Indus Valley Times

ରାୟଗଡା: ଚଇତି ମହୋତ୍ସବ ଉଦଯାପିତ; ଆଦିବାସୀଙ୍କ ଉନ୍ନତି ପାଇଁ ନବୀନ ସରକାର ସଂକଳ୍ପବଦ୍ଧ ମନ୍ତ୍ରୀ ପ୍ରମିଳା ମଲ୍ଲିକ

 Breaking News

ରାୟଗଡା: ଚଇତି ମହୋତ୍ସବ ଉଦଯାପିତ; ଆଦିବାସୀଙ୍କ ଉନ୍ନତି ପାଇଁ ନବୀନ ସରକାର ସଂକଳ୍ପବଦ୍ଧ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ରାୟଗଡା: ଚଇତି ମହୋତ୍ସବ ଉଦଯାପିତ; ଆଦିବାସୀଙ୍କ ଉନ୍ନତି ପାଇଁ ନବୀନ ସରକାର ସଂକଳ୍ପବଦ୍ଧ ମନ୍ତ୍ରୀ ପ୍ରମିଳା ମଲ୍ଲିକ
January 23
11:26 2023

Chaiti festival concluded, minister Pramila Mallick says Naveen Patnaik govt committed for people

ଚନ୍ଦ୍ରଭାନୁ ସିଂହ
ରାୟଗଡା,୨୨ା୧: ରାୟଗଡା ଜିଲାର ଲୋକ ମହୋତ୍ସବ ଚଇତି ଓ ପଲ୍ଲୀଶ୍ରୀ ମେଳା ଆଜି ଉଦଯାପିତ ହୋଇଛି । ଶେଷ ସଂଧ୍ୟାରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ନୃତ୍ୟ ସଂଗୀତ ସହ ଛଉ ନୃତ୍ୟ, ବିହୁ ନୃତ୍ୟ ଓ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟଗୀତରେ ଝୁମିଥିଲେ ହଜାର ହଜାର ଦର୍ଶକ ।
ଆଦିବାସୀଙ୍କ ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଆଦିବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପବଦ୍ଧ । ହଜିଯାଇଥିବା କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ଗ୍ରାଉଣ୍ଡରେ ଚାଲିଥିବା ଚଇତି ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ ଆଦିବାସୀଙ୍କ ଉନ୍ନତି ହେଲେ ସମାଜର ଉନ୍ନତି ହେବ । ତେଣୁ ରାଜ୍ୟ ସରକାର ଆଦିବାସୀ ପିଲାଙ୍କୁ ଉତମ ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇ ଦେବାକୁ ଅହରହ ଉଦ୍ୟମ କରୁଥିବା ସେ କହିଛନ୍ତି । ଏଥିରେ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁୁନି ସାହୁ କହିଲେ, ଚଇତି ମହୋତ୍ସବ ଉତମ କଳାକାର ସୃଷ୍ଟି ହେବାର ସୁଯୋଗ ଦେଉଛି ।
ପ୍ରତିବର୍ଷ ଏଭଳି ମହୋତ୍ସବ ଆୟୋଜନ ଦ୍ୱାରା ଗ୍ରାମାଂଚଳ କଳା ଓ ସଂସ୍କୃତିରେ ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ । ଜିଲାପାଳ ସ୍ୱଧାଦେବ ସିଂଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଗୁଡାରୀ ଏନଏସି ଅଧ୍ୟକ୍ଷା ସରମିତା ଶବର, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, କୋଲନରା ବ୍ଲକ ଅଧ୍ୟକ୍ଷା ସଞ୍ଜୁକ୍ତା କୁଲେସିକା ପ୍ରମୁଖ ଉପସ୍ଥିତ ଥିଲେ ।
