Indus Valley Times

ସହିଦ ଦିବସ ପାଳନ: ଟୁରି ନଦୀ କୂଳରେ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ପାଠ୍ୟକ୍ରମରେ ସାମିଲ କରିବାପାଇଁ ପ୍ରତିଶୃତି ଦେଲେ ମନ୍ତ୍ରୀ

 Breaking News

ସହିଦ ଦିବସ ପାଳନ: ଟୁରି ନଦୀ କୂଳରେ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ପାଠ୍ୟକ୍ରମରେ ସାମିଲ କରିବାପାଇଁ ପ୍ରତିଶୃତି ଦେଲେ ମନ୍ତ୍ରୀ

ସହିଦ ଦିବସ ପାଳନ:  ଟୁରି ନଦୀ କୂଳରେ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ପାଠ୍ୟକ୍ରମରେ ସାମିଲ କରିବାପାଇଁ ପ୍ରତିଶୃତି ଦେଲେ ମନ୍ତ୍ରୀ
August 24
19:56 2021

 Nabarangpur: Minister assures to build Sahid Memorial on the banks of Turi river

ନବରଙ୍ଗପୁର, 24/8: 1942 ଅଗଷ୍ଟ ମାସ 24 ତାରିଖରେ ପାପଡାହାଣ୍ଡି ଟୁରି ନଦୀ ନିକଟରେ ଦେଶପାଇଁ ଇଂରେଜ ସହ ଲଢ଼ି 19 ଜଣ ସହିଦ ହୋଇଥିଲେ ସେମାନଙ୍କ ଉଦେଶ୍ୟ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା କୁ ଦୃଷ୍ଟି ଆଗରେ ରଖି ସହିଦ ଙ୍କ ସ୍ମୃତି ଚାରଣ ଉଦେଶ୍ୟରେ ବ୍ଲକ ପ୍ରଶାସନ ତରଫରୁ ସହିଦ ଦିବସ ପାଳନ କରାଯାଇଛି |

ଏହି ଅବସରରେ ନବରଙ୍ଗପୁର ଠାରୁ ଅଣାଯାଇଥିବା  ସହିଦ ମଶାଲ କୁ ପାପଡାହାଣ୍ଡି ଠାରେ ଅଥିତି ଗଣ ପକ୍ଷରୁ ସ୍ୱାଗତ ଜଣାଇବା ପରେ ବିରାଟ ପଟୁଆରରେ ମଶାଲ ଟିକୁ ସହିଦ ସ୍ତମ୍ଭ ପର୍ଯ୍ୟନ୍ତ ନିଆଯାଇଥିଲା | ଟୁରି ନଦୀକୂଳ ରେ ସହିଦ ମାନଙ୍କ ଉଧ୍ୟେସ୍ୟ ରେ ତିଳତର୍ପଣ କରିବା ପରେ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହାପରେ ଅତିଥି ମାନଙ୍କ ଦ୍ୱାରା ସହିଦ ଙ୍କ ମୂର୍ତ୍ତି ମାନଙ୍କ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହିଦ ମାନଙ୍କ ଦାୟାଦ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ମୃତି ସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ସହିଦ ମାଟି ପବିତ୍ର ମାଟି ରେ ପାଦ ଦେଇ ନିଜକୁ ଗର୍ବ ଅନୁଭବ କରିବା ସହ ପବିତ୍ର ଟୁରି ନଦୀର ପାର୍ଶ୍ୱ ରେ ସହିଦ ସ୍ତମ୍ଭ ନିର୍ମାଣ ହୋଇଛି t ଯେଉଁମାନେ ଆମ ଦେଶପାଇଁ ନିଜ ରକ୍ତ ଦେଇ ସ୍ୱାଧୀନତା ଆଣିଛନ୍ତି ସେମାନଙ୍କ ଯୋଗୁଁ ଆଜି ଆମେ ଏହି ସ୍ୱାଧୀନତା ର ଅପୂର୍ବ ସ୍ୱାଦ ଚାଖିପାରୁଛୁ, ସେହି ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ବର୍ତମାନ ଇତିହାସ କୁ ପରିବର୍ତନ କରିବାର ସମୟ ଆସିଅଛି |

