Indus Valley Times

ବିଜେଡିରେ ଏବେ କିଏ ବେଶୀ ପାୱାରଫୁଲ – ପ୍ରଣବ ଦାସ, ଅତନୁ, ଅରୁଣ ନା ପ୍ରତାପ?

 Breaking News

ବିଜେଡିରେ ଏବେ କିଏ ବେଶୀ ପାୱାରଫୁଲ – ପ୍ରଣବ ଦାସ, ଅତନୁ, ଅରୁଣ ନା ପ୍ରତାପ?

October 19
12:37 2020

Who is more power in BJD now- Pranab Das, Atanu, Arun or Pratap Deb?

By A K Sahoo
ଭୁବନେଶ୍ୱର, ତା ୧୯/୧୦(ଓଡିଶା ନୁଜ୍ ଅନ୍‌ଲାଇନ୍ ବ୍ୟୁରୋ): ବିଜେଡିରେ ଏବେ କେଉଁ ନେତା ବା ଗ୍ରୁପ୍ ବେଶୀ ପାୱାରଫୁଲ? କାହାର ରାଜ୍ ଚାଲୁଛି? କେଉଁ ନେତା ବା ଏହି ସବୁ ପ୍ରଶ୍ନ ରାଜନୀତି ମହଲରେ ବେଶ୍ ଚର୍ଚ୍ଚା ହେଉଛି ।
୨୦୦୦ ମସିହାରେ ବିଜେଡି ଦଳର ମୁଖ୍ୟ ପ୍ରତିଷ୍ଠାତା ବିଜୟ ମହାପାତ୍ରଙ୍କୁ ଦଳରୁ ବିଦା କରିବା ପରେ ଦଳରେ ପ୍ୟାରୀମୋହନ ମହାପାତ୍ରଙ୍କ ରାଜ୍ ଚାଲିଲା । ତାଙ୍କ ଛତ୍ରଛାୟା ତଳେ ବଢି ଥିବା ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ସଂଜୟ ଦାସବର୍ମା ବେଶ୍ ବଳୀୟାନ୍ ହେଲେ । ଦଳର ସମସ୍ତ କାର୍ଯ୍ୟକ୍ରମକୁ ପ୍ୟାରୀ ଏମାନଙ୍କ ମାଧ୍ୟମରେ ନିୟନ୍ତ୍ରଣ କଲେ । କେବଳ ସେତିିକି ନୁହେଁ, ସରକାରଙ୍କ କାର୍ଯ୍ୟରେ ଏମାନଙ୍କର ବହୁତ ଦଖଲ ରହିଲା ।
ଅତନୁ, ଅରୁଣ ଓ ସଂଜୟ ତ୍ରୀମୂର୍ତ୍ତିଙ୍କ ରାଜ୍ ପ୍ରାୟ ୧୪ ବର୍ଷ କାଳ ଚାଲିଲା । ନବୀନଙ୍କ ବିରୋଧରେ କ୍ଷମତା ହଡପ ଅଭିଯୋଗରେ ପ୍ୟାରୀଙ୍କ ବିଦା କରାଗଲା । ଏହାପରେ ଅତନୁଙ୍କ ପ୍ରଭାବ ବିଜେଡିରେ ହ୍ରାସ ପାଇଲା । ସେ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଲେ ।
ଏହାପରେ ବିଜେଡିରେ ପ୍ରତାପ ଦେବଙ୍କ ପ୍ରଭାବ ବଢିବା ଦେଖାଗଲା । ତାଙ୍କ ସହିତ ତାଳ ଦେଇ ପ୍ରତାପ ଜେନା ଓ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ଅଧିକ କ୍ଷମତାଶାଳୀ ହେବା ଦେଖାଗଲା । ଏହା ମଧ୍ୟରେ ଅରୁଣ ସାହୁ ଦଳରେ ସମ୍ମନ୍ୱୟ ରକ୍ଷାକରି ନିଜର ପ୍ରଭାବକୁ ଅକ୍ଷୂର୍ଣ୍ଣ ରଖିବା ଦେଖାଯାଇଥିଲା ।
ପ୍ୟାରୀଙ୍କ ପରେ ନବୀନଙ୍କୁ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ସହାୟତା କଲେ । ଉଭୟ ଦଳ ଓ ସରକାର ପରିଚାଳନାରେ ତାଙ୍କର ଭୂମିକା ନେଇ ସର୍ବତ୍ର ଓ ସର୍ବଦା ଆଲୋଚନା ହୋଇଆସୁଛି । ପାଣ୍ଡିଆନ୍‌ଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ ଏକ ପ୍ରକାର ବିଜେଡି ଦଳର ମୁଖିଆ ଭାବେ କାର୍ଯ୍ୟ କରୁଛନ୍ତି । ଦଳର ସାଙ୍ଗଠିନିକ ସମ୍ପାଦକ ହେଲାପରେ ସେ ଏବେ ସର୍ବେସର୍ବା । ତାଙ୍କର ନିକଟତର ଓ ସାନିଧ୍ୟ ପାଇବା ପାଇଁ ଉଭୟ ବରିଷ୍ଠ, କନିଷ୍ଠ ଓ ସମସାମୟିକ ନେତାମାନଙ୍କ ଭିତରେ ଅସମ୍ଭବ ପ୍ରତିଯୋଗିତା ।
ପ୍ୟାରୀଙ୍କୁ ଯେଉଁ ବରିଷ୍ଠ ନେତାମାନେ ଦିନେ ସୁଚିନ୍ତିତ କୌଶଳ କରି ବିଦ୍ରୋହୀ ବୋଲି ଚିତ୍ରିତ କରିବାରେ ସକ୍ଷମ ହୋଇଥିଲେ, ସେମାନେ ଆଜି ଦଳ ଭିତରେ କେତକ ଅଛନ୍ତି ଓ ଆଉ କେତେ ବିଦା ହୋଇଗଲେଣି । କେତେଜଣ ବି ରାଜନୈତିକ ବିସ୍ମୃତି ଭିତରେ ଲୀନ ହୋଇଗଲେଣି ।
ଏହା ଭିତରେ ଦେଖାଯାଉଛି ଯେ ଅତନୁ ସବ୍ୟସାଚୀ ପୁଣିଥରେ ମୁଣ୍ଡ ଟେକୁଛନ୍ତି ଓ ସକ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ଏହି ପୁନଃ ସକ୍ରିୟତା ପଛରେ ନିଶ୍ଛିତ ନବୀନଙ୍କ ‘ଆଜି ଏହାଙ୍କୁ ଦଳୀୟ ସଂଙ୍ଗଠନରେ ଉପରକୁ ଉଠାଓ କାଲି ତଳକୁ ପକାଆ’ ଓ ‘ଆଜି ଏହାକୁ ତଳକୁ ପକାଓ ଓ କାଲି ଉପରକୁ ଉଠାଓ’ ରାଜନୈତିକ କୌଶଳର ଏକ ଅଂଶ ବିଶେଷ ବୋଲି ଆଲୋଚନା ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031