Indus Valley Times

ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ

 Breaking News

ସ୍ଵେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ

December 24
20:25 2020

Voluntary blood donation camp inaugurated by Daspalla MLA
ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୨୪/୧୨: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କେ ଣା ପଞ୍ଚାୟତ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର‌୍ୟ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିବା ସହ କରୋନା ମହାମାରୀ ସମୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ର ଆବଶ୍ୟକତା ବର୍ଣ୍ଣନା କରିଥିଲେ।ତତ୍ ସହିତ କରୋନା ମହାମାରୀ ମୁକାବିଲା ରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଦ୍ବାରା କିପରି ରାଜ୍ୟ ଦେଶ ତଥା ବିଦେଶ ରେ ସୁନାମ ଅର୍ଜନ କରିଛି ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ବର୍ଣ୍ଣନା କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସ ମଲ,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ବିଜେଡ଼ି ସଭାପତି ସନାତନ ସାମଲ, ସମାଜ ସେବୀ ଦାମୋଦର ସାହୁ,ବିଜେଡ଼ି ଉପ ସଭାପତି ଯୋଗେନ୍ଦ୍ର ପ୍ରଧାନ,ମୂରଲୀଧର ଜେନା,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ସେନାପତି,ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,,ସୁବ୍ରତ ମିଶ୍ର,ବରିଷ୍ଠ ବିଜେଡ଼ି କର୍ମୀ ଯୁଗଳ କିଶୋର ସାହୁ, ବିଜେଡ଼ି ପଞ୍ଚାୟତ ସଭାପତି ପ୍ରସନ୍ନ କୁମାର ପଢ଼ିଆଳୀ,ପ୍ରମୁଖ ଉପସ୍ଥିତ ଥିଲେ।ନୟାଗଡ ମୁଖ୍ୟ ଚିକିତ୍ସାଳୟ ର ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ଦ୍ଵାରା ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଭୟାବହ ଅଗ୍ନିକାଣ୍ଡ ତିନି ବଖରା ଭସ୍ମୀଭୂତ

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୨୪/୧୨: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେ ରି ପଞ୍ଚାୟତ ର ଆଦର୍ଶ ଗ୍ରାମ ସୁଡୁକା ବାରୀ ଗ୍ରାମରେ ଗତକାଲି ରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଛି।ସୂଚନା ଅନୁଯାୟୀ ଗ୍ରାମ ର ରାଜୁ ବେହେରା ଙ୍କ ଘରେ ରୋଷେଇ କାର‌୍ୟ୍ୟ ଚାଲୁଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା।ରାଜୁ ବେହେରା ଙ୍କ ଘର ସମେତ ସଂସାରୀ ବେହେରା ଓ ଜିତୁ ବେହେରା ଙ୍କ ଘରେ ନିଆଁ ଲାଗି ତିନି ବଖରା ଘର ସହିତ ଆସବାବ ପତ୍ର ଭସ୍ମୀଭୂତ ହୋଇଯାଇଥିଲା।ନୂଆଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031