Indus Valley Times

ନିଆରା ମଣିଷଙ୍କ ନିଆରା ନିଶା: ପ୍ରଧାନମନ୍ତ୍ରୀ, କେନ୍ଦ୍ରମମନ୍ତ୍ରୀ, କ୍ରିକେଟର ଓ ବଲିଉଡ୍ ତାରକାଙ୍କ ଜନ୍ମ ତାରିଖ ଥିବା ବିରଳ ଟଙ୍କା ସଂଗ୍ରହରେ ରେକର୍ଡ

 Breaking News

ନିଆରା ମଣିଷଙ୍କ ନିଆରା ନିଶା: ପ୍ରଧାନମନ୍ତ୍ରୀ, କେନ୍ଦ୍ରମମନ୍ତ୍ରୀ, କ୍ରିକେଟର ଓ ବଲିଉଡ୍ ତାରକାଙ୍କ ଜନ୍ମ ତାରିଖ ଥିବା ବିରଳ ଟଙ୍କା ସଂଗ୍ରହରେ ରେକର୍ଡ

ନିଆରା ମଣିଷଙ୍କ ନିଆରା ନିଶା: ପ୍ରଧାନମନ୍ତ୍ରୀ, କେନ୍ଦ୍ରମମନ୍ତ୍ରୀ, କ୍ରିକେଟର ଓ ବଲିଉଡ୍ ତାରକାଙ୍କ ଜନ୍ମ ତାରିଖ ଥିବା ବିରଳ ଟଙ୍କା ସଂଗ୍ରହରେ ରେକର୍ଡ
November 18
19:00 2021


Odisha man has currency notes showing with date of births President, PM, CMs, cricketers and cine stars

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର, ୧୮/୧୧: ସେ ଏକ ଭିନ୍ନ ମଣିଷ । ନିଆରା ତାଙ୍କର ନିଶା । ଆଉ ସେଇ ନିଶାକୁ ଦିର୍ଘ ୫୫ବର୍ଷ ହେଲା ସେ ପାଳନ କରି ଆସୁଛନ୍ତି । ହଁ, ଆମେ ଯାହା କଥା କହୁଛୁ, ସେ ହେଉଛନ୍ତି ବଲାଙ୍ଗିର ସହରର ବଜରଙ୍ଗଲାଲ ଅଗ୍ରୱାଲ । ଦୀର୍ଘ ୫୫ବର୍ଷ ଧରି ବଜରଙ୍ଗଲାଲ ବିଭିନ୍ନ ତଥେ ସ୍ୱତନ୍ତ୍ର ମୁଦ୍ରା ସଂଗ୍ରହ କରିଆସୁଛନ୍ତି । ଯେଉଁ ମୁଦ୍ରାେରେ ଭାରତର ରାଷ୍ଟ୍ରପତି, ଭାରତର ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ସମୂହ ପ୍ରଖ୍ୟାତ ଓ କ୍ରିକେଟ ଖେଳାଳି ଓ ଖ୍ୟାତନାମା ଚଳଚିତ୍ର କଳାକାର, ପ୍ରତିଷ୍ଟିତ ସାମ୍ବାଦିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ପାରିଦର୍ଶିତା ଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କର ଜନ୍ମ ତାରିଖ ସିରିଏଲ ନମ୍ବର ବା କ୍ରମିକ ସଂଖ୍ୟା ମାଧ୍ୟମରେ ପ୍ରଦର୍ଶିତ କରିଥାଏ ।

