Indus Valley Times

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା

 Breaking News

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା
September 19
19:53 2021

Jai Maa Bhawani Charitable Trust felicitates journalists, artistes with Seva Samman

By Sukanta Kumar Mohanty

ଭୁବନେଶ୍ୱର ତା ୧୯/୯: ରବିବାର ଦିନ ଶହୀଦ୍ ସ୍ପୋର୍ଟିଂ ପଡିଆର ଦିଲ୍ଲୀପ ତିର୍କୀ ଷ୍ଟାଡିୟମ ରେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ \”ଆମର ସାମାଜିକ ଦାୟିତ୍ୱବୋଧ\”ନାମକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ହର ପ୍ରସନ୍ନ ଦାସ ଓ ସମ୍ମାନୀୟ ଅତିଥି ଭାବେ ଶ୍ରୀ ଅକ୍ଷୟ ସାହୁ (ଏସିଆନ ଏଜ୍) ଯୋଗ ଦେଇଥିଲେ, ଆମର ସାମାଜିକ ଦାୟିତ୍ୱବୋଧ ବିଷୟରେ ଡ ହର ପ୍ରସନ୍ନ ଦାସ ସମସ୍ତଙ୍କ ସହିତ ବାର୍ତ୍ତାଳାପ କରି, ବିଭିନ୍ନ ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇଥିଲେ ।
ସମ୍ମାନୀୟ ଅତିଥି ଶ୍ରୀ ଅକ୍ଷୟ ସାହୁ , ସେବା ଓ ଦାୟିତ୍ବୋଧ ବିଷୟରେ ଆଲୋଚନା କରି ଥିଲେ, ଏହି କାର‌୍ୟ୍ୟକ୍ରମ ରେ ଆମର ସମ୍ବାଦ ପତ୍ର ଗୁଡ଼ିକ ରେ କାମ କରୁଥିବା ବହୁ ବ୍ୟକ୍ତି ମାନଙ୍କୁ, ସେମାନେ ନିଜେ ନିଜକୁ ସମର୍ପିତ କରି ଆଗାମୀ ଦିନରେ ସମାଜର ପ୍ରତେକ କାର‌୍ୟ୍ୟ ରେ ସାମିଲ ହୋଇପାରିବେ ସେଥି ନିମନ୍ତେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇ ଥିଲା ।

ସମାଜରେ ସେମାନଙ୍କର ମାନବ କଲ୍ୟାଣ କାର‌୍ୟ୍ୟ ନିମନ୍ତେ ସେମାନଙ୍କୁ \” ସେବା ହିଁ ସମ୍ମାନ\” ରେ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି କାର‌୍ୟ୍ୟକ୍ରମ ରେ ବହୁ ସାମ୍ବାଦିକ ବନ୍ଧୁ ଓ ଭାଇମାନେ କରୋନା ମହାମାରୀ ସମୟ ରେ ନିଜ ଜୀବନକୁ ଉତ୍ସର୍ଗ କରି କାର‌୍ୟ୍ୟ କରିଥିବା ରୁ ସେମାନଙ୍କୁ ସମ୍ଭଦ୍ଧିତ କରାଯାଇଥିଲା,ଆଜିର କାର‌୍ୟ୍ୟକ୍ରମ ରେ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଉମାନାଥ ମିଶ୍ର ଉପଦେଷ୍ଟା ଲଲିତ ମୋହନ ପଣ୍ଡା, ଅଭିନନ୍ଦନ ବାବୁ, ବିଦ୍ୟାନ୍ତ ଶେଖର ସିଂ, ରଞ୍ଜନ ସାମଲ, ଶ୍ରୀନିବାସ ରାଓ, ପଙ୍କଜ ପଟନାୟକ, ନିକୁଞ୍ଜ ମହାନ୍ତି, ଅଚ୍ୟୁତ ପ୍ରସାଦ ବେହେରା, ମଳୟ ରଞ୍ଜନ ମହାପାତ୍ର, ବିପିନ ବିହାରୀ ସାହୁ, ଦିଲ୍ଲୀପ ପଟନାୟକ ଓ ଅନ୍ୟ ମାନେ ଉପସ୍ଥିତ ରହି କାର‌୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031