Indus Valley Times

ସାହିତ୍ୟ ଓ ଆଧ୍ୟତ୍ମିକତା ପରସ୍ପର ପରିପୂରକ

 Breaking News

ସାହିତ୍ୟ ଓ ଆଧ୍ୟତ୍ମିକତା ପରସ୍ପର ପରିପୂରକ

ସାହିତ୍ୟ ଓ ଆଧ୍ୟତ୍ମିକତା ପରସ୍ପର ପରିପୂରକ
January 29
20:29 2026


ଗୋପୀନାଥ ସାହିତ୍ୟ ପତ୍ରିକା ଓ ଉମାକାନ୍ତ ପାତ୍ରଙ୍କ “ଅକୁହା କଥା” ଲୋକାର୍ପିତ

ଯାଜପୁର, ୨୮/୦୧: ଯାଜପୁର ଜିଲ୍ଲା ପଣସା ଗ୍ରାମର ଶ୍ରୀ ଗୋପୀନାଥ ଜୀଉ ପ୍ରାଙ୍ଗଣରେ ଗୋପୀନାଥ ସାହିତ୍ୟ ପତ୍ରିକାର ପ୍ରଥମ ସଂସ୍କରଣ ଉନ୍ମୋଚନ ହୋଇଯାଇଛି। ଅଞ୍ଚଳର ଯୁବ ପିଢିଙ୍କୁ ଓଡ଼ିଆ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ତଥା ସେମାନଙ୍କ ସୃଜନୀକୁ ଅଗ୍ରାଧିକାର ପୂର୍ବକ ମୁଦ୍ରିତ ମାଧ୍ୟମରେ ଲୋକଲୋଚନକୁ ଆଣିବା ଗୋପୀନାଥ ସାହିତ୍ୟ ପତ୍ରିକାର ମୂଳ ଲକ୍ଷ୍ୟ ବୋଲି ପତ୍ରିକାର ମୁଖ୍ୟ ସମ୍ପାଦକ ଶ୍ରୀମତୀ ସୁକାନ୍ତି ପଣ୍ଡା ମତ ବ୍ୟକ୍ତ କରିଛନ୍ତି। ଏକ ବର୍ଣ୍ଣାଢ୍ୟ ପରିବେଶରେ କବିତା ପାଠୋତ୍ସବ ଏବଂ “ସାହିତ୍ୟ ଓ ଆଧ୍ୟତ୍ମିକତା” ସମ୍ପର୍କିତ ଏକ ଆଲୋଚନା ଚକ୍ର ସହ ଉମାକାନ୍ତ ପାତ୍ରଙ୍କ ପ୍ରଥମ କବିତା ସଂକଳନ “ଅକୁହା କଥା” ମଧ୍ୟ ଲୋକାର୍ପିତ ହୋଇଯାଇଛି।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ୪୦ରୁ ଉର୍ଦ୍ଧ୍ଵ କବି ଓ କବୟିତ୍ରୀମାନେ ସ୍ୱରଚିତ କବିତା ପାଠ କରିଥିଲେ। ବିଜୟ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଟିତ କବିତା ପାଠୋତ୍ସବକୁ କବି ଜିତେନ୍ଦ୍ର କୁମାର ବେହେରା, କବୟିତ୍ରୀ ରଂଜିତା ଦାଶ, କବୟିତ୍ରୀ ରଶ୍ମୀଵାଳା ଶତପଥୀ ଓ କବି ଉମାକାନ୍ତ ପାତ୍ର ସଂଯୋଜନା କରିଥିଲେ। ଦ୍ଵିତୀୟ ଅଧିବେଶନରେ ଶିକ୍ଷାବିତ ତଥା ବରିଷ୍ଠ ସାହିତ୍ୟିକ ଡ଼. କୁଞ୍ଜବିହାରୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଓ ଆଧ୍ୟତ୍ମିକତା ପରସ୍ପର ପରିପୂରକ ଏବଂ ଉଭୟ ସମାଜକୁ ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି ବୋଲି ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଅନନ୍ୟା ସାହିତ୍ୟ ସଂସଦର ସମ୍ପାଦକ ଅଧ୍ୟାପକ ଡ଼. କାହ୍ନୁଚରଣ ମିଶ୍ର କହିଥିଲେ ଯେ ଯୁବପିଢିମାନଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆକୃଷ୍ଟ କରିବାର ଚେଷ୍ଟା ଲକ୍ଷ୍ୟ ଅନନ୍ୟ ଏବଂ ଗୋପୀନାଥ ସାହିତ୍ୟ ପତ୍ରିକା ନିଶ୍ଚିତ ଭାବେ ଏହି ଲକ୍ଷ୍ୟ ହାସଲ କରିପାରିବ। ପତ୍ରିକାର ଉପଦେଷ୍ଟା ତଥା ସମ୍ମାନିତ ଅତିଥି ବରିଷ୍ଠ ସାହିତ୍ୟିକ ସଂଯୁକ୍ତ ମହାପାତ୍ର କହିଥିଲେ ଯେ, ଏହି ପତ୍ରିକା ପାଇଁ ଅଣ୍ଟା ଭିଡିଥିବା ଅଞ୍ଚଳର ଯୁବପିଢ଼ିଙ୍କ ପ୍ରୟାସ ସତରେ ସ୍ୱାଗତ ଯୋଗ୍ୟ। ଏହି ଆଲୋଚନାଚକ୍ରରେ ଅଞ୍ଚଳର ଜଣାଶୁଣା ସାହିତ୍ୟକ ଓ ଶିକ୍ଷାବିତ ରତିକାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ। ପତ୍ରିକାର ସ୍ଥାୟୀ ସଭ୍ୟ ସଂଗ୍ରାମ କୁମାର ସାହୁ ଓ ସସ୍ମିତା ପାତ୍ର ପରିଚାଳନା କରିବା ସହ ଅନ୍ୟ ସଭ୍ୟ ଓ ସଭ୍ୟା- ବିଜୟ କୁମାର ମହାପାତ୍ର, କୁଞ୍ଜ ବିହାରୀ ଭୋଇ, ଜୋସ୍ନାରାଣୀ ପଣ୍ଡା, ସବିତା ତରାଇ ପ୍ରମୁଖ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031