Indus Valley Times

ନବରଙ୍ଗପୁର: ପୋଡା ମକାର ସ୍ୱାଦ ନେଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

 Breaking News

ନବରଙ୍ଗପୁର: ପୋଡା ମକାର ସ୍ୱାଦ ନେଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନବରଙ୍ଗପୁର: ପୋଡା ମକାର ସ୍ୱାଦ ନେଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
August 21
18:10 2021

Railway minister Ashwini Vaishnav tastes baked maize in Odisha’s Nabarangpur
ସୁଶାନ୍ତ କୁମାର ବେହେରାଙ୍କ ରିପୋର୍ଟ
ନବରଙ୍ଗପୁର, 21/୮: ଶନିବାର ଦିନ ଏସିଆର ସର୍ବବୃହତ ମକା ବଜାରରେ ନବରଙ୍ଗପୁର ଠାରେ ଆଦିବାସୀ ମହିଳାଙ୍କ ହାତର ପୋଡା ମକାର ସ୍ୱାଦ ଚାଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଶ୍ରୀ ବୈଷ୍ଣବ ନବରଙ୍ଗପୁର ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀଙ୍କୁ ଭିନ୍ନ ଏକ ଅନ୍ଦାଜ ରେ ଦେଖିବାକୁ ମିଳିଥିଲା । ନବରଙ୍ଗପୁର ମାଟିରେ ପାଦ ଦେଉ ଦେଉ ଟାଣି ହୋଇଯାଇଥିଲେ ମକାର ସ୍ୱାଦ ନେବାକୁ । ଆଉ ଚାଲିଯାଇଥିଲେ ନବରଙ୍ଗପୁର ସହର ନିକଟବର୍ତ୍ତୀ ପ୍ରବେଶ ପଥରେ ଥିବା ଇନ୍ଦ୍ରାବତୀ ପୋଲ ନିକଟରେ ବିକ୍ରି ଉଦେଶ୍ୟରେ ବସିଥିବା ଆଦିବାସୀ ମହିଳା ଙ୍କ ପୋଡା ମକା ର ସ୍ୱାଦ ଚାଖିବାକୁ I
ମକାର ପସରା ମେଲାଇ ବସିଥିବା ଆଦିବାସି ମହିଳାଙ୍କ ସହ କଥାହେବା ସହ ମକା ଖାଇ ପ୍ରଶଂସା କରିଥିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅନେକ ମନ୍ତ୍ରୀ ଜିଲ୍ଲା କୁ ଆସିଥିବା ବେଳେ ଏଭଳି ଆଦିବାସୀ ମହିଳାଙ୍କ ହାତର ପୋଡା ମକା ଖାଇନଥିବା ବେଳେ କିନ୍ତୁ ମନ୍ତ୍ରୀ ଅଶ୍ୱିନୀ ପୋଡା ମକା ର ସ୍ୱାଦ ନେବାକୁ ନେଇ ଖୁସିରେ ବିଭୋର ହୋଇଯାଇଥିଲେ ମକା ବିକାଳୀ ଆଦିବାସୀ ମହିଳାମାନେ I

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031