ଅଭିଵାକ୍ତ କୋରାପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ଆଜି ଆମେ ସ୍ୱାଧୀନତା ର ସ୍ୱାଦ ଚାଖିଛେ ସେମାନଂକୁ ଇତିହାସ ବହିରେ ପ୍ରାଞ୍ଜଳ ଓ ବିସ୍ତୃତ ଭାବରେ ସ୍ଥାନିତ କରିବାର ସମୟ ଆସିଛି ଆଗାମୀ ପିଡି ପାଇଁ ଏସବୁ ସ୍ମୃତି କୁ ମନେପକେଇବା ପାଇଁ ରାଜ୍ୟ ପାଠ୍ୟକ୍ରମ ରେ ସ୍ଥାନ ଦେବାପାଇଁ ମୁଁ ପ୍ରତିଶୃତି ଦେଉଛି ଏବଂ ଏ ସମ୍ବନ୍ଧରେ ଶିକ୍ଷା ବିଭାଗ ସହ ଆଲୋଚନା କରି କାର୍ଯ୍ୟକାରୀ କରିବି ବୋଲି ତାଙ୍କ ଅଭିଭାଷଣ ରେ ମନ୍ତବ୍ୟ ରଖିଥିଲେ | ଅନ୍ୟତମ ଅତିଥି ହସ୍ତତନ୍ତ୍ର ଏବଂ ବୟନ ଶିଳ୍ପ ମନ୍ତ୍ରୀ  ପଦ୍ମିନୀ ଦିଆନ ସହିଦ ଙ୍କ ସ୍ମୃତି ଚାରଣ କରିଥିଲେ, ସମ୍ମାନିତ ଅତିଥି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସହିଦ ଦାୟାଦ ମାନଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି କହିବା ସହ ପାପଡାହାଣ୍ଡି ସହିଦ ପିଠ ପରିସର କୁ ସୌନ୍ଦର୍ଯ୍ୟ କରଣ କରିବା ସହ ଏକ ବିରାଟ ଜାତୀୟ ପତାକା ଲଗାଇବାକୁ ସାଂସଦ ପାଣ୍ଠି ରୁ ଅର୍ଥ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ | ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହିଦ ମାଟି ର ଜନସାଧାରଣ ତାଙ୍କୁ ଏହି ଅଂଚଳର ନେତୃତ୍ୱ ନେବାପାଇଁ ସ୍ଥାନ ଦେଇଥିବା ଯୋଗୁଁ ଏହି ଅଂଚଳର ଏବଂ ସ୍ଥାନୀୟ ଜନସାଧାରଣ ଙ୍କ ବିକାଶ ପାଇଁ ଆମେ ସଙ୍କଳ୍ପବଧ ବୋଲି କହିବା ସହ ସହିଦ ପାର୍କ ର ଉନତି କରଣ ପାଇଁ ସେ ମଧ୍ୟ ଚେଷ୍ଟା କରିବେ ବୋଲି କହିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ଜିଲାପରିଷଦ ଅଧକ୍ଷା ଭଗବତୀ ଭତରା, ନବରଙ୍ଗପୁର ଆରକ୍ଷୀ ଅଧିକାରୀ ପର୍ମାର ସ୍ମିତ ପୁରୁଷୋତ୍ତମ ଦାସ, ମୁନା ତ୍ରିପାଠୀ  ପ୍ରମୁଖ ଉପସ୍ଥିତ ରହି ସହିଦ ମାନଙ୍କୁ ସ୍ମୃତି ଚାରଣ କରିବା ସହ ଦାୟାଦ ପରିବାର ମାନଙ୍କୁ ସମ୍ମାନିତ କରିଥିଲେ ।ଶେଷରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର  ଏହି କାର୍ଯ୍ୟକ୍ରମ ରେ 2ଜଣ ମନ୍ତ୍ରୀ ଉପସ୍ଥିତ ରହିଥିବା ନେଇ ସେମାନଂକୁ ଧନ୍ୟବାଦ ଜଣାଇଥିଲେ |

ପୂର୍ବ ମହାପୁରୁଷ ମାନେ ଯେଉଁ ଅହ୍ୱାନ ଦେଇଥିଲେ ସେଇ ଅହ୍ୱାନ  ସହିତ କାର୍ଯ୍ୟ କରିବା ତାହେଲେ ନବରଙ୍ଗପୁର ଜିଲ୍ଲା, ସାରା ଓଡିଶା ରାଜ୍ୟ ଓ ଭାରତ ବର୍ଷ କୁ ଏକ ଆଦର୍ଶ ଦେଶ ରାଜ୍ୟ ଓ ଜିଲ୍ଲା ଭାବେ ଗଢ଼ିପାରିବା ଏବଂ 33 ବର୍ଷ ଧରି ଏଠାରେ  ମଶାଲ ଯାତ୍ରା କରାଯାଇଛି ସେହି ମଶାଲ କୁ ହହାତରେ ଧରିବା ବେଳେ ନିଜକୁ ଧନ୍ୟ ମନେ କରିହେଉଛି ବୋଲି କହିବା ସହ ଏହି ପବିତ୍ର ସହିଦ ପିଠ ର ଉନ୍ନତି କରିବାପାଇଁ ସେ ସମସ୍ତ ଲୋକ ପ୍ରତିନିଧି ଙ୍କୁ ଅନୁରୋଧ କରିଥିଲେ | ଶେଷରେ ଦାୟାଦ ପରିବାର ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ | ପାପଡାହାଣ୍ଡି ବିଡ଼ିଓ ରଂଜିତା ମଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ ଧନ୍ୟବାଦ ଜଣାଇଥିଲେ |  

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930