Indus Valley Times

ବିଦାୟ ୨୦୨୨! ଜାଣନ୍ତୁ କିଛି ସ୍ମରଣୀୟ ଘଟଣାବଳୀ

 Breaking News

ବିଦାୟ ୨୦୨୨! ଜାଣନ୍ତୁ କିଛି ସ୍ମରଣୀୟ ଘଟଣାବଳୀ

ବିଦାୟ ୨୦୨୨! ଜାଣନ୍ତୁ କିଛି ସ୍ମରଣୀୟ ଘଟଣାବଳୀ
December 31
15:47 2022

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ସରିଲା ୨୦୨୨ ବର୍ଷ । ଆରମ୍ଭ ହେବ ନୂଆ ବର୍ଷ ୨୦୨୩ । ୨୦୨୨ ଶେଷ ହେବା ପୁର୍ବରୁ ଯଦି ଟିକେ ପଛକୁ ବୁଲି ଦେଖିବା ତେବେ ଆମ ଆଖି ଆଗରେ ଝଲସି ଉଠିବ ଅନେକ ଗୁଡିଏ ସ୍ମରଣୀୟ ଘଟଣାବଳି । ଏହି ଘଟଣାବଳିରୁ ଅନେକ କିଛି ଇତିହାସ ହୋଇ ରହିଯିବ । ଆଉ କିଛି କେବଳ ସ୍ମୃତି ହୋଇ ମନେପଡିବ । ତେବେ ଯେଉଁସବୁ ପ୍ରସଙ୍ଗ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ ସେଥିରୁ ଗୋଟେ ହେଲା ରୁଷିଆ-ଯୁକ୍ରେନ ଯୁଦ୍ଧ ଯାହା କି ଦ୍ୱିତୀୟ ବିଶ୍ୱଯୁଦ୍ଧର ଭ୍ରମ ସୃଷ୍ଟି କରିଛି ।
ରୁଷିଆ-ୟୁକ୍ରେନ ଯୁଦ୍ଧ ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଛି । ଏହି ଯୁଦ୍ଧରେ ପ୍ରତିଦିନ ନିରିହ ଜୀବନ ବଳି ପଡୁଛି । ଜାତୀୟ ନିରପତା ରକ୍ଷା ନାମରେ ଗୋଟିଏ ଦେଶ ଯେ ଆଉ ଗୋଟିଏ ଦେଶ ଉପରେ କେତେ କ୍ରୁରତାର ସହିତ ଆକ୍ରମଣ କରିପାରେ, ଏହି ଯୁଦ୍ଧରୁ ଅନୁମାନ କରାଯାଇପାରେ । ଯୁଦ୍ଧ ଯେ କେତେ ବିପତିକୁ ସାଙ୍ଗରେ ନେଇ ଆସେ ତାହା ମଧ୍ୟ ଏଥିରୁ ପ୍ରତୀୟମାନ ହେଲା । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପାଇଁ ବିଶ୍ୱ ଅର୍ଥନୀତି ସାଂଘାତିକ ଭାବରେ ପ୍ରଭାବିତ କରିଛି ।
ଅନ୍ୟ ଏକ ଘଟଣାଟି ହେଲା, ଯଦିଓ କରୋନା ମହାମାରୀ ୨୦୨୦ ମସିହାରେ ଆତଙ୍କ ରଚିଥିଲା, ତାହା ୨୦୨୨ ମସିହାରେ ମଧ୍ୟ ଚୀନ ଉପରେ ଏହାର ପ୍ରଭାବ ଜାରି ରଖିଛି ଚାଇନାରେ ଏବେବି କରୋନା ସ୍ଥିତି ସଙ୍ଗୀନ ରହିଛି । ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଶ୍ମଶାନରେ ଶବ ଦାହ ପାଇଁ ଲମ୍ବା ଲାଇନ୍‌ରେ ଛିଡା ହୋଇ ରହିବାକୁ ପଡୁଛି । ସମଗ୍ର ବିଶ୍ୱରେ ଯଦିଓ କରୋନା ମହାମାରୀ ପ୍ରକୋପ କମିଛି ହେଲେ କରୋନା ପରର ସ୍ଥିତି ଅତି ସଙ୍ଗୀନ କରି ଦେଇଛି ବିଶ୍ୱ ଅର୍ଥନୀତିକୁ । ଏହାର ଗୋଟେ ଉଦାହରଣ ଦେଇ ପାରିବା ଇନ୍ ଫରମେସନ ଟେକ୍ନାଲୋଜି ବା ଆଇଟ୍ ଇଣ୍ଡଷ୍ଟ୍ରି ଉପରେ । ଚଳିତ ବର୍ଷ ସବୁଠାରୁ ଅଧିକ ଛଟେଇ ଆଇଟି ଇଣ୍ଡରୁ ହୋଇଛି । ଯାହା ସମସ୍ତଙ୍କ ମନରେ ଏକ ପ୍ରକାର ଆତଙ୍କ ସୃ୍‌ଷ୍ଟି କରିଛି ।
ତୃତୀୟ ଘଟଣାଟି ହେଲା ଇଂଲଣ୍ଡର ରାଣୀ ଏଲିଜା ବେଥ୍‌ଙ୍କ ଦେହାନ୍ତ । ଯାହା ସାରା ବିଶ୍ୱକୁ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା । ସବୁ ଦେଶର ରାଷ୍ଟ୍ରମୁଖ୍ୟ ରାଣୀ ଏଲିଜା ବେଥ୍‌ଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହୋଇ ଶୋକ ବ୍ୟକ୍ତ କରିଥିଲେ । ଚତୁର୍ଥରେ ହେଲା, ଲିଓନି ମେସିଙ୍କ ବିଶ୍ୱ ବିଜୟୀ । କାତାର ଠାରେ ଆୟୋଜିତ ଫିଫା ୱଲର୍ଡ କପ୍ ଜିତି ଇତିହାସ ରଚିଥିଲେ ମେସି ଯାହା ୨୦୨୨ ବର୍ଷର ଅନ୍ୟ ଏକ ଶ୍ମରଣୀୟ ଦିନ ହୋଇ ସମସ୍ତଙ୍କ ମନରେ ରହିବ ।
ପଂଚମଟି ହେଲା, ପ୍ରଥମ ଓଡ଼ିଆ ଆଦିବାସୀ ଝିଅ ଭାତରର ସର୍ବୋଚ ସ୍ଥାନରେ ବିରାଜ ମାନ ହେଲେ । ରାଷ୍ଟ୍ରପତି ଦ୍ରୋପତି ମୁର୍ମୁ ଦେଶର ସର୍ବୋଚ ପଦ ରାଇସିନା ହିଲ୍ ରେ ବସି ଓଡ଼ିଶା ପାଇଁ ଇତିହାସ ସୃଷ୍ଟି କଲେ ।
ସେହିଭଳି ମନୋରୋଞ୍ଜନ ଜଗତରେ ଅନେକ ଦିଗଜ ଅଭିନେତା ଓ ଅଭିନେତ୍ରୀଙ୍କ ବିୟୋଗ ସମଗ୍ର ମନୋରୋଞ୍ଜନ ଜଗତ ପାଇଁ ଦୁଃଖ ପୁର୍ଣ୍ଣ ବର୍ଷଟିଏ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିଭିତରୁ ଜଣେ ହେଲେ, ଲତା ମଙ୍ଗେସକର । ଯାହାଙ୍କ କଣ୍ଠ ସ୍ୱର ସମଗ୍ର ବିଶ୍ୱବାସୀଙ୍କୁ ଦିୱାନା । କରିଥିଲା । ୫୦ ହଜାରୁ ଅଧିକ ଗୀତ ବିଭିନ୍ନ ଭାଷାରେ ଗାଇଥିଲେ । ଯାହା ତାଙ୍କୁ ଭାରତ ରତ୍ନ, ଦାଦା ସାହେବ୍ ଫାଲକେ ସମ୍ମାନର ଅଧିକାରୀ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031