Indus Valley Times

ବଲାଙ୍ଗୀର: ଶାସ୍ତ୍ରୀ ନଗର ରେ ପାନୀୟ ଜଳର ଉତ୍କଟ ସମସ୍ୟା

 Breaking News

ବଲାଙ୍ଗୀର: ଶାସ୍ତ୍ରୀ ନଗର ରେ ପାନୀୟ ଜଳର ଉତ୍କଟ ସମସ୍ୟା

July 14
08:02 2021


Shastrinagar in Balangir district battles drinking water scarcity

ମହେନ୍ଦ୍ର ଦର୍ଜୀଙ୍କ ରିପୋର୍ଟ
ବଲାଙ୍ଗୀର, ୧୪/୭: – ଜଳ ହିଁ ଜୀବନ । ସଭିଏଁ ସ୍ୱଚ୍ଛ ଜଳ ପାଇବାର ଅଧିକାର ଅଛି । କିନ୍ତୁ ବଲାଙ୍ଗୀର ଶାସ୍ତ୍ରୀ ନଗର ୱାର୍ଡ ନମ୍ବର ୨୧ ରେ ପାଇପ ଜଳ ଆସୁନଥିବାରୁ ୱାର୍ଡ ବାସି ପାନୀୟ ଜଳ ରୁ ବଞ୍ଚିତ ଥିବା ପରିଲକ୍ଷିତ ହୁଏ ।ପ୍ରାୟ ୧୫୦୦ ଜନସଂଖ୍ୟା ବିଶିଷ୍ଟ ଶାସ୍ତ୍ରୀ ନଗର ରେ ଗତ ତା ୩.୧୧.୨୦୨୦ ରୁ ନଳ ପାଣି ବର୍ତମାନ ପର୍ଯ୍ୟନ୍ତ ଆସୁନଥିବା ୱାର୍ଡ ବାସି ଅଭିଯୋଗ କରିଛନ୍ତି ।
ଅନେକ ଥର ପିଏଚଡି ଅଫିସ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି । ଯାହାକୁ ଗୁହାରି କଲେ ମଧ୍ୟ କେହି ଶୁଣୁ ନ ଥିବା ପ୍ରକାଶ କରିଛନ୍ତି ।
କରୋନା ସମୟରେ ଲୋକେ ଜଳାଭାବ ଯୋଗୁ ପାନୀୟ ଜଳ ନ ପାଇ ଅନ୍ୟ ଜଳ ଉତ୍ସ ଉପରେ ନିର୍ଭର କରୁଛନ୍ତି । ପାନୀୟ ଜଳ ଅଭାବ ରେ ୱାର୍ଡ ବାସି ଙ୍କ ସ୍ବାସ୍ଥ୍ୟ ରେ ଯଦି କିଛି ଅବନତି ଘଟେ ତେବେ ଜନସ୍ବାସ୍ଥ୍ୟ ବିଭାଗ ଦାୟୀ ରହିବେ ବୋଲି କହିଛନ୍ତି । ଟେଙ୍କର ରେ ପାଣି ଏହି ୱାର୍ଡ କୁ ଦିଆଯାଉନଥିବାରୁ ପାନୀୟ ଜଳ ପାଇଁ ଜନ ଅସନ୍ତୋଷ ଦେଖା ଦେଇଛି ।
ଜନସ୍ବାସ୍ଥ୍ୟ ବିଭାଗ ଏସ ଡି ଓ ସୁବ୍ରତ ନାଏକ ଙ୍କୁ ଏ ସମ୍ପର୍କରେ ବୁଝିବା ପାଇଁ ମୋବାଇଲ ରେ ଫୋନ୍ କରିଥିଲେ ମଧ୍ୟ ସେ କଲ ରିସିଭ କରି ନ ଥିଲେ । ଯଥା ଶୀଘ୍ର ଜନସ୍ବାସ୍ଥ୍ୟ ବିଭାଗ ୨୧ ନମ୍ବର ୱାର୍ଡ କୁ ପାନୀୟ ଜଳ ଯୋଗାଇବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।ୱାର୍ଡ ବାସି କିଭଳି ପାନୀୟ ଜଳ ପାଇବେ ସେଥି ପ୍ରତି ପି ଏଚ୍ ଡି ଏକ୍ଜିକ୍ୟୁଟିଭ ଇଂଜିନିୟର ଦୃଷ୍ଟି ଦେବେ ବୋଲି ଦାବି ହୁଏ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031