ସଂଧ୍ୟା ନଇଁବା ସହ ଜିସିଡି ଗ୍ରାଉଣ୍ଡରେ ଗରମ ବଢୁଥିଲା । ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପ୍ରଥମେ ରାୟଗଡାର ଅଜିତେଶ ପଟ୍ଟନାୟକ ଏବଂ ଫାଷ୍ଟ ବିଡ୍ ମ୍ୟୁଜିକ୍ କ୍ଲାସର କଳାକାରମାନେ ପରିବେଷଣ କରିଥିଲେ ସ୍ୱାଗତ ସଂଗୀତ । ଏହାପରେ ଭୁବନେଶ୍ୱରର ସଂସ୍କୃତି ଭାରତୀ ନୃତ୍ୟ ଏକାଡେମୀର କଳାକାର ଓଡିଶୀ ନୃତ୍ୟ, ବରଗଡ ଜିଲାର ପଦ୍ମପୁରର ସଂଗୀତ ସମିତି ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ରାୟଗଡାର ଝଞ୍ଜାବତୀ କଳା ପରିଷଦର କଳାକାରମାନେ ପରିବେଷଣ କରିଥିଲେ ଆଦିବାସୀ ଲୋକ ନୃତ୍ୟ । କଳାହାଣ୍ଡିର ଜିଲା ସଂସ୍କୃତି ପରିଷଦର କଳାକାରମାନେ ସିଙ୍ଗାରୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗଧ କରିଥିଲା । ସେହିପରି ନୂଆପଡା ଜିଲା ସଂସ୍କୃତି ପରିଷଦର କଳାକାରମାନେ ବଜାସାଲ ନୃତ୍ୟ, ରାୟଗଡାର ସୁପର ମମର କଳାକାରଙ୍କ ମହାରଷ୍ଟ୍ର ନୃତ୍ୟ, ଆସାମର ବିକି ହାଜାରିକା ଓ ସାଥୀ ପରିବେଷଣ କରିଥିଲେ ବିହୁ ନୃତ୍ୟ । ଏ ଅବସରରେ ଏକ ଲେଜର ଶୋ ପ୍ରଦର୍ଶୀତ ହୋଇଥିଲା । ତାପରେ ପରେ ଆରମ୍ଭ ହୋଇଥିଲା ଭୁବନେଶ୍ୱରର ଗୀତାଞ୍ଜଳି ପୂର୍ଣ୍ଣ ନୃତ୍ୟାୟନର କଳାକାର ଛଉ ନୃତ୍ୟ, ରାୟଗଡା ଗୀତା ପରିବାର ପକ୍ଷରୁ ଭାରତ ନାଟ୍ୟମ୍‌, ରାୟଗଡା ନୃତ୍ୟ ସଦନ ପ କ୍ଷରୁ ସମ୍ବଲପୁରୀ ନୃତ୍ୟ, ସ୍ଥାନୀୟ ସଂସ୍କୃତି ମହିଳା ସଂଘର କଳାକାରମାନେ ନାଗାଲାଣ୍ଡ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଓଲଉଡ ଅଭିନେତା ସମ୍ଭବ ମାନସିଂ ନୃତ୍ୟଗୀତରେ ଝୁମିଥିଲେ ଦର୍ଶକ । ବିଶିଷ୍ଟ ହାସ୍ୟ ଅଭିନେତା ବୋଲଗଡ ଏକ୍ସପ୍ରେସ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଥିଲେ । ଶେଷରେ ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପୁଣି ଅପେକ୍ଷା ଆଉ ଏକ ନୂତନ ଚଇତି ମହୋତ୍ସବକୁ । ପଲ୍ଲୀଶ୍ରୀ ମେଳାର ବିଭିନ୍ନ ଷ୍ଟଲରେ ଲୋକଙ୍କ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ବିଶେଷକରି ଫୁଡ ଷ୍ଟଲରେ ଅଧିକ ଗହଳି ଲାଗିଥିଲା । ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଆତସବାଜୀ ସମୟରେ ଏକ ନଡିଆ ଗକ୍ତରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଉପସ୍ଥିତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031