Bajaranglal Agrawal


ଓଡ଼ିଶାର ବଲାଙ୍ଗିର ସହରରେ ଜନ୍ମିତ ବଜରଙ୍ଗଲାଲ ଆଜି ପର୍ଯ୍ୟନ୍ତ ୧୨ହଜାରରୁ ଉର୍ଦ୍ଧ କାଗଜ ବା ଧାତବ ମୁଦ୍ରା ସଂଗ୍ରହ କରିଛନ୍ତି ।
ଏହି ମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ରଙ୍କ ସହ କେନ୍ଦ୍ରର ସମସ୍ତ ମନ୍ତ୍ରୀଙ୍କ ଜନ୍ମ ତାରିଖ ରହିଛି । କେବଳ ସେତିକି ନୁହେଁ, ଭାରତର ପତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ତାରିଖ ପ୍ରଦର୍ଶିତ କରୁଥିବା ପେପର ନୋଟ୍ ତାଙ୍କ ପାଖରେ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜୋ ବାଇଡେନ୍‌, ପୂର୍ବତନ ରାଷ୍ଟ୍ରପତି ଡୋନାଳ ଟ୍ରମ୍ପ୍ ଓ ବାରାକ ଓବାମା; ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିଙ୍ଗ୍‌ପିଙ୍ଗ୍ ସମେତ ଅନ୍ୟାନ୍ୟ ସାକ୍ଷାତ ତାରିଖ ପ୍ରଦର୍ଶନ କରୁଥିବା ନୋଟ ମଧ୍ୟ ରହିଛି ।
ବଜରଙ୍ଗଲାଲ ଆଜି ପର୍ଯ୍ୟନ୍ତ ପ୍ରାୟ ୨୧୦ଟି ମୁଦ୍ରା ସଂଗ୍ରହ କରିଛନ୍ତି । ବିଦେଶ ମୁଦ୍ରା ସଂଗ୍ରହ କରିବା ପାଇଁ ଆବଶ୍ୟକୀୟ ଅନୁମତି ସେ ରିଜର୍ଭ ବ୍ୟାଙ୍କ କତ୍ତ୍ୱର୍ ପକ୍ଷଙ୍କ ସହ ବିଧିବଦ୍ଧ ଭାବେ ଆଲୋଚନା କରି ହାସଲ କରିଛନ୍ତି ।
ନିଜର ଏହି ନିଆରା ସମ୍ପର୍କରେ ସୁଚନା ଦେବାକୁ ଯାଇ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ୪୫ ବର୍ଷ ତଳେ କିଛି ନୋଟ ତାଙ୍କ ନଜରକୁ ଆସିଥିଲା । ଯାହା ସେତେବେଳେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଜନ୍ମ ତାରିଖ ସିରିଏଲ ନମ୍ବର ବା କ୍ରମିକ ସଂଖ୍ୟା ମାଧ୍ୟମରେ ପ୍ରଦର୍ଶିତ କରୁଥିଲା । ସେତେବେଳେ ସେ ଚାହିଁଲେ ଯେ ଏଭଳି ବିରଳ ନୋଟକୁ ସେ ସଂଗ୍ରହ କରିବେ ବୋଲି ।
ଆଜି ପର୍ଯ୍ୟନ୍ତ ଚଳଚିତ୍ର ମେଗାଷ୍ଟାର ଅମିତା ବଚ୍ଚନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସେମାନଙ୍କର ଜନ୍ମତାରିଖ ଦର୍ଶାଉ ଥିବା ନୋଟ୍ ଗୁଡିକୁ ବଜରଙ୍ଗଲାଲ୍ ଉପହାର ସହିତ ପ୍ରଦାନ କରିଛନ୍ତି ।
ତାଙ୍କର ଏକମାତ୍ର ଅଭିଳାଷ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଜନ୍ମ ତାରିଖ ଦର୍ଶାଉ ଥିବା ନୋଟ୍ ଭେଟି ଦେବେ ବୋଲି ।
ଏହି ବିରଳ ମୁଦ୍ରା ଗୁଡିକୁ ସଂଗ୍ରହ କରିବା ପାଇଁ ବଜରଙ୍ଗ ଲାଲ୍ ଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ଏହି ବିରଳ ମୁଦ୍ରା ସଂଗ୍ରହ କରିବାକୁ ତାଙ୍କୁ ଅନେକ ସମୟରେ ବିଭିନ୍ନ ରାଜ୍ୟକୁ ଯାଇ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । କିନ୍ତୁ ତାଙ୍କର ନିରନ୍ତର ଚେଷ୍ଟା ଓ ପ୍ରଗାଢ଼ ପ୍ରଚେଷ୍ଟା ଆଗରେ ସବୁ ପ୍ରତିବନ୍ଧକ ବରଫ ଭଳି ତରଳି ଯାଇଛି ।
ବଜରଙ୍ଗଲାଲ ଙ୍କର ଏହି ବରଳ ଅଭିଳାଷକୁ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଅଗ୍ରୱାଲ୍ ଓ ତାଙ୍କ ତିନି ପୁଅଙ୍କ ସମ୍ପର୍ଣ୍ଣ ଭାବେ ସହଯୋଗ କରିଥାନ୍ତି ତାଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଁଂଚିବା ପାଇଁ । ବଜରଙ୍ଗଲାଲଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ତାଙ୍କୁ ତାଙ୍କର ଏଭଳି ଅଭିଳାଷକୁ ପ୍ରଶଂସା ଓ ସହଯୋଗ କରିଥାନ୍ତି । ହେଲେ ତାଙ୍କର ଜଣେ ନାତୁଣୀ ମଜାରେ କୁହନ୍ତି, ‘ଜେଜେବାପା ଆପଣ ବିରଳ ମୁଦ୍ରା ଖର୍ଚ୍ଚ କରିବାରେ ଯେଉଁ ଟଙ୍କା ଖର୍ଚ୍ଚ କରୁଛନ୍ତି ସେହି ଟଙ୍କାରେ ମୋ ପାଇଁ ମୋବାଇଲ୍ ଫୋନ କିଣିଦଉନ, କାହିଁକି ସେଥେରେ ଏତେ ଟଙ୍କା ଖର୍ଚ୍ଚ କରୁଛ ।’ ତଥାପି ବଜରଙ୍ଗ ଲାଲଙ୍କ ନାତୁଣୀ ଜେଜେଙ୍କର ସଂଗୃହିତ କାଗଜ ଟଙ୍କା ଓ ମୁଦ୍ରାକୁ ଅତି ଯତ୍ନର ସହ ରଖିଥାନ୍ତି ।

A note with two different serial numbers


୨୦୦୦ ମସିହାରେ ବଜରଙ୍ଗଲାଲଙ୍କର ଏଭଳି ମୁଦ୍ରକୁ କିଣିବା ପାଇଁ ୨କୋଟି ଟଙ୍କା ଜାଚିଥିଲେ ହେଲେ ସେ ଅତି ନମ୍ରତାର ସହ ଏଭଳି ଅଫରକୁ ମନା କରିଦେଥିଲେ । ଜଣେ ଅଟୋ ଯନ୍ତ୍ରପାତି ବ୍ୟବସାୟ ଭାବରେ ନିଜର ଜୀବିକା ନିର୍ବାହ କରୁଥିବା ଏହି ବର୍ଷିୟାନ ବ୍ୟକ୍ତି କୁହନ୍ତି ଯେ ଏହି ମୁଦ୍ରା ସଂଗ୍ରହ ତାଙ୍କର ଏକ ବଡ ନିଶା ଏବଂ ସେ ଏହାକୁ ଅବ୍ୟାହତ ରଖିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031