ମାଡି ଆସୁଛି ବିପତ୍ତି
December 20
18:59
2021
ରଶ୍ମିତା ସାହୁ
ଗୋଟିଏ ସମୟେ
ନୂଆ ରୂପ ନେଇ
କୋଭିଡ ଆସୁଛି ମାଡି ।
ଏହି ସମୟରେ
ବାତ୍ୟା ଆସୁଛି
ସମୁଦ୍ରରୁ ମୁହଁ କାଢି ।।
ଜୀବନ-ଜୀବିକା
ପ୍ରଭାବିତ ହେବ
ପକାଇଲେ ଦୁହେଁ ତାଡି ।।
ଟିଭି ପରଦାରୁ
ଖବର ଶୁଣିକି
ଛାନିଆଁ ହେଲେଣି ସବୁ ।
ପାଚିଲା ଧାନ କି
ନଷ୍ଟ ହୋଇଯିବ
ଚାଷୀ ଡାକିଲେଣି ପ୍ରଭୁ ।।
କେତେ ଦୁଃଖ ଆଉ ଦବୁ ।
ଦେଖାଇ ଫସଲ
ଉଜାଡ଼ି ସେସବୁ
ଜୀବନ କି ଆମ ନବୁ ।।
ଯାହା ତୁମେ ସବୁ
କରୁଥା ଏଇନେ
ଭୁଲିବନି ଗୋଟେ କଥା ।
ତୁଣ୍ଡେ ଧରୁଥିବ
“ଜଗନ୍ନାଥ” ନାମ
ନୁଆଇଁ ଦେଇକି ମଥା ।।
କଥାଟି ଯେହେତୁ ଯଥା ।
ସମର୍ପଣ କର
ନିଜକୁ ତା’ପାଖେ
ଭିଜାଇକି ଆଖି ପତା ।।
ଆଡ଼ ନୟନରେ
ସିଏ ଯଦି ଥରେ
ଜାଣିଥାରେ, ଦେବ ଚାହିଁ ।
ଆସୁଥିବା ଏହି
ଦୁଇଟି ସମସ୍ୟା
ବେଶୀ ଦୁଃଖ ଦେବ ନାହିଁ ।।
ଡାକସେ ଜଗତ ସାଇଁ ।।
ଆକୁଳ ପ୍ରାର୍ଥନା
ଶୁଣି ମହାପ୍ରଭୁ
ଆସିବେ ଏବେଳେ ଧାଇଁ ।।
Title of Poem: Madi Ausuchhi Bipatti
Poet: Rashmita Sahoo