Legatus

ମେଣ୍ଟ ହେବ ନା ହେବ ନି? କାହିଁକି ସ୍ପଷ୍ଟ ହେଉନି ଚିତ୍ର?

 Breaking News

ମେଣ୍ଟ ହେବ ନା ହେବ ନି? କାହିଁକି ସ୍ପଷ୍ଟ ହେଉନି ଚିତ୍ର?

ମେଣ୍ଟ ହେବ ନା ହେବ ନି? କାହିଁକି ସ୍ପଷ୍ଟ ହେଉନି ଚିତ୍ର?
March 09
13:08 2024

Know why suspense continues over BJD-BJP alliance bid
ଭୁବନେଶ୍ୱର, ତା ୯/୩: ଓଡିଶା ଏବେ ପଡୁଛି, ଉଠୁଛି । ମେଣ୍ଟ ହେବ ନା ହେବନି? ୍ଣମଣ୍ଟ ହେଲେ କିଏ କେତେ ଆସନରୁ ଲଢିବ? କାହାର ଲାଭ ହେବ ଓ କାହାର କ୍ଷ୍‌ତି ହେବ? ଏହି ସବୁ ପ୍ରଶ୍ନ ଏବେ ଗଳିକନ୍ଦିରେ ବେଶ୍ ଚର୍ଚ୍ଚା ହେଉଛି ।
ବିଶ୍ୱସ୍ତ ସୂତ୍ରରୁ ଯାହା ଖବର ମେଣ୍ଟ ହେବା ପ୍ରୟାସ ଏକ ଗୁଜବ ନୁହେଁ । ଉଭୟ ଦଳର କିଛି ବରିଷ୍ଠ ତଥା ପ୍ରଭାବଶାଳୀ ନେତାମାନେ ଏ ନେଇ କଥାବାର୍ତା ହୋଇଥିବା ଏବଂ ହେଉଥିବା ନେଇ ଗଣମାଧ୍ୟମ ଆଗରେ ସ୍ପଷ୍ଟ ଭାବେ କହିଛନ୍ତି ।
ତେବେ କଥା ଅଟକି ଛି କେଉଁଠି ? କିଏ ସେ ଶକ୍ତିମାନ ଯିଏ କି ମେଣ୍ଟ ପ୍ରକ୍ରିୟାକୁ ଆଗକୁ ଯିବାକୁ ଦେଉନାହିଁ ବା ପ୍ରଲମ୍ବିତ କରୁଛି?
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୦ ମସିହାରେ ମନମୋହନ ସାମଲଙ୍କ ନେତୃତ୍ୱାଧୀନ ବିଜେପି ସେତେବେଳେ ୮୪-୬୩ (ବିଜେଡି ୮୪/ ବିଜେପି ୬୩) ଆସନ ଫର୍ମୂଲାରେ ନିର୍ବାଚ ଲଢିଥିଲା । ଏଥିରେ ବିଜେଡି ବିଜେଡି ୬୮ଟି ସିଟ୍ ଲାଭ କରିଥିଲା ବେଳେ ବିଜେପି ୩୮ଟି ଆସନ ଲାଭ କରିଥିଲା । ଅର୍ଥାତ୍ ବିଜେଡିର ସ୍କୋରିଂ ବା ଷ୍ଟ୍ରାଇକ୍ ରେଟ୍ ୯୧ ପ୍ରତିଶତ (୮୦.୯୫) ଥିଲାବେଳେ ବିଜେପିର ଷ୍ଟ୍ରାଇକ୍ ରେଟ୍ ୫୬ ପ୍ରତିଶତ (୫୫.୮୮) ରହିଥିଲା ।
୨୦୦୪ ମସିହାରେ ବିଜେଡି ୭୨ଦଶମିକ ୬୧ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍‌ରେ ୬୧ଟି ଆସନ ଜିତିଥିବାବେଳେ ୪୭ଦଶମିକ୦୫ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍‌ରେ ୩୬ଟି ଆସନ ଜିତିଥିଲା । ଅର୍ଥାତ୍ ଉଭୟଙ୍କର ଷ୍ଟ୍ରାଇକ୍ ରେଟ୍‌ରେ ୮ ପ୍ରତିଶତ ଭୋଟ୍ ହ୍ରାସ ହୋଇଥିଲା ।
୨୦୦୯ରେ ମେଣ୍ଟ ଭାଙ୍ଗିଗଲା ପରେ ବିଜେଡିର କିଛି କ୍ଷତି ହେଲା ନାହିଁ । ଦଳ ୧୪୭ ଆସନ ଲଢି ୭୨ଦଶମିକ ୭୧ ଷ୍ଟ୍ରାଇକ୍ ରେଟ୍‌ରେ ୧୦୩ଟି ବିଧାନସଭା ଆସନ ଲାଭ କରିଥିବା ବେଳେ ବିଜେପି ୧୪୭ ଆସନ ଲଢି ମାତ୍ର ୬ଟି ଆସନ ପାଇଲା । ଦଳର ଷ୍ଟ୍ରାଇକ୍ ରେଟ୍‌୍ ହାର ମାତ୍ର ୪ଦଶମିକ ୦୮କୁ ଖସି ଆସିଲା ।
୨୦୦୦ ମସିହାରେ ଯେତେବେଳେ ମେଣ୍ଟ ଚର୍ଚ୍ଚା ହେଉଥିଲା, ସେତେବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଓଡିଶାର କିଛି ନେତାଙ୍କୁ ମେଣ୍ଟ ନକରିବା ପାଇଁ କହିଥିଲେ । କହିଥିଲେ ଯେ ଯଦି ମେଣ୍ଟ କରିବ, ତେବେ ଦଳ ୨୦ ବର୍ଷ ପଛକୁ ପଳାଇବ । ତାହାଁହିଁ ହେଲା । ଏବେ ଦଳର ୧୫ ବର୍ଷ ହେଲାଣି ସଂଘର୍ଷ କରୁଛି ।
ଯାହା ବିଭିନ୍ନ ସ୍ଥାନରୁ ଖବର ଆସୁଛି ଯଦି ବିଜେପି ମେଣ୍ଟ କରିବ, ତେବେ ଶତାଧିକ ଆଶାୟୀ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଅନ୍ଧକାରକୁ ଠେଲି ହୋଇଯିବ ।
ତୃଣମୂଳସ୍ତରରୁ ଯାହା ଖବର ଆସୁଛି, ଯଦି ମେଣ୍ଟ ହୁଏ ବହୁ ସଂଖ୍ୟାରେ ବିଜେପି ଆଶାୟୀ ସ୍ୱାଧୀନ ଭାବରେ ଲଢିବେ ବା କଂଗ୍ରେସକୁ ଚାଲିଯିବେ । ଦଳର କର୍ମୀ ନେତାମାନଙ୍କର ଭାବାବେଗକୁ ମନମୋହନ ସାମଲ ସିଧାସଳଖ କେନ୍ଦ୍ରିୟ ନେତାଙ୍କୁ ଜଣାଇଦେବା ପରେ ମେଂଟ ସପକ୍ଷବାଦୀଙ୍କ ଅଧିକାଂଶ ନେତାଙ୍କ ମୁଣ୍ଡ ଏବେ ଖରାପ ।
ଏବେ ଦେଖିବାର କଥା, ବିଜେପି ଅତୀତର ତ୍ରୁଟିର ସୁଧାରୁଛି ନା ପୁଣିଥରେ ସେହି ଭୂଲ କରି ବସୁଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31