Indus Valley Times

ନବରଙ୍ଗପୁର: କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ବିଭିନ୍ନ ବ୍ଲକ ଗସ୍ତ, କ୍ରୀଡା ଓ ଭିତିଭୂମି ର ତଦାରଖ ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା

 Breaking News

ନବରଙ୍ଗପୁର: କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ବିଭିନ୍ନ ବ୍ଲକ ଗସ୍ତ, କ୍ରୀଡା ଓ ଭିତିଭୂମି ର ତଦାରଖ ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା

ନବରଙ୍ଗପୁର: କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ବିଭିନ୍ନ ବ୍ଲକ ଗସ୍ତ, କ୍ରୀଡା ଓ ଭିତିଭୂମି ର ତଦାରଖ ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା
July 16
21:32 2021

Sports minister visits Nabarangpur, reviews implementation of various works
Sushanta kumar Behera
ନବରଙ୍ଗପୁର,16/ 7: ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ନବରଙ୍ଗପୁର 3ଦିନିଆ ଗସ୍ତରେ ଆସି ଆଜି ଦ୍ୱିତୀୟ ଦିନରେ ଜିଲ୍ଲାର 4ଗୋଟି ବ୍ଲକ ଗସ୍ତ କରି କ୍ରୀଡା ଭିତିଭୂମି ର ସମୀକ୍ଷା କରିବା ସହ ଦଳୀୟ କର୍ମୀ ଙ୍କ ସହ ଆଲୋଚନା କରିଅଛନ୍ତି |
ନବରଙ୍ଗପୁର ଜିଲ୍ଲା କୁ ମନ୍ତ୍ରୀ ଶ୍ରୀ ବେହେରା ସରକାରୀ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ 3ଦିନିଆ ଗସ୍ତରେ ଆସିଥିବା ବେଳେ ଗତକାଲି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସମୀକ୍ଷା ବୈଠକ ରେ ଯୋଗଦେଇଥିଲେ |
ଆଜି ମନ୍ତ୍ରୀ ପ୍ରଥମେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗସ୍ତ କରି ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଠାରେ ନବନିର୍ମିତ ପଂଚାୟତ ଗୃହ ର ଶୁଭଦଘାଟନ କରିଥିଲେ ଏବଂ ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମନ୍ତୀ, ସାଂସଦ ଓ ବିଧାୟକ ପ୍ରମୁଖ 79 ଜଣକୁ ଭତ୍ତା ବଣ୍ଟନ କରିବା ସହ ସରକାର ଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ, ବିଡ଼ିଓ ପ୍ରଫୁଲ୍ଲ କଂଵର ଏବଂ ବ୍ଲକ ଅଧ୍ୟକ୍ଷ, ସଂlସଦ ଏବଂ ବିଧାୟକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ | ପରେ ମନ୍ତ୍ରୀ ଅପରାହ୍ନ ରେ ପାପଡାହାଣ୍ଡି ବ୍ଲକ ଗସ୍ତ କରିଥିଲେ | ମନ୍ତ୍ରୀ ପାପଡାହାଣ୍ଡି ମୃଗ ବିହାର ନିକଟରେ ପହଂଚିବା ପରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କ ନେତୃତ୍ୱରେ ମନ୍ତ୍ରୀ ତଥା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ବେହେରା ଙ୍କୁ ପାପଡାହାଣ୍ଡି ବ୍ଲକ ବିଜେଡି ତରଫରୁ ବ୍ୟାପକ ସ୍ୱାଗତ ଓ ସମ୍ବର୍ଦ୍ଧନା କରିବା ସହ ମନ୍ତ୍ରୀ ଙ୍କୁ ମଟର ସାଇକେଲ ରାଲି ରେ ହରିଣ ପାର୍କ ଠାରୁ ସହିଦ ମିନାର ପର୍ଯ୍ୟନ୍ତ ଯିବାପରେ ସେଠାରେ ମନ୍ତ୍ରୀ ସହିଦ ଙ୍କ ଉଦେଶ୍ୟରେ ପୁଷ୍ପାଞ୍ଜଳି ପ୍ରଦାନ କରି ସେଠାରୁ ସେ ପାପଡାହାଣ୍ଡି ସ୍ଥିତ ପୁରୁଣା କଲେଜ ଗୃହ ଠାରେ ଆୟୋଜିତ ଦଳୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଯୋଗଦେଇ ଆଗାମୀ ଦିନରେ ବ୍ଲକ ରେ ସଂଘଠନ କୁ ଶକ୍ତିଶାଳୀ କରିବା ପାଇଁ ଆୱାନ ଦେଇଥିଲେ |
ଏହି ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସାଂସଦ ଶ୍ରୀ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ଉପାଧ୍ୟାକ୍ଷା ନିବେଦିତା ମହାନ୍ତି, ବ୍ଲକ ଅଧକ୍ଷା ସେବତୀ ଭତରା, ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ଯୁବ ବିଜେଡି ଜିଲ୍ଲା ସଭାପତି ଶିବା ବିଷୟୀ, ସ୍ୱାଧୀନ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ସେଠାରୁ କୋଷlଗୁମୁଡା ବ୍ଲକ ଗସ୍ତ ସମୟରେ ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ଏବଂ ସାଂସଦ ଶ୍ରୀ ମାଝୀ ଙ୍କ ସହ ରାସ୍ତାରେ ବିଲରେ କାର୍ଯ୍ୟରତ ମହିଳା ମାନଙ୍କୁ ବର୍ଷା କୋଟ ପ୍ରଦାନ କରି କୋଷଗୁମୁଡା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ସେଠାରୁ ଡାବୁଗାଁ ବ୍ଲକ ଯାଇଥିଲେ |
ଏହି ଗସ୍ତ ସମୟରେ ପ୍ରତ୍ୟେକ ବ୍ଲକ ରେ ମନ୍ତ୍ରୀ ଙ୍କୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରେ କ୍ରୀଡା ର ଭିତିଭୂମି ର ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ |

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031