Indus Valley Times

୨୧ ତମ ତମ ବଲାଙ୍ଗୀର ଲୋକ ଉତ୍ସବ ପ୍ରସ୍ତୁତି ବୈଠକ

 Breaking News

୨୧ ତମ ତମ ବଲାଙ୍ଗୀର ଲୋକ ଉତ୍ସବ ପ୍ରସ୍ତୁତି ବୈଠକ

୨୧ ତମ ତମ ବଲାଙ୍ଗୀର ଲୋକ ଉତ୍ସବ ପ୍ରସ୍ତୁତି ବୈଠକ
January 18
23:25 2023

Preparatory meeting for Bolangir Lok Mahotsav held

By Mahendra Darjee

ବଲାଙ୍ଗୀର:- ୨୧ ତମ ବଲାଙ୍ଗୀର ଲୋକ ଉତ୍ସବ ଆସନ୍ତା ୨୦ ଜାନୁୟାରୀରୁ ୨୪ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ କୋଶଳ କଳା ମଣ୍ଡଳ ପଡ଼ିଆରେ ଆୟୋଜନ ହେବ ।ଏଣୁ ଜିଲ୍ଲାପାଳ ବଲାଙ୍ଗୀର ଙ୍କ ମିଟିଂ ହଲ ରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଲୋକ ଉତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ସୂଚନା ଅନୁଯାୟୀ ୨୦ ତାରିଖ ଦିନ ସକାଳ ୯ ଟା ସମୟରେ ଜିଲ୍ଲାପାଳ ବଲାଙ୍ଗୀର ତଥା ଲୋକ ଉତ୍ସବ ସମିତି ର ଅଧ୍ୟକ୍ଷ ଙ୍କ ଦ୍ଵାରା ମଞ୍ଚ ପୂଜା ହୋଇ ପତାକା ଉତ୍ତୋଳନ ହେବ । ସକାଳ ୧୦ ଟା ରେ କଳାକାର ଦଳ ମାନଙ୍କ ସହ ସାଂସ୍କୃତିକ ଶୋଭାଯାତ୍ରା ରେ ନଗର ପରିକ୍ରମା କରିବ ।ଏହି ଦିନ ଅପରାହ୍ନ ୨ ଟାରୁ ପୁରୁଣା ମଞ୍ଚ ରେ କବିତା ଏବଂ କ୍ଷୁଦ୍ର ଗଳ୍ପ ଆସର୍ ଅନୁଷ୍ଠିତ ହେବ । ସନ୍ଧ୍ୟା ୬ ଟାରେ ବରେଣ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରଦର୍ଶନୀ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହେବ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ,ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା ଶ୍ରୀମତୀ ଶ୍ରିମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର,ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ,ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକର,ବିଶିଷ୍ଟ ସଙ୍ଗୀତ ସାଧକ ଶ୍ରୀ ଶଙ୍କର ପ୍ରଧାନ,ଲୀଳା ଓ ମଞ୍ଚ ନାଟକ ନିର୍ଦ୍ଦେଶକ ଡ. ସୁଧାଂଶୁ ଶେଖର ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେବେ । ସଭା କାର୍ଯ୍ୟ ପରେ ଅନ୍ୟ ବର୍ଷ ଭଳି ସନ୍ଧ୍ୟା ୭ ଟା ୩୦ ମି. ରୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହେବ।
୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁରୂପ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଲୋକଗୀତ,ଲୋକନୃତ୍ୟ,ଲୋକବାଦ୍ୟ ଓ ଲୋକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ଦିନ ସକାଳ ୧୦ ଟାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ପାନ ଅନୁଷ୍ଠିତ ହେବ।ବିଭିନ୍ନ ଦିବସରେ ବିଭିନ୍ନ ବରେଣ୍ୟ ଅତିଥି ମାନଙ୍କ ଉପସ୍ଥିତି ରେ ସଭା ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ସଂସ୍କୃତି ପରିଷଦ ର କଳାକାର ମାନଙ୍କ ଦ୍ବାରା ବଲାଙ୍ଗୀର ଲୋକ ଉତ୍ସବ ଆହୁରି ରଙ୍ଗୀନ ହେବ । ରାଜ୍ୟ ବାହାରୁ ଆସୁଥିବା ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ମଧ୍ୟରେ ଆସାମ ର ବିହୁ ଓ ତିଆ,ରାଜସ୍ଥାନ ର ଘୁମର,କାଳବେଲିଆ, ବୋହାଇ ଓ ଫଗ,ମଧ୍ୟ ପ୍ରଦେଶ ର ବଧାଇ ଓ ନୋରତା,ପଞ୍ଜାବ ର ଝୀଣ୍ଡୱା ଓ ଭାଙ୍ଗଡା,ବଲାଙ୍ଗୀର ଲୋକ ଉତ୍ସବ କୁ ଆହୁରି ମନୋମୁଗ୍ଧକର କରିବ ।୨୪ ତାରିଖ ସନ୍ଧ୍ୟା ୭ ଟାରେ ଓଡ଼ିଶା ର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ପଙ୍କଜ ଜାଲ ଙ୍କ ଦ୍ଵାରା ଷ୍ଟାର ନାଇଟ କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031