏହା ୫ଟି ସ୍କୁଲରେ ରୁପାନ୍ତରିତ ହୋଇଛି । ବିଦ୍ୟାଳୟରେ ଶିଶୁ ବାଟିକା ରୁ ୧୦ମ ଶ୍ରେଣୀ ଶିକ୍ଷାଦାନ ପାଇଁ ୧୦ଜଣ ଶିକ୍ଷକ କାର୍ଯ୍ୟରତ ଥିବା ବେଳେ ବିଜ୍ଞାନର ସିବିଜେଡ ଶିକ୍ଷକ ପଦବୀ ଖାଲି ପଡିଛି ।

ବିଦ୍ୟାଳୟଟି ପ୍ରାଥମିକ ସ୍କୁଲ ରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇଛି । ହେଲେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀ କୋଠରୀ ନାହିଁ । ଶିଶୁ ବାଟିକା ରୁ ୬ଷ୍ଠ ଶ୍ରେଣୀ ଓ ସପ୍ତମ ଅଷ୍ଟମ ଶ୍ରେଣୀ ଦୁଇଟି କୋଠରୀରେ ଶିକ୍ଷାଦାନ ଦିଆଯାଉଛି । ସେହିପରି ନବମ ଓ ଦଶମ ପାଇଁ ଦୁଇଟି ସ୍ମାର୍ଟ କ୍ଲାସ ରୁମ ଏପରି ମୋଟ ୪ଟି ଶ୍ରେଣୀ କୋଠରୀରେ ଚାଲିଛି ପାଠପଢା । ଆବଶ୍ୟକ ଅନୁପାତରେ ଛାତ୍ରୀଛାତ୍ର ବିଦ୍ୟାଳୟରେ ନ ଥିବାରୁ ବିଦ୍ୟାଳୟର ଶ୍ରେଣୀ କୋଠରୀ ନିର୍ମାଣ ହେଉ ନ ଥିବା ଅନୁମାନ କରାଯାଉଛି ।

