Indus Valley Times

OJEE ପରୀକ୍ଷା ପାଇଁ ଆସନ୍ତା କାଲିଠୁ ଆରମ୍ଭ ହେବ ଅନ୍ ଲାଇନ ଆବେଦନ

 Breaking News

OJEE ପରୀକ୍ଷା ପାଇଁ ଆସନ୍ତା କାଲିଠୁ ଆରମ୍ଭ ହେବ ଅନ୍ ଲାଇନ ଆବେଦନ

OJEE ପରୀକ୍ଷା ପାଇଁ ଆସନ୍ତା କାଲିଠୁ ଆରମ୍ଭ ହେବ ଅନ୍ ଲାଇନ ଆବେଦନ
July 22
20:15 2021

ଭୁବନେଶ୍ୱର, ୨୨/୭: ରାଜ୍ୟରେ ଖାଲିଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ପ୍ରଥମ ବର୍ଷ ବି.ଟେକ୍ ପାଠ୍ୟକ୍ରମରେ ଆଡମିଶନ ପାଇଁ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ ।
ଏହ ସ୍ୱତନ୍ତ୍ର ପରିକ୍ଷା ୨୦୨୧ ଓଜେଇଇ ପରିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ ଯାହାକି ଚାଲୁଥିବା କରୋନା ମହାମାରୀ ଦୃଷ୍ଟିରେ ରଖି ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟାୟ ଓଜେଇଇ କାଉନସେଲିଂ ପରେ କେବଳ ସେହି ଛାତ୍ରମାନଙ୍କ ପାଇଁ ବି.ଟେକ୍ ପାଠ୍ୟକ୍ରମରେ ଆଡମିଶନ କରାଯିବ, ଯେଉଁମାନେ କୌଣସି କାରଣରୁ ଓଜେଇଇ(ମେନ୍)୨୦୨୧ ପରୀକ୍ଷାରେ ଉପସ୍ଥିତ ହୋଇପାରି ନଥିବେ ।
ତେବେ ଏହି ଏଣ୍ଟ୍ରାନ୍ସ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ଏବଂ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଆବଶ୍ୟକ ଫି ପ୍ରଦାନ କରାଯାଇପାରିବ । ସଠିକ ସମୟରେ ପରୀକ୍ଷଣର ତାରିଖ ଏବଂ ଆଡମିଟ୍ କାର୍ଡ ଡାଉନଲୋଡ୍ ସମ୍ବନ୍ଧରେ ବିସ୍ତୃତ କାର୍ଯ୍ୟସୂଚୀ କରୋନା ମହାମରୀକୁ ଦୃଷ୍ଟିରେ ରଖି ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ମାନେ ଅନଲାଇନ୍ ଆବେଦନରେ କରିପାରିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031