କମେଇମୁଣ୍ଡା ପଂଚାୟତ ସଦର ଗ୍ରାମରେ ଥିବା ଏହି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଉପାନ୍ତ ଅଂଚଳରେ ଥିବାରୁ ଉପାନ୍ତ ପାହାଡିଆ ଗ୍ରାମ କମେଇମୁଣ୍ଡା, ରହେନଭଟା, କୁଆବାହାଲି, ଝରନିପଦର,ମାନ୍ଦଲା ,ପଖନମୁଣ୍ଡା,ପୁଟାପଡା ଉଚ୍ଚ ଶିକ୍ଷା ପାଇଁ ନିର୍ଭର କରନ୍ତି । ସମଗ୍ର ପଂଚାୟତର ସମସ୍ତ ଗ୍ରାମ ମୂଖ୍ୟତଃ ଆଦିବାସୀ ବହୁଳ ଫଳରେ ପ୍ରାଥମିକ ଶିକ୍ଷା ପରେ କେତେକ ସଚେତନ ଅଭିଭାବକ ମାନଙ୍କ ପ୍ରଚେଷ୍ଟା ଯୋଗୁଁ ତାଙ୍କ ସନ୍ତାନ ମାନଙ୍କୁ ଭୁବନେଶ୍ୱର,ବଲାଙ୍ଗିର ଭଳି କିଟ୍ସ ସ୍କୁଲରେ ପଢିବାର ସୁଯୋଗ ଦେଉଥିବାରୁ ବିଦ୍ୟାଳୟଟି ଶିକ୍ଷକ ଅନୁପାତରେ ଛାତ୍ରୀଛାତ୍ର ନାହାନ୍ତି । ବିଦ୍ୟାଳୟଟି ସମ୍ପୂର୍ଣ୍ଣଭାବେ ଅବହେଳିତ । ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ର ମାନଙ୍କ ପାଇଁ ଶ୍ରେଣୀ କୋଠରୀ ନ ଥିବା ବେଳେ ଛାତ୍ରୀ ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର ଟଏଲେଟ ଉନ୍ନତ ମାନର ନାହିଁ । ବିଦ୍ୟାଳୟ ପରିସରରେ ଏକ ଖେଲ ପଡିଆ ରହିଛି । ଖେଲପଡିଆ ତଥା ବିଦ୍ୟାଳୟ ସମ୍ମୁଖ ପଟ କେବଳ ପାଚେରୀ ନିର୍ମାଣ ସରିଛି ହେଲେ ମୂଖ୍ୟ ଗେଟ ଲଗାଯାଇ ନାହିଁ ଫଳରେ ଅବାଧରେ ଗାଈଗୋରୁଙ୍କ ଚରାଭୂଇଁ ପାଲିଟିଛି । ଏପରିକି ବିଦ୍ୟାଳୟ ଟି ଜଙ୍ଗଲର ପାଦ ଦେଶରେ ଥିବାରୁ ଅନେକ ସରୀସୃପ ମଧ୍ୟ ବିଭିନ୍ନ ଦିଗରୁ ବିଦ୍ୟାଲୟକୁ ପ୍ରବେଶ କରୁଛି । ୫ଟି ଯୋଜନାରେ ବିଦ୍ୟାଳୟର ରୁପାନ୍ତରିତ କରାଯାଇଛି ହେଲେ ଉପାନ୍ତ ଜଙ୍ଗଲ ଇଲାକା ଓ ମାଓ ପ୍ରଭାବିତ ଅଂଚଳରେ ଥିବାରୁ ସଂପୃକ୍ତ ଠିକାଦାରମାନେ ନିମ୍ନମାନର କାମ କରି ଅନୁଦାନକୁ ବାଟ ମାରଣା କରିଥିବାର ଅଭିଯୋଗ ହୋଇଛି । ବିଦ୍ୟାଳୟର ଟି ସରକାରଙ୍କ ତରଫରୁ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା, ସ୍ପୋର୍ଟ୍ସ ପାଇଁ ଅନୁଦାନ ଆସିଥିଲେ ସୁଦ୍ଧା ବିଦ୍ୟାଳୟ କତୃପକ୍ଷ କୌଣସି ପ୍ରକାର ଉନ୍ନୟନ କାମ ନ କରି ବାଟ ମାରଣ କରିଥିବା ଅଭିଯୋଗ ହେଉଛି । ଗତ ତା. ୨୯.୧୦.୨୦୨୫ରୀଖ ଦିନ ଏହି ଖବର ସଂଗ୍ରହ କରିବା ପାଇଁ ଧରିତ୍ରୀ ତରଫରୁ ବିଦ୍ୟାଳୟକୁ ଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିଲେ । ବିଭିନ୍ନ ସମୟରେ ପ୍ରଧାନ ଶିକ୍ଷକ ବିନା ଛୁଟୀରେ ରହୁଥିଲେ ମଧ୍ୟ ପରେ ସ୍କୁଲକୁ ଆସି ତାଙ୍କ ଉପସ୍ଥିତି କାଗଜ କଲମରେ କରି ନିଅନ୍ତି ବୋଲି କିଛି ବ୍ୟକ୍ତି ନାମ ଗୋପନ ରଖି କହିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଲେଶ୍ୱର ମୁର୍ମୁଙ୍କ ପ୍ରତି ହୋଇଥିବା ଅଭିଯୋଗ ଉପରେ ତାଙ୍କ ଫୋନ ନମ୍ବର ୯୫୫୬୬୦୬୦୪୨ରେ ଯୋଗା ଯୋଗ କରିବାରୁ ସେ ଆପଣ ଯାହା ଯାଣିଛନ୍ତି ପ୍ରକାଶ କରନ୍ତୁ ମୋର ଏଥିପ୍ରତି ଖାତିର ନାହିଁ ବୋଲି ମତାମତ ଦେଇଛନ୍ତି । ବିଦ୍ୟାଳୟର ଅବ୍ୟବସ୍ଥା ଏବଂ ପ୍ରଧାନ ଶିକ୍ଷକଙ୍କ ମନ୍ତବ୍ୟକୁ ନେଇ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗା ଯୋଗ କରିବାରୁ ଫୋନରେ ଯୋଗା ଯୋଗ ହୋଇପାରି ନାହିଁ ।

ଫଟୋ-କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଅଧପନ୍ତରିଆ ଖେଲପଡିଆ ର ମୂଖ୍ୟ ଫାଟକ, ସ୍ମାର୍ଟ କ୍ଲାସରୁମ, ଦୁଇଟି କୋଠରୀରେ ଚାଲିଛି ଶିକ୍ଷାଦାନ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930